Odisha news

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସଂଗ୍ରାମୀମାନଙ୍କ କଲ୍ୟାଣ ପାଇଁ ୫ଜଣିଆ କମିଟି ଗଠିତ : ଓଡିଶାାରୁ ସ୍ଥାନ ପାଇଲେ ସଂଗ୍ରାମୀ ନୀଳମଣି ସାମଲ

0
ଚଣ୍ଡିଖୋଲ :  ଦେଶରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ କଲ୍ୟାଣ ତଥା ଅନ୍ୟାନ୍ୟ ବିଷୟରେ ସେମାନଙ୍କ ଉନ୍ନତି ପାଇଁ ଜାତୀୟ ସ୍ଥରରେ ଏକ ୫ ଜଣିଆ କମିଟି ଗଠିତ ହୋଇଛି! ଏହି କମିଟିରେ ଓଡିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀ ବରଦା ପଞ୍ଚାୟତ ବାଲିପଡିଆ ଗ୍ରାମର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସ୍ଥାନ ଦିଆଯାଇଛି! କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ୫ଜଣିଆ ଜାତୀୟ କମିଟିକୁ ପୁନର୍ଗଠନ କରାଯାଇ ଉକ୍ତ ମନ୍ତ୍ରଣାଳୟ ଗତ ସେଷ୍ଟେମ୍ବର ୭ତାରିଖ ଦିନ ଏ ସଂକ୍ରାନ୍ତରେ ବିଗ୍ୟପ୍ତି ଯାରୀ କରିଛନ୍ତି!
ଏହି କମିଟି ଦେଶରେ ରହିଥିବା ସମ୍ମାନୀୟ  ସଂଗ୍ରାମୀମାନଙ୍କ କଲ୍ୟାଣ ତଥା ବହୁବିଦ୍ଧ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବ ବୋଲି ଏହି ବିଗ୍ୟପ୍ତିରେ କୁହାଯାଇଛି!କେନ୍ଦ୍ର ଗୃହ ରାଷ୍ଟ୍ରମନ୍ନୀ ଏହି କମିଟିର ଅଧ୍ୟକ୍ଷ ରହିଥିଲାବେଳେ ଶ୍ରୀ ସାମଲଙ୍କୁ ମିଶାଇ ଅନ୍ୟ ୪ଜଣ ଏଥିରେ ସଦସ୍ୟ ରହିଛନ୍ତି! ପୂର୍ବରୁ ଏହି କମିଟିରେ ଓଡ଼ିଶାର ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ସଦସ୍ୟ ରହିଥିଲେ! ତେବେ ତାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନଟି ଦୀର୍ଘ ଦିନହେବ କମିଟିରେ ଖାଲି ପଡିଥିଲା! ଏବେ ସେହି କମିଟିକୁ ପୁନର୍ଗଠନ କରାଯା ସେଥିରେ ସଂଗ୍ରାମୀ  ନୀଳମଣି ସାମଲଙ୍କୁ ସ୍ଥାନୀତ କରାଯାଇଛି!
ଏହି କମିଟିରେ ଶ୍ରୀ ସାମଲ ସ୍ଥାନ ପାଇଥିବାରୁ ରିଜ୍ୟର ସଂଗ୍ରାମୀମାନଙ୍କ ପକ୍ଷରୁ ତଥା ବଡଚଣା ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି! କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ବିଗ୍ୟପ୍ତି ପ୍ରକାଶିତ ହେବା ପରେ ସଂଗ୍ରାମୀ ନିଳମଣିଙ୍କୁ ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ,ରାଜ୍ୟ ସ୍ୱାଧିନତା ସଂଗ୍ରାମୀ ଯୁବ ସାମୁଖ୍ୟର ସଭାପତି ସାସଦ ଭର୍ତ୍ତୃହରି ମହତାବ,ଯୁବ ସାମୁଖ୍ୟର ରାଜ୍ୟ ସମ୍ପାଦକ ତଥା ସଂଗ୍ରାମୀମାଟି ବାଲିପଡିଆର ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ, ସେହି ଗ୍ରାମର ବରିଷ୍ଠ ଆଇନଜୀବୀ ଚଣ୍ଡିଖୋଲ କୋର୍ଟ ବାର ଆସୁସିଏସନ ସଭାପତି ପ୍ରକାଶଚନ୍ଦ୍ର ଦାଶଙ୍କ ସହ ବହୁ ବୁଦ୍ଧିଜୀବୀ ଓ ନେତୃବୃନ୍ଦ ସ୍ୱାଗତ ଓ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି!
Nalco
Leave A Reply