Odisha news

ତାଳଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୋମାମାଡ ଘଟଣା:ଶେଷରେ ଜେନାପୁର ପୋଲିସ ନିଜଆଡୁ ମାମଲା ରୁଜୁ କଲା

0

ଚଣ୍ଡିଖୋଲ,୦୭/୧୦ :  କଳାପଥର ବ୍ୟବସାୟକୁ କେନ୍ଦ୍ର କରି ଗତ ୮ଦିନ ତଳେ ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ଅଫିସ ପାଖରେ ଘଟିଥିବା ବୋମାମାଡ ଘଟଣାରେ ଶେଷରେ ଜେନାପୁର ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି! ଏହି ଘଟଣାପରେ ସପୃକ୍ତ ଦୁଇଗୋଷ୍ଠୀ ପକ୍ଷରୁ କେହି ଥାନାରେ ଏତଲା ଦାୟର କରିନଥିଲେ! ଯାହାକୁ ଆଳକରି ପୋଲିସ ଘଟଣା ସମ୍ପର୍କରେ ସବୁ ଜାଣି ମଧ୍ୟ ଚୁପହୋଇ ବହିଥିଲା! ତେବେ ଏଥିନେଇ ବିଭିନ୍ନ ଦିଗରୁ ଚାପ ପଡିବା ପରେ ବହୁ ବିଳମ୍ବ ହେଉପଛେ ପୋଲିସ ନିଜ ଆଡୁ ଜେନାପୁର ଥାନାରେ ୨୭୬/୨୩ ନମ୍ବରରେ ଏକ ମାମଲା ପଞ୍ଜିକରଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି! ଏହି ଘଟଣାରେ ସପୃକ୍ତ ଥିବା ସନ୍ଦେହରେ ପୋଲିସ ୩ଜଣଙ୍କୁ ଧରିଆଣି ପଚରା ଉଚରା ପରେ ଛାଡିଥିବା ଜଣାପଡିଛି! ବେଆଇନ କଳା ପଥର ବ୍ୟବସାୟକୁ କେନ୍ଦ୍ର କରି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ତଥା ଜେନାପୁର ଥାନା ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ରହିଛି! ଏଠାରେ ବେଆଇନ ଖଣି ଖନନକୁ ନେଇ ମାଫିଆମାନେ ଆତଙ୍କରାଜ ଚଳାଉଛନ୍ତି! ବହୁ ମାମଲା ଜେନାପୁର ଥାନାରେ ଦାୟରହୋଇ ତଦନ୍ତ ଚାଲିଥିଲା ବେଳେ ପୁଣି ଏହି ସାଙ୍ଘାତିକ ଘଟଣା ଘଟିଛି! ବିଛାଖଣ୍ଡି ପଥରଖଣି ନିକଟ ତାଳଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଗଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବୋମାମାଡ ହୋଇଥିଲା! ଏଥିରେ ୪ଜଣ ବ୍ୟକ୍ତି ଆହତ ହୋଇଥିବା କୁହାଯାଉଛି! ଚୋରା ପଥର ବ୍ୟବସାୟକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି! ଏହି ଘଟଣା ଗତ ୩୦ ତାରିଖ ଶୁକ୍ରବାର ରାତିରେ ଘଟିଥିଲେ ମଧ୍ୟ ତାହାକୁ ଚପାଇ ଦେବାକୁ ପଥର ମାଫିଆ ମାନେ ଉଦ୍ୟମ କରି କେହି ଥାନାକୁ ଆସି ନଥିଲେ! ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଏହି ବେଆଇନ ଖଣି ଅଞ୍ଚଳ ସର୍ବଦା ଅଶାନ୍ତ ରହିଆସୁଥିଲା ବେଳେ ସେଠାର କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଦଳୀୟ ନେତାଙ୍କ ଏହି ବେଆଇନ କାରବାର ସହ ସପୃକ୍ତି ପରିବେଶକୁ ଅଧିକ ଜଟିଳ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଏହି ସ୍ପର୍ଶକାତର ଘଟଣାରେ ଜେନାପୁର ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଅଞ୍ଚଳରେ ପଥରଚୋରୀ ଓ ମାଫିଆରାଜକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଉଦ୍ୟମ କରୁବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି!

Nalco
Leave A Reply