Odisha news

ଅଭିଯୁକ୍ତ ଚନ୍ଦନ ଶାହାକୁ ଗିରଫ୍ ନେଇ କଂଗ୍ରେସର ୨ଦଫା ଧାରଣା ସ୍ଥଗିତ : ୧୫ଦିନ ମଧ୍ୟରେ ପୋଲିସ ଗିରଫ୍ ହେବାକୁ ପୁଣି ପ୍ରତିଶ୍ରୁତି

0

ଭଦ୍ରକ :ସଂଗୀତା ମୋଟର୍ସର କର୍ମଚାରୀଙ୍କ ମୃତୁ୍ୟ ପାଇଁ ଦାୟୀ ଶୋ’ରୁମ୍‍ର ମାଲିକ ଚନ୍ଦନ ଶାହାକୁ ଗିରଫ ଓ ଜିଲ୍ଲାରେ ଚାଲିଥିବା ନିଶାକାରବାର, ଡ୍ରଗ୍‍ସ ବ୍ୟବସାୟକୁ ବନ୍ଦ କରିବା, ନିଶାକାରବାରର ମୁଖ୍ୟ ଶ୍ୟାମସୁନ୍ଦର ଗୁପ୍ତାଙ୍କୁ ଗିରଫ କରିବା ଦାବି ନେଇ ଦୁଇଦିନ ଧରି ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଚାଲି୍‍ଥିବା ୨ଦଫା ଧାରଣାର ଆଜି ୨ୟ ଦିନରେ ଏସପିଙ୍କ ସହିତ ଆଲୋଚନା ପରେ ସ୍ଥଗିତ ରଖାଯାଇଛି ।

ଏସପି ଏହାର ଦାୟିତ୍ୱ ନିଜେ ନେବା ସହିତ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରି ବିହାର ପଠାଇବେ, ଆବଶ୍ୟକ ହେଲେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଲ କରାଯିବ ଏବଂ ସମ୍ପତିକୁ ମଧ୍ୟ ସିଲ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି । ଭଦ୍ରକ ଗବସାହି ଅଞ୍ଚଳର ଚିିତ୍ତରଂଜନ ଜେନା ନାମକ ଯୁବକ ସଂଗୀତା ମୋଟର୍ସରେ କାଯର୍‍ୟ କରୁଥିବା ବେଳେ ଶୋ’ରୁମ୍‍ର ମାଲିକ ଚନ୍ଦନ ଶାହାଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ । ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ବୟାନ ଲେଖି ମୃତୁ୍ୟ ପାଇଁ ଚନ୍ଦନ ଶାହା ଦାୟୀ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ପୁଲିସ ମାମଲା ରୁଜୁ କରିଥିଲେ ବି ଅଭିଯୁକ୍ତ ଚନ୍ଦନ ଶାହାଙ୍କୁ ଗିରଫ କରୁନାହିଁ । ଏଥି ସହିତ ଭଦ୍ରକରେ ନିଶା କାରବାରର ସମ୍ରାଟ ସାଜିଥିବା ଶ୍ୟାମସୁନ୍ଦର ଗୁପ୍ତା ଜିଲ୍ଲା ତମାମ ନିଶାର ସାମ୍ରାଜ୍ୟ ସୃଷ୍ଟି କରି ଖୋଲାଖୋଲି ଦେଶୀ ମଦ କାରବାର କରି ସମାଜକୁ ନଷ୍ଟ କରୁଥିବା ବେଳେ ଡ୍ରଗ୍ସ କାରବାରକୁ ବହୁମାତ୍ରାରେ ବଢାଇ ଚାଲିଛନ୍ତି ।

ତୁରନ୍ତ ଚନ୍ଦନ ଶାହାଙ୍କୁ ଗିରଫ କରିବା ସହିତ ବିହାରୀ ଅପରାଧୀ ଲିଙ୍କ୍‍ ମୁଖ୍ୟ ଗୁପ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ ତାଙ୍କ ସମ୍ପତିର ସ୍ୱତସ୍ତ୍ର ଟାସ୍କ ଫୋର୍ସ ମାଧ୍ୟମରେ ତଦନ୍ତ କରିବା ଦାବି କରି ୨ଦିନ ଧରି ପ୍ରତୀକ ଧାରଣା ଜାରି ରହିଥିଲା । ଆଜି ୨ୟ ଦିନ ଧାରଣାରେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ପ୍ରଦୁ୍ୟମ୍ନ ଦାସ, ରାଜନ ଲାହା, ବିଜୟ ବାରିକ ବସିଥିବା ବେଳେ ତାହେର ଅହମ୍ମଦ ଖାଁ,ଇଲିଆସ ଖାଁ, ରାଜକିଶୋର ପଣ୍ଡା, ବିଜୟ ଶଙ୍କର ମହାନ୍ତି, ଯତୀନ୍ଦ୍ର ସାହୁ, ପୀତବାସ ଧଳ ସହଯୋଗ କରିଥିଲେ । ପରେ ଅପରାହ୍ନରେ ଏସପି ରାଜେଶ ପଣ୍ଡିତ ଶ୍ରୀ ମହାନ୍ତି ଓ ସୁବ୍ରତ ଦାସଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପରେ ଶ୍ରୀ ମହାନ୍ତି କହିଥିଲେ ଯେ ଯଦି ୧୫ ଦିନ ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରେ ତେବେ ପୁଣି ଆନ୍ଦୋଳନକୁ ତୀବ୍ର କରାଯିବ । ତେବେ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ପୋଲିସ ଅଭିଯୁକ୍ତକୁ ଧରିବାକୁ ପୁଣି ପ୍ରତିଶ୍ରୁତି ଦେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି

Leave A Reply