Odisha news

ଚଣ୍ଡିଖୋଲ କୋର୍ଟର ୧୬ତମ ପ୍ରତିଷ୍ଠା ଦିବସ ସମାରୋହ ଉଦଘାଟିତ

0
ଚଣ୍ଡିଖୋଲ,୦୬/୧୨:  ଯାଜପୁର ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚଣ୍ଡିଖୋଲ ଠାରେ ପ୍ରତିଷ୍ଠିତ ବିଚାର ବିଭାଗୀୟ କୋର୍ଟର ୧୬ତମ ପ୍ରତିଷ୍ଠା ଦିବସ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି! ଯାଜପୁର ଜିଲ୍ଲା ଓ ଦୌରାଜର୍ଜ ଦାମୋଦର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଏହି ମହୋତ୍ସଵକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ! ଇତ୍ୟବସରରେ ବିଚାରପତି ଶ୍ରୀରଥ ଚଣ୍ଡିଖୋଲ କୋର୍ଟର ପରିଚାଳନାରେ ସନ୍ତୋଷ ବ୍ୟକ୍ତ କରିବାସହ କୋର୍ଟ ବାର ଆସୋସିଏସନର ସମସ୍ତ ଆଇନଜୀବୀ ମାନଙ୍କ ନିଷ୍ଠାପର କାର୍ଯ୍ୟ ଶୈଳୀକୁ ମଧ୍ୟ ପ୍ରଶଂସା କରିଥିଲେ!ଏହି ବିଚାରାଳୟରେ ଯେପରି ସମାଜର ସବୁଠୁ ତଳ ସ୍ଥରରେ ରହିଥିବା ମହକିଲଟିଏ ଉଚିତ ନ୍ୟାୟ ପାଏ ସେଥିପ୍ରତି ଆଇନଜୀବୀ ମାନେ ବିଶେଷ ଦୃଷ୍ଟି ରଖିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ଓ କୋର୍ଟ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ! ବାର ସଭାପତି ଦେବରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୪ଦିନିଆ ମହୋତ୍ସବରେ ଚଣ୍ଡିଖୋଲ କୋର୍ଟର ସବ ଜର୍ଜ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଥିଲାବେଳେ ସମ୍ମାନିତ ଅତିଥି ଭାବେ ଜେଏମଏଫ ସି ପରବିନ ମଣ୍ଡଳ ଯୋଗଦେଇଥିଲେ! ବାର ଆସୋସିଏସନ ସମ୍ପାଦକ ପ୍ରକାଶଚନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ ସହ ବିବରଣୀ ପାଠକରି ୨୦୦୭ ମସିହାରେ ଏହି କୋର୍ଟ ପ୍ରତିଷ୍ଠା ହେବାପରର ଇତିବୃତ୍ତି ବର୍ଣ୍ଣନା କରିଥିଲେ! ବରିଷ୍ଠ ଆଇନଜୀବୀ ଶରତଚନ୍ଦ୍ର ବଳ ସ୍ୱଗତ ଭାଷଣ ପ୍ରଦାନ କରିଥିଲେ! ଏଥିରେ ଆଇନଜୀବୀ ପ୍ରେମାନନ୍ଦ ବେହେରା,ରାମଚନ୍ଦ୍ର ତ୍ରିପାଠୀ ଅଭିଭାଷଣ ପ୍ରଦାନ କରିଥିଲେ! ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶେଷଦେବ ନାୟକ,ଯତିନ୍ଦ୍ର ଜେନା, ପ୍ରକ୍ତନ ବାର ସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ପ୍ରାକ୍ତନ ସମ୍ପାଦକ ଉଦୟନାଥ ସାହୁ,ଉପସଭାପତି,ଆଶିଷକୁମାର ମହାପାତ୍ର, କୈଳାଶ ଚନ୍ଦ୍ର ସାମଲ,ଧୃବଚରଣ ବେହେରା,ଦୀପକ ଦୋରା, ନଳିନୀକାନ୍ତ ମିଶ୍ର,ଦୀନବନ୍ଧୁ ନାୟକଙ୍କ ସହ ବାର ଆସୋସିଏସନର ସମସ୍ତ ସଦସ୍ୟ ଉତ୍ସବରେ ଉପସ୍ଥିତ ଥିଲେ!ଶେଷରେ ଉପସଭାପତି ଶ୍ରୀକାନ୍ତ ବଳ ଧନ୍ୟବାଦ ଅର୍ପଣ କରିଥିଲେ!
Leave A Reply