Odisha news

ବଡଚଣା ଭାରତ ବେଞ୍ଚ ଇ ଭି ମାନୁଫାକ୍ଚର ୟୁନିଟରେ ଭୟାବହ ଅଗ୍ନିକାଣ୍ଡ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ବଡ଼ଚଣା ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଭାରତ ବେଞ୍ଚ ଇଭିଇ ବ୍ୟାଟାରୀ ଚାଳିତ ସ୍କୁଟି ମ୍ୟାନୁଫ୍ୟାକଚରିଙ୍ଗ ୟୁନିଟରେ ଶନିବାର ସକାଳୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି! ଖବର ପାଇ ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଦୁଇଟି ନିଆଲିଭା ଗାଡି ପହଞ୍ଚି ଏହି ଅଗ୍ନିକାଣ୍ଡ କୁ ଆୟତ କରିଥିଲେ! ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପରିଶ୍ରମ କରିବା ପରେ ନିଆଙ୍କୁ ଆୟତ୍ତ  କରିଥିଲେ !  ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି! ଏହି ଅଗ୍ନିକାଣ୍ଡରେ ପ୍ରକୃତରେ କେତେ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ତାହା ଜଣା ପଡିନଥିଲେ ମଧ୍ୟ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କାର ହୋଇଥିବା ପ୍ରାଥମିକ ଆକଳନରୁ କୁହାଯାଇଛି! କମ୍ପାନୀର ଷ୍ଟକରୁମ ବା ଗୋଦାମର ଦୁଇ ମହଲା ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା! ଗତ କିଛି ବର୍ଷ ହେଲା ଏଠାରେ ବ୍ୟାଟାରୀ ଚାଳିତ ସ୍କୁଟି ମ୍ୟାନୁଫ୍ୟାକଚରିଙ୍ଗ ୟୁନିଟ ଚାଲୁ ରହିଥିଲା ଓ ଅନେକ ଲୋକ ଏଠାରେ କାମ କରୁଥାଲେ! ତେବେ ଏହି ୟୁନିଟରେ ଅଗ୍ନି ନିରାପତା ବ୍ୟବସ୍ଥା ସଠିକ ଭାବେ ରହିଥିଲା କି ନାହିଁ ତହା ଜଣା ପଡିନାହିଁ! ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାରେ ପହଞ୍ଚି ଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ଛଡାଯାଇ ନଥିଲା !

Nalco
Leave A Reply