ଚଣ୍ଡିଖୋଲ,୨୦/୧୧ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ କଡେଇ ଶାସନ ଗ୍ରାମର ଯୋଗ୍ୟ ସନ୍ତାନ, ବିଶିଷ୍ଟ ଶିକ୍ଷାବିତ ଓ ସାରସ୍ୱତ ସାଧକ,କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଗଗନେନ୍ଦ୍ରନାଥ ଦାଶଙ୍କ ବିୟୋଗରେ ରବିବାର ଦିନ ବଡଚଣା ବିଜେଡି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଚଣ୍ଡିଖୋଲ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷତା କରି ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ ସ୍ବର୍ଗତ ଦାଶ ବଡ଼ଚଣା ମାଟିର ଜଣେ କୃତିବିଦ ସନ୍ତାନ ଥିଲେ ଓ ଆମ ମାଟିର ସେ ଥିଲେ ଗର୍ବ ଆଉ ଗୌରବ କହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ମୁରବୀ ଅକ୍ଷୟ କୁମାର ନନ୍ଦ, ମାଧବାନନ୍ଦ ମହାପାତ୍ର, ଚଣ୍ଡିଖୋଲ ପ୍ରେସ କ୍ଳବ ସଭାପତି ପ୍ରଦୀପ୍ତ କୁମାର ପରିଡା, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ,ଉମେଶ ଚନ୍ଦ୍ର ସାମଲ,ସାହିତ୍ୟ ଦର୍ପଣ ସମ୍ପାଦକ ବିମଳ ପତି, ସାହିତ୍ୟିକ ଭକ୍ତ ଚରଣ ସାହୁ,ଅମର ମହାନ୍ତି, ସଞ୍ଜୟ କୁମାର ସ୍ୱାଇଁ, ସୁରେନ୍ଦ୍ରନାଥ ସାମଲ, ମୋହନ ଖିଲାର, ଶିବରାମ ସାହୁ ଓ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନିରବ ପ୍ରାର୍ଥନା କରାଯାଇଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ପ୍ରସାଦ ନାୟକ !
