Odisha news

ରୂଣ ମଞ୍ଜୁର କରିଦେବାକୁ କହି ମହିଳାଙ୍କ ଠାରୁ ଟଙ୍କା ଠକି ନେଇଥିବା ଯୁବକ ଗିରଫ

0

ଚଣ୍ଡିଖୋଲ :  ନିଜକୁ ଯାଜପୁର ମହିଳା ସମିତି ସଭାପତି ଭାବେ ପରିଚୟ ଦେଇ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ସାଥୁଆପାଟଣା ଅଞ୍ଚଳର ଏକାଧିକ ମହିଳାଙ୍କୁ ରୂଣ ମଞ୍ଜୁର କରିଦେବାକୁ ପ୍ରଲୋଭନ ଦେଖାଇ ଆଗୁଆ ପଞ୍ଜିକରଣ ବାବଦରେ ବହୁ ଟଙ୍କା ଠକି ନେଇଥିବା ଜଣେ ଠକ ଯୁବକକୁ ଜେନାପୁର ଥାନା ପୋଲିସ ଗିରଫକରି ସୋମବାର ଦିନ କୋର୍ଟ ଚାଲାଣ କରିଛି!ଗିରଫ ଠକ ଯୁବକର ନାମ ଶିତାନଶୁ ସାମଲ (୪୨)! ତାଙ୍କ ଘର ବଡଚଣା ଥାନା ନିଶିମଳା ଗ୍ରାମରେ ଓ ସେ ପରମାନନ୍ଦ ସାମଲଙ୍କ ପୁଅବୋଲି ଜଣାପଡିଛି! ଗତ ଦୁଇ ବର୍ଷ ତଳେ ଠକ ଶିତାନଶୂ ସାଥୁଆପାଟଣା ଅଞ୍ଚଳରେ ପହଞ୍ଚି ନିଜକୁ ଯାଜପୁର ମହିଳା ସମିତିର ସଭାପତି ଭାବେ ପରିଚୟ ଦେଇ ସ୍ଥାନୀୟ ମହିଳା ମାନଙ୍କ ସହ ସମ୍ପର୍କ ସୃଷ୍ଟି କରିଥିଲା! ଏହାପରେ ତାଙ୍କ ମହିଳା ସମିତି ଗ୍ରାମୀଣ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କମ ସୁଧରେ ରୂଣ ମଞ୍ଜୁର କରୁଥିବା କହିଥିଲା ଓ ସେ ସମ୍ପର୍କିତ ଜାଲ କାଗଜପତ୍ର ଦେଖାଇ ଏଠା ମହିଳାଙ୍କ ବିଶ୍ୱାସ ଜନ୍ମାଇଥିଲା!

କେତେକ ମହିଳା ତା’ କଥାରେ ବିଶ୍ୱାସ କରିବା ପରେ ଋଣ ମଞ୍ଜୁର ପାଇଁ ଆଗୁଆ ପଞ୍ଜିକରଣର ଆବଶ୍ୟକତା ଦର୍ଶାଇ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମହିଳାଙ୍କ ଠାରୁ ୬୩ହଜାର ଟଙ୍କା ଆଦାୟ କରି ନେଇଥିଲା! ହେଲେ ଦୀର୍ଘ ଦିନଧରି ମହିଳାଙ୍କୁ ମିଛ ବାହାନା।ଦେଖାଇ ଠକିବା ପରେ ଫୋନ ସୁଇଚ ବନ୍ଦକରି ଫେରାର ହୋଇ ଯାଇଥିଲା! ଏହି ଘଟଣାକୁ ନେଇ ସାଥୁଆପାଟଣା ଗ୍ରାମର ଶାନ୍ତିଲତା ମଲିକଙ୍କ ନେତୃତ୍ୱରେ ଠକାମୀର ଶିକାର ହୋଇଥିବା ମହିଳାମାନେ ଜେନାପୁର ଥାନାରେ ଲିଖିତ ଏତଲା ଦାୟର କରିଥିଲେ! ସେମାନଙ୍କ ଏତଲାକୁ ଗ୍ରହଣକରି ଥାନା ଅଧିକାରୀ ଉମାକାନ୍ତ ନାୟକ ୨୮୩/୨୨ ନମ୍ବରରେ ଏକ ମାମଲା ପଞ୍ଜିକରଣ କରି ତଦନ୍ତ କରିବାସହ ୮ତାରଖରେ ଅଭିଯୁକ୍ତ ଶିତାନଶୁ ସାମଲକୁ ଚଣ୍ଡିଖୋଲ ନିକଟରୁ ଗିରଫ କରିଥିଲେ! ଅଭିଯୁକ୍ତ ଶିତାନଶୁ ମହିଳାଙ୍କ ଠାରୁ ଟଙ୍କା ଠକି ନେଇଥିବା ମାନିଥିବା ପୋଲିସ ପ୍ରକାଶ କରିଛି! ସୋମବାର ତାକୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିଲା ବେଳେ ତାର ଜାମୀନ ଆବେଦନକୁ ଖାରଜକରି ବିଚାରପତି ତାକୁ ଜେଲ ହାଜତକୁ ପଠାଦେଇଥିବା ଜଣାପଡିଛି! ଅଭିଯୁକ୍ତ ଶିତାନଶୁ ଏଥି ପୂର୍ବରୁ ବହୁ ଅପରାଧୀକ ମାମଲାରେ ସପୃକ୍ତ ଥାଇ ଅନେକବାର ଜେଲ ଯାଇଥିବା ଜଣାପଡିଛି

Nalco
Leave A Reply