ଚଣ୍ଡିଖୋଲ : ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳ ଡିଭିଜନ ଅଧିନସ୍ଥ ଧାନମଣ୍ଡଳ ଷ୍ଟେସନ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପେସ୍ ଟ୍ରେନ ରହଣି ପାଇଁ ଦାବୀ ଜୋର୍ ଧରିଛି! ଏହି।ଦାବିନେଇ ପୂର୍ବରୁ ବହୁବାର ସଭା କରାଯାଇ ରେଳବାଇ କତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ବେଳେ ଗୁରୁବାରଦିନ ମଧ୍ୟ ଏଠାରେ ଆଉଏକ ସଭା ଆହୁତ ହୋଇଥିଲା! ବୃହତ୍ତର ଓଡିଶା ମୁକ୍ତି ସାମୁଖ୍ୟ ପକ୍ଷରୁ ଧାନମଣ୍ଡଳ ଷ୍ଟେସନ ସମ୍ମୁଖରେ ସଭାପତି ପ୍ରଫୁଲ ମାହାଲାଙ୍କ ଅଧ୍ୟକ୍ଷତାରେ ଏହି ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ବହୁ ବୁଦ୍ଧିଜୀବୀ,ଦୈନିକ ରେଳ ଯାତ୍ରୀମାନେ ଯୋଗ ଦେଇ ଉକ୍ତ ଏକ୍ସପ୍ରେସ ଟ୍ରେନର ରହଣି ଦାବିଥିଲେ !ଗମନାଗମନ ଦୃଷ୍ଟିକୋଣରୁ ଧାନମଣ୍ଡଳ ଷ୍ଟେସନର ବେଶ ଗୁରୁତ୍ୱ ରହିଛି। ଏହି ରେଳ ଷ୍ଟେସନ ଉପରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ ଭଳି ବହୁ ଜିଲ୍ଲାର ଯାତ୍ରୀ ମାନେ ଦୈନିକ ନିର୍ଭର କରିଥାନ୍ତି । ହେଲେ ଏକ୍ସପ୍ରେସ ଟ୍ରେନ ରହୁ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ବାରମ୍ବାର ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହୋଇଥିଲେ ସୁଦ୍ଧା ଏହାର କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି! ଆଗାମୀ ଦିନରେ ରେଳବାଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଜନଆନ୍ଦୋଳନ କରାଯିବ ବୋଲି ସାମୁଖ୍ୟ ପକ୍ଷରୁ ଚେତାବନୀ ଦିଆଯାଇଛି! ,ଏଥିରେ ଗଙ୍ଗାଧର ନାୟକ , ବୀର କିଶୋର ପ୍ରଧାନ , ନିହାର ରଞନ ନାୟକ , ଅନାଦି ଚରଣ ଲେଙ୍କା , ପ୍ରଦିପ୍ତ ପ୍ରଧାନ ଓ ଭ୍ରମଣ ବର ଦାସ୍ ପ୍ରମୁଖ ବକ୍ତବ୍ୟ ରଖିଥିଲେ!
