Odisha news

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବିଶିଷ୍ଟ ରାଜନେତା ସୁରେନ୍ଦ୍ର ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ତଥା ଗଡମଧୁପୁର ଅଞ୍ଚଳର ବିଶିଷ୍ଟ ରାଜନେତା ତଥା ବିଜୁବାବୁଙ୍କ ସହକର୍ମୀ ପ୍ରାକ୍ତନ ଧର୍ମଶାଳା ବ୍ଳକ ବିଜେଡି ସଭାପତି ସ୍ୱର୍ଗତ ସୁରେନ୍ଦ୍ର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅମ୍ଳାନ ପ୍ରତିଭା ଓ ବ୍ୟକ୍ତିତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି!ବିଜେଡି ଯୁବନେତା ଶତୀସ ବିଶ୍ୱାଳଙ୍କ ପୌରହିତ୍ୟରେ ସ୍ୱର୍ଗତ ମିଶ୍ରଙ୍କ ଗଡମଧୁପୁର ସ୍ଥିତ ବାସଭବନରେ ୨୨ ତାରିଖରେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା! ଏଥିରେ ଯାଜପୁର ସାସଦ ଶର୍ମିଷ୍ଠା ସେଠୀ,ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତକୁମାର ବଳବନ୍ତରାୟ,ବିଶିଷ୍ଟ ସାହିତ୍ୟିକ ବିଜୟ ଶତପଥୀ, ଗୋକର୍ନିକାର ସମ୍ପାଦକ ରମାକାନ୍ତ ଜେନା,ସମ୍ବାଦର ଯାଜପୁର ଜିଲ୍ଲା ପ୍ରତିନିଧି ସଗ୍ରାମକେଶରୀ ସିଂ,ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ଡ ଚିତ୍ତରଞ୍ଜନ ବେହେରା,ଶିକ୍ଷାବିତ ଦେବେନ୍ଦ୍ର ଜେନାମଣି, ଜିଲ୍ଲା ପରିଷଦ ସଭ୍ୟ ପ୍ରଣତୀ ଲେଙ୍କା,ଚଡେଇଧରା କଲେଜ ଅଧ୍ୟକ୍ଷ ଶୁକାନ୍ତକୁମାର ରାଉତ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ,ବିଜେଡି ନେତା ଜଳଧର ମହାନ୍ତି, ଯୁବନେତା ପ୍ରହଲ୍ଲାଦ ଲେଙ୍କା,ଜଗଦୀଶ ଜେନାମଣି,ଅମୀୟ ପରିଡା,ତ୍ରିନାଥ ଜେନା,ଆଇନଜୀବୀ ଉଦୟନାଥ ସାହୁ ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରି ସେ ମଧୁପୁରଗଡ ପଞ୍ଚାୟତର ସରପଞ୍ଚ ଓ ଜନତା ଦଳ ତଥା ବିଜୁ ଜନତା ଦଳର ବହୁ ପଦ ପଦବୀରେ ରହି କରିଯାଇଥିବା ସେବାମୂଳକ କାର୍ଯ୍ୟ ଓ ତାଙ୍କର ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ !ଅନ୍ୟମାନଙ୍କ ମଧ୍ୟରେ ଓୟୁଜେ ଯାଜପୁର ଜିଲ୍ଲା ସଭାପତି ଆଦିତ୍ୟ ମେକାପ,ସାମ୍ବାଦିକ ସର୍ବଶ୍ରୀ ରାଜୀବ ମହାନ୍ତି,ବିମଳ ପତି,ଅବିନେଶ୍ୱର ଶତପଥୀ,ସୀତାକାନ୍ତ ସାମଲ,ମାସକୁମାର ଜେନା,ବସନ୍ତ ନାୟକ,ଅରୁପକୁମାର ନାୟକ,ଅଖିଳକୁମାର ସ୍ୱଆଇଁ,ପରମାନନ୍ଦ ସାହୁ,ଶଙ୍କରପ୍ରତାପ ଦାସ,ମାନସ ରଞ୍ଜନ ବିଶ୍ୱାଳ,ସରପଞ୍ଚ ରବିନ୍ଦ୍ର ସେଠୀ,ବିପିନ ଓଝାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଦିବଙ୍ଗତ ଶ୍ରୀ ମିଶ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ! ସଭା ପ୍ରାରମ୍ଭରେ ଦୁୁୁ ଷରେନିିି ନିରବ ପ୍ରାର୍ଥନା କରାଯାଇଥିଲା! ଶେଷରେ ସ୍ୱର୍ଗତ ମିଶ୍ରଙ୍କ ପୁତ୍ର ସାମ୍ବାଦିକ ପ୍ରବୋଧକୁମାର ମିଶ୍ର ସମସ୍ତ ଅତିଥିଙ୍କୁ କୃତଗ୍ୟତା ଓ ଧନ୍ୟବାଦ ଜଣାଇଥିଲେ!

Nalco
Leave A Reply