Odisha news

ଚଣ୍ଡିଖୋଲରୁ ୧୧୯ପୁଡିଆ ବ୍ରାଉନସୁଗାର ଜବତ : ୩ ଜଣ ଗିରଫ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବଜାରରୁ ପୋଲିସ ୧୧୯ ପୁଡିଆ ବ୍ରାଉନସୁଗାର ଜବତ କରିଛି!ଜବତ ହୋଇଥିବା ବ୍ରାଉନସୁଗାରର ଓଜନ  ୩ଗ୍ରାମ ୭୮୦ ମିଲିଗ୍ରାମ ବୋଲି ପୋଲିସ କହିଛି! ଏହି ଘଟଣାରେ ୩ଜଣଙ୍କୁ ଗିରଫକରି ପୋଲିସ କୋର୍ଟ ଚାଲାଣ କରିଛି!ଗିରଫ ୩ ଜଣ ହେଉଛନ୍ତି ବାଲେଶ୍ଵର ବସ୍ତା ଅଞ୍ଚଳର ସେକ ସଲାଉଦ୍ଦିନ , ସେକ ଚାନ୍ଦ ମହମ୍ମଦ ଓ ଧର୍ମଶାଳା ଥାନା ଗୋପାଳପୁରର ଗଗନ ବିହାରୀ ଖିଲାର!  ବସ୍ତାର ଉପରୋକ୍ତ ଦୁଇ ଅଭିଯୁକ୍ତ ଏକ ବାଇକରେ ଏହି ବ୍ରାଉନସୁଗାର ଧରି ଚଣ୍ଡିଖୋଲ ଆସି ଏଠାରେ ବେପାର କରିବାକୁ ଉଦ୍ୟମ କରିଥିଲେ! ସେମାନଙ୍କୁ ଗଗନବିହାରୀ ସାହାଯ୍ୟ କରିଥିଲା! କୌଣସି ସୂତ୍ରରୁ ଖବରପାଇ ବଡଚଣା ଥାନା ଏସ ଆଇ ସୁବାଷ ଚନ୍ଦ୍ର ମୁଦୁଲି ଅଭିଯୁକ୍ତ ମାନଙ୍କୁ କାବୁକରି ଥାନାକୁ ଆଣିଥିଲେ! ପରେ ସେମାନଙ୍କ ପାଖରୁ ଏହି ବ୍ରାଉନସୁଗାର ଜବତ ହୋଇଥିଲା! ଚଣ୍ଡିଖୋଲରେ ବେପାର ଆରମ୍ଭ ପାଇଁ ସେମାନେ ପ୍ରଥମକରି ଏଠାକୁ ଆସିଥିବା ବସ୍ତାର ଦୁଇ ବ୍ରାଉନସୁଗାର ବେପାରି ପୋଲିସ ନିକଟରେ ପ୍ରକାଶ କରିଥିବା ଜଣା ପଡିଛି!ଏ ସମ୍ପର୍କରେ ବଡଚଣା ଥାନାରେ ୨୮୭/୨୨ ନମ୍ବରରେ ଏକ ମାମଲା ପଞ୍ଜିକୃତ ହୋଇଛି ଓ ପୋଲିସ ଏ ସକ୍ରାନ୍ତରେ ତଦନ୍ତକୁ ଯୋରଦାର କରିଛି!

Nalco
Leave A Reply