Odisha news

ବୈରୀ ଠାରେ ମହା ସିମେଣ୍ଟ କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣୀ : କ୍ଷତିଗ୍ରସ୍ଥ ହେବାକୁ ଥିବା ଆଦିବାସୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ

0

ଚଣ୍ଡିଖୋଲ,୫।୮:  ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ଅନ୍ତର୍ଗତ ବୈରୀ ମୌଜାରେ ମେସର୍ସ ମାଈ ହୋମ କମ୍ପାନୀ ପକ୍ଷରୁ ମହା ସିମେଣ୍ଟ ବ୍ରାଣ୍ଡରେ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସିମେଣ୍ଟ ଗ୍ରାଇଁଣ୍ଡିଙ୍ଗ କାରଖାନା ପ୍ରତିଷ୍ଠା ଲାଗି ପ୍ରସ୍ଥାବ ରହିଛି! ଏଥିନେଇ ଶୁକ୍ରବାର ଦିନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା! ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଶୁସାନ୍ତକୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈରୀ ଶିବ ମନ୍ଦିର ପରିସରରେ ଅନୁଷ୍ଟିତ ଏହି ଜନସୁଣାଣି ଶିବିରରେ ସ୍ଥାନୀୟ ଜନସାଧାରଣ ଯୋଗଦେଇ ସେମାନଙ୍କର ପକ୍ଷ ରଖିଥିଲେ ମଧ୍ୟ ଏହି କାରଖାନା ପ୍ରତିଷ୍ଠା ପାଇଁ ଯେଉଁ ଆଦିବାସୀ ଓ ଜନ ସାଧାରଣ ବାସ୍ତବରେ ବିସ୍ଥାପିତ ଓ କ୍ଷତିଗ୍ରସ୍ଥ ହେବେ ସେମାନଙ୍କୁ ଏହି ଜନସୁଣାଣିରେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିବା ଦେଖାଯାଇଥିଲା!

ପ୍ରଶାସନିକ ନାଲିଆଖି ଓ ପ୍ରସ୍ଥାବିତ ମହା ସିମେଣ୍ଟ କମ୍ପାନୀର ପ୍ରାୟୋଜିତ ଓ ପୂର୍ବ କଳ୍ପିତ ଯୋଜନା ଅନୁଯାଇ କମ୍ପାନୀ ବିରୋଧରେ ଥିବା ଆଦିବାସୀ ମାନଙ୍କ ସ୍ୱର ଯେପରି ଜନ ସୁଣାଣିରେ ନସୁଭେ ସେଥିନେଇ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି! ତେବେ ବିରୋଧି ଆଦୀବାସୀ ମାନଙ୍କୁ ପକ୍ଷ ରଖିବାକୁ ସୋଯୋଗ ଦିଆଯାଇ ନଥିଲେ ମଧ୍ୟ ସେମାନେ ପ୍ରଦୁଷଣ ମୁକ୍ତ ଶିଳ୍ପ ଆମର ଦାବି,ଆଗ ଥଇଥାନ ପରେ ଶିଳ୍ପ,ଆଦୀବାସୀ ସ୍ୱାର୍ଥ ଆମର ଦାବୀ ଇତ୍ୟାଦି ପ୍ଳାକାର୍ଡ ଧରି ବିରୋଧକରି ଧାରଣାରେ ବସିଥିଲେ!  ଆଞ୍ଚଳିକ ଜମି ଜଳ ଓ ପରିବେଶ ସଂଘ ମଧ୍ୟ ଏହି ବିରୋଧକୁ ସମର୍ଥନ କରି  ସୁଣାଣି ସ୍ତଳରେ ଦାବି ରଖିଥିଲା! ହେଲେ ସେମାନଙ୍କ ଦାବିପ୍ରତି ପ୍ରଶାସନ ବା ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ମାନେ ଗୁରୁତ୍ୱ ଦେଇ ନଥିବାରୁ ସୁଣାଣି ସ୍ଥଳ ବାହାରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ଦେଖାଯାଇଥିଲା!

ଏହି ଶିବିରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଯାଜପୁର ଜିଲ୍ଲା ଆଞ୍ଚଳିକ ଅଧିକାରୀ ଶାନ୍ତନୁ ବେହେରାଙ୍କ ସମେତ ଦର୍ପଣ ତହସିଲଦାର ପ୍ରଦୀପ୍ତକୁମାର ସେଠୀ ଉପସ୍ଥ୍ଥି୍ତ ଥିଲେ! ଏହି କାରଖାନା ପ୍ରତିଷ୍ଠା ହେଲେ ୫୫୦ ଜଣ ନିଯୁକ୍ତି ପାଇବେ ବୋଲି କମ୍ପାନୀ ପକ୍ଷରୂ ସୂଚନା ଦିଆଯାଇଥିଲା!ତେବେ ଯଦି ଏହି ସିମେଣ୍ଟ କାରଖାନା ପ୍ରତିଷ୍ଠା ହୁଏ ତେବେ କମ୍ପାନୀ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା,ବୈରୀ ପଞ୍ଚାୟତକୁ ପୋସ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିବା ,ସ୍ଥାନୀୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଓ ଭୂତଳ ଜଳର ବହୁଳ ବ୍ୟବହାର ନକରିବାକୁ ଜନ ସୁଣାଣିରେ ଉପସ୍ଥିତ ହୋଇ ସ୍ଥାନୀୟ ବହୁ ନିର୍ବାଚିତ ଜନ ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି ରଖିଥିଲେ!

Leave A Reply