Odisha news

ସନ୍ଥ ଶିରୋମଣି ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ୭ମ ବ୍ରହ୍ମଲୀନ ସହୋତ୍ସବ ଉଦଯାପିତ

0

ଚଣ୍ଡିଖୋଲ,୧୧/୯ :  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଚଡେଇଧରା ନିକଟ ମଧୁପୁର ବେଢା ପର୍ବତ ଶିଖରରେ ଅବସ୍ଥିତ ପ୍ରଶିଦ୍ଧ ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀଗୁରୁ ଆଶ୍ରମ ଓ ଶିଦ୍ଧେଶ୍ୱର ପୀଠର ପ୍ରାଣ ପ୍ରତିଷ୍ଠାତା ପ୍ରାତସ୍ମରଣିୟ ସନ୍ଥ ଶିରୋମଣି ବାବା ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ୭ମ ବ୍ରହ୍ମଲୀନ ମହୋତ୍ସବ ଶନିବାର ଦିନ ମହା ସମାରୋହରେ ଉଦଯାପିତ ହୋଇଯାଇଛି!ଆଶ୍ରମର ତତ୍ତ୍ୱାବଧାରକ ବାବା ଗ୍ୟାନାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଶ୍ରମ ପରିସରରେ ଏହି ଉପଲକ୍ଷେ ସପ୍ତାହଧରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିଲା!ସାତଦିନଧରି ଶ୍ରୀମଦ ଭଗବତ ପାରାୟଣ,ମହାଯଜ୍ଞ, ପ୍ରଭୁ ଶିଦ୍ଧେଶ୍ୱର ମହାଦେବଙ୍କ ମହାଭିଶେକ,ନାମଯଗ୍ୟ,ଅନ୍ନଯଗ୍ୟ ଓ ସନ୍ଥ ସମାରୋହ ଅନୁଷ୍ଠିତ ହୋଇଥିଲା!ବ୍ରହ୍ମଲୀନ ସ୍ୱାମୀ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ସମାଧିପୂଜନ ପୂର୍ବକ ମହାସ୍ନାନ ସମ୍ପୂର୍ଣ୍ଣ ହୋଇଥିଲା! ସ୍ୱାମୀ ଗ୍ୟାନାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବକୁ ଉତ୍କଳ ରାଜ୍ୟ ସନ୍ଥ ସଞ୍ଜୋଜକ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ସଞ୍ଜୋଜନାକରିବା ସହ ବ୍ରହ୍ମଲୀନ ବାବା ମୌନାନନ୍ଦ ମହାରାଜଙ୍କ ଆଧ୍ୟାତ୍ମିକ ସାଧନା ଓ ଶିଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ! ଏଥିରେ  ବାବା ସାସ୍ୱତାନନ୍ଦ ସରସ୍ୱତୀ,କବିନ୍ଦ୍ର ବ୍ରହ୍ମଚାରୀ, ବାବା କୁଞ୍ଜବିହାରୀ ଦାସ,ବାବାଜୀ କୃଷ୍ଣାନନ୍ଦ ଦାସ,ବାବାଜୀ ପ୍ରେମାନନ୍ଦ ଦାସ,ବାବାଜୀ ଧର୍ମାନନ୍ଦ ଦାସ,ବିଶ୍ୱନାଥ ବ୍ରହ୍ମଚାରୀ, ବାବା ଲଳିତ ଦାସ,ବାବା ,ପଣ୍ଡିତ ଦେବବ୍ରତ ଦେବତାଵିଭୁତିଭୁଷଣ ଦାସଙ୍କ ସହ ଯାଜପୁର, କେନ୍ଦ୍ରାପଡା, କଟକ,କେନ୍ଦୁଝର ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ସାଧୁସନ୍ଥ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତନ କରିଥିଲେ! ଆଶ୍ରମ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ସମସ୍ତ ସାଧୁସନ୍ଥ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ! ଆଶ୍ରମର ଭକ୍ତ ପୂର୍ଣ୍ଣ ଚନ୍ଦ୍ର ରାଉତ,ଅଜୟ ବେହେରା,ଗଣେଶ୍ୱର ପଣ୍ଡା,ପିତବାସ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ!

Nalco
Leave A Reply