Odisha news

ଚଣ୍ଡିଖୋଲ ଜି ଆଇ ଟିରେ ସ୍ମୃତିଶ୍ରୀ ମୃତ୍ୟୁ ଘଟଣା : ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଏସପି ଓ ଜିଲ୍ଲାପାଳଙ୍କୁ ଏଚ ଆର ସିଙ୍କ ନିର୍ଦ୍ଦେଶ

0
ଚଣ୍ଡିଖୋଲ,୩୦/୭ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତ ଗଣେଶ ଇନଷ୍ଟିଚ୍ୟୁଟ ଆଣ୍ଡ ଟେକନୋଲୋଜି (ଜିଆଇଟି)ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିବା ଶେଷ ବର୍ଷ ଛାତ୍ରୀ ସ୍ମୃତିଶ୍ରୀ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତକୁ ପୋଲିସ ଦୀର୍ଘ ଦିନଧରି ଚପାଇ ରଖିବା ପରେ ଏବେ ଏହା ଭିନ୍ନ ମୋଡ ନେଇଛି! ଏହି ସ୍ପର୍ଶ କାତର ଘଟଣାକୁ ଅତି ଗୁରୁତର ଭାବେ ଗ୍ରହଣକରି ରାଜ୍ୟ ମାନବିକ ଅଧିକାର କମିଶନର ଏହି ଘଟଣାରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି! ଝିଅର ଅଶ୍ୱଭାବିକ ମୃତ୍ୟପରେ ଦିଗହରା ହୋଇପଡିଥିବା ପୋଲିସ ତଦନ୍ତ ଏବେ ଠିକଣା ବାଟକୁ ଆସିବ ଓ ସପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଦଣ୍ଡ ମିଳିବ ବୋଲି ମୃତା ଛାତ୍ରୀ ସ୍ମୃତିଶ୍ରୀଙ୍କ ବାପା,ମା ଓ ପରିବାର ବର୍ଗ ଆଶାବ୍ୟକ୍ତ କରିଛନ୍ତି! ଗତ ୨୦୨୧ ମସିହା ନଭେମ୍ବର ୩ତାରିଖ ଦିନ ସ୍ମୃତିଶ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜିଆଇଟିର ଲେଡିଜ ହଷ୍ଟେଲର ତାଙ୍କ ରୁମରୁ ପୋଲିସ ଉଦ୍ଧାର କରିଥିଲା!
ମୃତଦେହ ଜବତ ସମୟରେ ସେଠାରୁ ସ୍ମୃତିଶ୍ରୀ ମୃତ୍ୟୁ ପୂର୍ବରୁ ଲେଖିଯାଇଥିବା ଏକ ସୁଇସାଇଡିଆଲ ନୋଟ ପୋଲିସକୁ ମିଳିଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ନଦେଇ ପୋଲିସ ଏହି ଘଟଣାକୁ ଅତି ହାଲକା ଭାବେ ଗ୍ରହଣକରି ଏକ ଅପମୃତ୍ୟୁ ମାମଲା ଦାୟର କରିଥିଲା!ମୃତଦେହ ଜବତ ସମୟରେ ଏହି ଘଟଣାକୁ ନେଇ ଉପସ୍ଥିତ ଜନତା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ପ୍ରକଟ କରିଥିଲେ ମଧ୍ୟ ପୋଲିସ କାହାକଥା ସୁଣିନଥିଲା! ସ୍ମୃତିଶ୍ରୀଙ୍କ ହାତ ଲେଖାରେ ଶୁଭ ନାମକ ଜଣେ ଛାତ୍ରୀଙ୍କ ସହ କଲେଜର ମୁଦୁଲି ସାର,ଶଶିକାନ୍ତ ସାର,କଳାଶ୍ରୀ ଦାସ,ରାଜଲକ୍ଷୀ ପ୍ରଧାନ ଓ ନିର୍ମଳା ସାହୁ ତାଙ୍କ ମୃତ୍ୟୁ ପାଇଁ ଦାୟୀବୋଲି ସ୍ପଷ୍ଟ ଭାବେ ଲେଖିବା ସହ ସେମାନେ ମିଳିମିଶି ତାଙ୍କୁ ମାନଶିକ ଓ ଶାରୀରିକ ନିର୍ଯାତନା ଦେଇ ଆସିବା ସହ ତାଙ୍କୁ ବଦନାମ କରିବାକୁ ହୀନ ଚକ୍ରାନ୍ତ କରିଥିବା ଉଲ୍ଲେଖ କରିଥିଲେ! ଏତେସବୁ ପରେବି ବଡଚଣାର ତତ୍କାଳୀନ ଥାନା ଅଧିକାରୀ କୌଣସି କଥାକୁ ଗୁରୁତ୍ୱ ଦେଇନଥିଲେ! ହେଲେ ଘଟଣା ପରେ ସ୍ମୃତିଶ୍ରୀଙ୍କ ମା’ ମଧୁସ୍ମିତା ଦାସ ବଡଚଣା ଥାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇ ଘଟଣାକୁ ଆତ୍ମହତ୍ୟାର ରୁପ ଦେବାପାଇଁ ମୃତଦେହକୁ ଉପରୋକ୍ତ ଅଭିଯୁକ୍ତ ମାନେ ଝୁଲାଇ ଦେଇଥିବା ଉଲ୍ଲେଖକରି ଲିଖିତ ଏତଲା ଦେଇଥିଲେ! ଏହି ଏତଲାପରେ ପୋଲିସ ଅବସ୍ୟ ଅପମୃତ୍ୟୁ ମାମଲାରୁ ଏହି ମାମଲାକୁ ହତ୍ୟା ମାମଲା ଭାବେ ପରିବର୍ତ୍ତନ କରି ୩୦୨ ଦଫାରେ କେଶକୁ ପଞ୍ଜିକୃତ କରିଥିଲା! ହେଲେ ପରବର୍ତ୍ତୀ ସମୟରେ ଏହି ସ୍ପର୍ଶ କାତର ଘଟଣାର ତଦନ୍ତକୁ ଗୁରୁତ୍ୱ ଦେଇନଥିଲା !
ଏପରିକି ସ୍ମୃତିଶ୍ରୀଙ୍କ ମୃତ୍ୟୁ ପୂର୍ବର ହାତଲେଖା ଓ ତାଙ୍କ ମା’ଙ୍କ ଏତଲାରେ ନାମ ଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟ ପଚରାଉଚରା ବା ଗିରଫ କରିନଥିଲା! ଇତିମଧ୍ୟରେ ଘଟଣାର ୯ ମାସ ବିତିଯିବା ପରେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କିମ୍ବା ଘଟଣାର ଉପଯୁକ୍ତ ତଦନ୍ତ ହେଉନଥିବା ନେଇ ମୃତାଛାତ୍ରୀଙ୍କ ପରିବାର ପକ୍ଷରୁ ବାରମ୍ବାର ବଡଚଣା ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା! ହେଲେ କୌଣସି ସୁଫଳ ମିଳିନଥିଲା! ଶେଷରେ ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ! ଡାଇରୀ ନମ୍ବର ୧୧୨୬୯/ଆଇଏନ/୨୦୨୨ରେ କମିସନର ଏହାକୁ ଗ୍ରହଣ କରିବା ପରେ ଏବେ ଏହାର ସୁଣାଣି କରିଥିଲେ! ଆବେଦନକାରୀ ଶ୍ରୀ ବିଶ୍ୱାଳ ତାଙ୍କ ଆବେଦନରେ ଛାତ୍ରୀ ସ୍ମୃତିଶ୍ରୀଙ୍କ ମୃତ୍ୟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ତଦନ୍ତକୁ ଦିଗଭ୍ରଷ୍ଟ କରିଥିବା ସପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତ ମାନଙ୍କ ଦରମାରୁ ଆଦାୟ କରି ମୃତା ଛାତ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାପାଇଁ ଏଚ ଆର ସିଙ୍କୁ ପ୍ରାର୍ଥନା କରିଥିଲେ! ଏହାର ସୁଣାଣିକରି ଜୁଲାଇ ମାସ ୨୭ ତାରିଖ ଦିନ ରାଜ୍ୟ ମାନବାଧିକାର କମିଶନର ଏହି ଘଟଣାର ତୁରନ୍ତ ଉପଯୁକ୍ତ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଓ ଯାଜପୁର ଏସପିଙ୍କୁ ନିର୍ଦ୍ଦେଶ ଦେବାସହ ଏସମ୍ପର୍କରେ ମଧ୍ୟ ଆରଡିସିଙ୍କୁ ସମାନ୍ତରାଳ ନିର୍ଦ୍ଦେଶ ଦେଇଛନ୍ତି! ଏଥିସହ ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଜଣାଇବାକୁ ମଧ୍ୟ ଏଚ ଆର ସି ତାଙ୍କ ନିର୍ଦ୍ଦେଶ ନାମାରେ ଉଲ୍ଲେଖ କରିଛନ୍ତି! ଏଚ ଆର ସିଙ୍କ ନିର୍ଦ୍ଦେଶ ପରେ ଆରଡିସି ମଧ୍ୟ ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ଚଳିତ ଜୁଲାଇ ମାସ ୨୮ ତାରିଖରେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି!ଏଚ ଆର ସିଙ୍କ ନିର୍ଦ୍ଦେଶ ପରେ ଦବିରହିଥିବା ଏହି।ଘଟଣାର ଏବେ ତନାଘନା ଆରମ୍ଭ ହୋଇଛି
Nalco
Leave A Reply