Odisha news

ପ୍ରବଳ ବର୍ଷାରେ ଓଦାହୋଇ ଚାଲିଲେ ହଜାର ହଜାର ଚାଷୀ, ପୋଲିସ ନାକେଦମ

0
ଚଣ୍ଡିଖୋଲ,୧୪/୧୦ ; ପୂର୍ବ ଘୋଷଣା ଅନୁଯାଇ ଚାଷୀଙ୍କ ସର୍ବନିମ୍ନ ୧୯ଟି ଦାବି ହାସଲ ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ଆହ୍ୱନକ୍ରମେ ଗତକାଲି ଯାଜପୁର ଜିଲ୍ଲା ବଡଚଣା ବ୍ଳକର ଧାନମଣ୍ଡଳ ଠାରୁ ଆରମ୍ଭ ହୋଇଥିବା ଚାଷୀଙ୍କ ସତ୍ୟାଗ୍ରହ ପଦଯାତ୍ରା ଶୁକ୍ରବାର ଦିନ ସକାଳୁ ପୁଣି ବଡଚଣା ଠାରୁ ଆରମ୍ଭ ହୋଇଥିଲା! ଗତକାଲି ଧାନମଣ୍ଡଳ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ବଡଚଣାରେ ପହଞ୍ଚିବାପରେ ସେଠାରେ ଚାଷୀମାନେ ରାତ୍ରି ଯାପନ କରିଥିଲେ! ନବନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଞ୍ଜୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଚାଷୀମାନେ ବଡଚଣା ଠାରୁ ପଦଯାତ୍ରା ଆରମ୍ଭ କରିବା ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା! ହେଲେ ବର୍ଷାକୁ ଖାତିର ନକରି ହଜାର ହଜାର ଚାଷୀ ଓଦାହୋଇ ଜାତୀୟ ରାଜପଥରେ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଅବ୍ୟାହତ ରଖିଥିବା ଦେଖାଯାଇଥିଲା!
ଗତକାଲି ଠାରୁ ଆଜି ଅଧିକ ସଖ୍ୟାରେ ଚାଷୀ ପଦଯାତ୍ରାରେ ସାମିଲ ହୋଇଥିବାରୁ ପ୍ରବଳ ବର୍ଷାରେ ସେମାନଙ୍କୁ ସୁରକ୍ଷା ଦେବା ଓ ଆଇନ ସୃଙ୍ଖଳା ରକ୍ଷା ପାଇଁ ମୃତୟନ ହୋଇଥିବା ଜିଲ୍ଲାର୫ଟି ଥାନାର ଥାନା ଅଧିକାରୀଙ୍କ ସହ ସମସ୍ତ ପୋଲିସ ବିହୀନୀଙ୍କୁ ନାକେଦମ ହେବାକୁ ପଡିଥିଲା! ଚାଷୀମାନେ ବର୍ଷାରେ ଓଦାହୋଇ ଚାଲୁଥିବାରୁ ପୋଲିସମାନେ ମଧ୍ୟ ବର୍ଷାରେ ସମ୍ପୂର୍ଣ୍ଣ ଭିଜି ଭିଜି ସେମାନଙ୍କ ସହିତ ଚାଲୁଥିବା ଦେଖାଯାଇଥିଲା! ଛତିଆ ସ୍ଥିତ ଜାତୀୟ ରାଜପଥର ନେଳିଆ ପୋଲତଳେ ପଦଯାତ୍ରାରେ ଥିବା ଚାଷୀମାନେ ମଧ୍ୟାହ୍ନ ଭୋଜନ କରିବା ପରେ ପୁନର୍ବାର ପଦଯାତ୍ରା ଆରମ୍ଭ କରିଥିଲେ!ଶୁକ୍ରବାର ରାତିରେ କଟକ ଜିଲ୍ଲାର ଟାଙ୍ଗିଠାରେ ପହଞ୍ଚିବା ପରେ ଏଦି ପଦଯାତ୍ରୀଦଳ ସେଠାରେ ରାତ୍ରି ଯାପନ କରିବେ ବୋଲି ଜଣା ପଡିଛି! ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଞ୍ଜୋଜକ ଶେଷଦେବ ନନ୍ଦ, ସହ ସଞ୍ଜୋଜକ ନିମାଇଁ ରାୟ,ଅଶୋକକୁମାର ଶାନ୍ତି,ଉମାକାନ୍ତ ରାଉତ ପ୍ରମୁଖ ଆଜିର ପଦଯାତ୍ରାର ନେତୃତ୍ୱ ନେଇଥିଲେ!
Nalco
Leave A Reply