Odisha news

ଜାମିନ ବହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବାରେ ଅନାଗ୍ରହ : ବଡଚଣାର ଦୁଇ ପୋଲିସ ଇନ୍ସପେକ୍ଟର ଅଡୁଆରେ

0
ଚଣ୍ଡିଖୋଲ,୧୮/୧୦ :  ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଜେଏମଏଫସି କୋର୍ଟଙ୍କ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଜାରିହୋଇଥିବା ଏକ ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବାରେ ଅନାଗ୍ରହ ପ୍ରକାଶ ଘଟଣା ଏବେ ବଡଚଣାର ଦୁଇ ଥାନା ଅଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି! ଏହି ଗିରଫ ପରୱାନା କାର୍ଯ୍ୟକାରୀ ହେଉନଥିବାରୁ କୋର୍ଟ ଭିଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ପୁନର୍ବାର ଦୁଇ ଦୁଇଥର ସପୃକ୍ତ ଥାନା ଅଧିକାରୀଙ୍କୁ ରିମାଣ୍ଡର ନୋଟିସ ଯାରୀ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି! ଟ୍ରାଫିକରେ ଗାଡି ଯାଞ୍ଚ ସମୟରେ ହୋଇଥିବା ବେଆଇନ କାର୍ଯ୍ୟକୁ ନେଇ ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବିରୁଦ୍ଧରେ ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ ଚଣ୍ଡିଖୋଲ କୋର୍ଟରେ ଆଇସିସି ନଂ.୨୪୭/୨୦୨୧ରେ ଏକ ମାମଲା ରୁଜୁ କରିଥିଲେ! କେଶର ସୁଣାଣି ବେଳେ ବିଚାରପତିଙ୍କ ଆଦେଶକୁ ବେଖାତିରକରି ଟ୍ରାଫିକ ଥାନା ଅଧିକାରୀ କୋର୍ଟରେ ହାଜର ନହେବାରୁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ତାଙ୍କ ବିରୁଦ୍ଧରେ
ଗତ ମାର୍ଚ୍ଚ ମାସ ୮ ତାରିଖରେ ଜାମିନ ବିହୀନ ଗିରଫ ପରୱାନା ଜାରିକରି ତାଙ୍କୁ ଗିରଫକରି ମାର୍ଚ୍ଚ ୨୯ ତାରିଖ ମଧ୍ୟରେ କୋର୍ଟରେ ହାଜର କରିବାକୁ ବଡଚଣା ଥାନା ଅଧିକାରୀଙ୍କୁ ଆଦେଶ ଦେଇଥିଲେ! ହେଲେ ବଡଚଣା ଥାନା ଅଧିକାରୀ କୋର୍ଟଙ୍କ ଆଦେଶକୁ ଧାର୍ଯ୍ୟ ସମୟ ମଧ୍ୟରେ ଅନୁପାଳନ କରିନଥିଲେ ! ଏଥିନେଇ ଆବେଦନକାରୀ ଶ୍ରୀ ସାହୁ ପୁନର୍ବାର କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଚାରପତି ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ବିବେଚନା କରି ବଡଚଣା ଥାନା ଅଧିକାରୀଙ୍କ କାର୍ଯ୍ୟ ଧାରାରେ ବିରକ୍ତି ପ୍ରକାଶ କରିବା ସହ ପୁନର୍ବାର ରିମାଣ୍ଡର ନୋଟିସ ଦେଇ ଗତ ଜୁନମାସ ୨୦ ତାରିଖ ମଧ୍ୟରେ ଟ୍ରାଫିକ ଥାନା ଅଧିକାରୀଙ୍କୁ ଗିରଫକରିବାକୁ ବଡଚଣା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ! ଏହି ରିମାଣ୍ଡର ନୋଟିସକୁ ମଧ୍ୟ ବଡଚଣା ଥାନା ଅଧିକାରୀ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିନଥିଲେ!ସପୃକ୍ତ ଅଭିଯୁକ୍ତ ପ୍ରତ୍ୟେହ ଚଣ୍ଡିଖୋଲରେ ରହି କାର୍ଯ୍ୟ କରୁଥିଲା ବେଳେ ବଡଚଣା ଥାନା ଅଧିକାରୀ ଯାଣିସୁଣି ତାଙ୍କୁ ଗିରଫ ନକରି କୋର୍ଟଙ୍କ ଆଦେଶକୁ ଅବଗ୍ୟା କରୁଥିବା ନେଇ ଆବେଦନକରୀ କୋର୍ଟଙ୍କୁ ଅବଗତ କରିଥିଲେ! ଫଳରେ ବିଚାରପତି ପରବିନ ମଣ୍ଡଲ ଏହି ଘଟଣାରେ ବଡଚଣା ଥାନା ଅଧିକାରୀଙ୍କ କାର୍ଯ୍ୟ ଧାରାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପୁନର୍ବାର ଗତ ଅଗଷ୍ଟ ୧୬ ତାରିଖରେ ବଡଚଣା ଥାନା ଅଧିକାରୀଙ୍କୁ ଦ୍ୱିତୀୟ ରିମାଣ୍ଡର ନୋଟିସ ଦେଇ ଆସନ୍ତା ଡିସେମ୍ବର ୧୨ ତାରିଖ ମଧ୍ୟରେ ଅଭିଯୁକ୍ତ ଟ୍ରାଫିକ ଇନ୍ସପେକ୍ଟର ହୃଦାନନ୍ଦ ବେହେରାଙ୍କୁ ଗିରଫକରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି! ହେଲେ ଇତିମଧ୍ୟରେ ବି କୋର୍ଟଙ୍କ ନିର୍ଦ୍ଦେଶକୁ ବଡଚଣା ଥାନା ଅଧିକାରୀ କାର୍ଯ୍ୟକାରୀ କରିନଥିବା ଜଣାପଡିଛି! ଯାହାକୁ ନେଇ ଆବେଦନକାରୀ ଆଇନଜୀବୀ ଶ୍ରୀ ସାହୁ ବଡଚଣା ଥାନା ଅଧିକାରୀ ସୁଶିଲକୁମାର ସାହୁଙ୍କ କାର୍ଯ୍ୟ ଧାରାରେ ଅସନ୍ତୋଷ ପ୍ରକାଶ କରିବା ସହ ସେ ଯାଣିସୁଣି କୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିବାସହ ଥାନା ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ବିରୁଦ୍ଧରେ ଯାଜପୁର ଏସ ପି ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି! ସେ ବଡଚଣା ଥାନା ଅଧିକାରୀଙ୍କ ବିରୁଦ୍ଧରେ କୋର୍ଟକୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି! ଯାହାକୁ ନେଇ ଏବେ ବଡଚଣାର ଏହି ଦୁଇ ଥାନା ଅଧିକାରୀ ଅଡୁଆ ପରିସ୍ଥିତିରେ ପଡିଥିବା ଆଲୋଚନା ହେଉଛି! ଏ ସମ୍ପର୍କରେ ବଡଚଣା ଥାନା ଅଧିକାରୀ ସୁଶିଲକୁମାର ନାୟକଙ୍କୁ ପଚାରିବାରେ ସେ କୋର୍ଟଙ୍କ ଦ୍ୱିତୀୟ ରିମାଣ୍ଡର ନୋଟିସ ପାଇନଥିବା କରିବା ସହ ଏ ସମ୍ପର୍କରେ ଏସ ପି ଓ ଏସଡିପିଓ ଅବଗତ ଅଛନ୍ତି ବୋଲି କହିଥିଲେ! ଏ ସମ୍ପର୍କରେ ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ! ଏହି ଘଟଣା ଏବେ ସମଗ୍ର ଯାଜପୁର ଜିଲ୍ଲାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି!
Nalco
Leave A Reply