ଚଣ୍ଡିଖୋଲ,୦୨/୯ : ସବୁଠାରୁ ବ୍ୟସ୍ତ ବହୁଳ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ୭୭ କିମି ରାସ୍ତା ୮ଲେନ ବିଶିଷ୍ଟ ହେବ! ଏଥିନେଇ ଜାତୀୟ ରାଜପଥ ପ୍ରାଧିକରଣଙ୍କ ପକ୍ଷରୁ ଘୋଷଣା କରାଯିବା ସହ ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ୨ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି! ତଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ଏହି ରାସ୍ତା ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିଛି! ରାଜ୍ୟରେ ପ୍ରଥମ ଜାତୀୟ ରାଜପଥ ଭାବେ ଏହି ଅଶ ୮ଲେନ ବିଶିଷ୍ଟ ହେବ ଵୋଲି ଜଣାପଡିଛି! ନିର୍ମାଣ କାମ ପାଇଁ ଅର୍ଥ ବରାଦ ହେବାପରେ ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜାତୀୟ ରାଜପଥ କତ୍ତୃପକ୍ଷ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି! ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ରାସ୍ତା ପାର୍ଶ୍ଵରୁ ବେଆଇନ ଜବରଦଖଲକୁ ଉଛେଦ ପାଇଁ ନୋଟିସ ନେବାସହ ମାଇକଯୋଗେ ପ୍ରଚାରକରି ଜନସାଧାରଣଙ୍କୁ ଅବଗତ କରାଇଛନ୍ତି! ଏପରିକି ଜାତୀୟ ରାଜପଥର ଉଭୟ ପାର୍ଶ୍ଵରୁ ୫୦ ମିଟର ପରିସୀମା ମଧ୍ୟରେ ଦୋକାନ ବଜାର କରିଥିବା ଅବରୋଧ କାରୀ ମାନେ ଆଠଦିନ ମଧ୍ୟରେ ସେସବୁ ସ୍ଥାନରୂ ହଟିଯିବାକୁ କତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି! ପାରାଦୀପ ବନ୍ଦରକୁ ବିଶ୍ୱସ୍ଥରୀୟ କରାଯାଇ ସେଠାରୁ ରପ୍ତାନୀ ବୃଦ୍ଧି କରିବା ସରକାରଙ୍କ ଲକ୍ଷ ଥିବାରୁ ଉକ୍ତ ରାସ୍ତାର ପ୍ରଶସ୍ତିକରଣର ଅବସମ୍ଭାବି ହୋଇ ପଡିଥିଲା!
ଯେଉଁଥି ପାଇଁ ଅନେକ ଦିନ ପୂର୍ବରୁ ଏହି ରାସ୍ତାର ପ୍ରଶସ୍ତିକରଣର ପାଇଁ ସରକାର ଯୋଜନା କରିଥିଲେ ଓ ପୂର୍ବରୁ ଥିବା ୪ଲେନ ବିଶିଷ୍ଟ ରାସ୍ତାକୁ ୬ଲେନ କରିବା ପାଇଁ ୧୨ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର କରି କାମ ଆରମ୍ଭ ପାଇଁ ମଧ୍ୟ ଟେଣ୍ଡର ହୋଇଥିଲା ଓ ସର୍ଭେ କାମ ଆରମ୍ଭ ହୋଇଥିଲା! ତେବେ ଇତିମଧ୍ୟରେ ସରକାର ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁନର୍ବାର ଏହି ରାସ୍ତାକୁ ୮ଲେନ ବିଶିଷ୍ଟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ!ତେଣୁ ପୂର୍ବ ଘୋଷିତ ୬ଲେନ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବରୁ ଏହିରାସ୍ତାକୁ ଏକସଙ୍ଗେ ୮ଲେନ କରିବା ପାଇଁ ବ୍ୟୟ ବରାଦକୁ ୧୨ଶହ କୋଟିରୁ ୨ହଜାର କୋଟିକୁ ବୃଦ୍ଧିକରି ପୁନର୍ବାର ବିଗ୍ୟପ୍ତି ପ୍ରକାଶ କରିଥିଲେ ଓ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା! ଏହି ନିଷ୍ପତ୍ତି ଆଧାରରେ ଏବେ ଜାତୀୟ ରାଜପଥ କତ୍ତୃପକ୍ଷ ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି!
୮ଲେନ ବିଶିଷ୍ଟ ହେବାକୁ ଯାଉଥିବା ରାସ୍ତାର ଏହି ଅଶରେ ୫ଟି ବଡ ପୋଲ ଓ ୬୦ରୁ ଉର୍ଦ୍ଧ୍ବ ଛୋଟଛୋଟ ପୋଲ ନିର୍ମାଣ ହେବ! ରାସ୍ତାଟି ମହାନଦୀ, ବିରୁପା,ଗେଙ୍ଗୂଟି,ଲୁଣା ଓ ଗୋବରୀ ନଦୀ ଅତିକ୍ରମ କରୁଥିବାରୁ ସେହିସବୁ ନଦୀ ଉପରେ ୫ଟି ବଡ ପୋଲ ନିର୍ମାଣ ହେବ ବୋଲି ଜଣାପଡିଛି! ପ୍ରକାଶ ଥାଉକି ଏହି ରାସ୍ତା ପ୍ରଥମେ ଏକ୍ସପ୍ରେସ ସଡକ ନାମରେ ୧୯୬୨ ମସିହାରେ ଆରମ୍ଭ ହୋଇ ୧୯୬୮ ମସିହାରେ ଶେଷ ହୋଇଥିଲା!ପରେ ଏହାକୁ ୫ ନମ୍ବର(କ) ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲା ଓ ପୁନର୍ବାର ଏହାକୁ ୨୦୨୦ ମସିହାରେ ୫୩ନମ୍ବର ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇ ଚଣ୍ଡିଖୋଲ-କନକତୋରା ଜାତୀୟ ରାଜପଥ ସହ ମିଶାଇ ଦିଆଯାଇଥିଲା!ସମୟ କ୍ରମେ ଏହି ରାସ୍ତାରେ ଯାନବାହାନ ଚଳାଚଳ ବୃଦ୍ଧି ପାଇବା ସହ ଦେଶର ବିଭିନ୍ନ ରାଜ୍ୟ ଓ ଖଣି ଅଞ୍ଚଳରୁ ଏହି ରାସ୍ତାଦେଇ ପାରାଦୀପ ବନ୍ଦରକୁ ମଧ୍ୟ ବହୁ ସଖ୍ୟକ ଭାରିଯାନ ଯାତାୟାତ କରିଥିଲା! ଜାତୀୟ ରାଜପଥ କତ୍ତୃପଖ୍ୟଙ୍କ ଆକଳନ ଅନୁଯାଇ ମୋଟର ସାଇକେଲ ଓସାଇକେଲକୁ ଛାଡି ରାସ୍ତାର ଏହି ଅଶରେ ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ବ ଭାରିଯାନ ଓ ୩ ହଜାରରୁ ଉର୍ଦ୍ଧ୍ବ ହାଲୁକାଯାନ ଚଳାଚଳ କରୁଛି! ଉତ୍କଟ ଟ୍ରାଫିକ ସମସ୍ୟା ପାଇଁ ରାସ୍ତାର ପ୍ରଶସ୍ତିକରଣର ଜରୁରୀ ହୋଇ ପଡିଥିଲା ବୋଲି ଜାତୀୟ ରାଜପଥ ଆଞ୍ଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି
