Odisha news

ଚାଣକ୍ୟ ନୀତି : ସ୍ୱାର୍ଥପର ବା ମତଲବୀ ଲୋକଙ୍କ ନିକଟରେ ରହିଥାଏ ଏହିସବୁ ଗୁଣ, ଯଥାଶୀଘ୍ର ଦୂରେଇ ଯାଆନ୍ତୁ

0

ଆମ ଜୀବନରେ ବିଭିନ୍ନ ପ୍ରକୃତିର ଲୋକ ଆସି ଥାଆନ୍ତି, ଅଧିକାଂଶ ସମୟରେ ସେମାନଙ୍କୁ ଜାଣିବା ମଧ୍ୟ କଷ୍ଟକର ହୋଇଯାଇ ଥାଏ l ଏବଂ ଅନେକ ସମୟରେ ଜାଣିବା ବେଳକୁ ମଧ୍ୟ ଖୁବ ଡେରି ହୋଇ ଯାଇଥାଏ l ବେଳେବେଳେ ଆମ ଜୀବନ ରେ ଏମିତି କିଛି ଲୋକଙ୍କର ଏଣ୍ଟ୍ରି ହୋଇଥାଏ ଯେଉଁମାନେ କି ଖୁବ ମତଲବୀ ଅର୍ଥାତ ସ୍ୱାର୍ଥ ନ୍ୱେଷୀ ହୋଇ ଥାଆନ୍ତି l ନିଜ ସ୍ୱାର୍ଥ ହାସଲ କରି ନିଜ ବାଟରେ ଚାଲି ଯାଆନ୍ତି l ଏମାନଙ୍କର ଗୋଟିଏ ଉଦେଶ୍ୟ ରହିଥାଏ ନିଜର ସ୍ୱାର୍ଥ ହାସଲ କରିବା l ଆଜି ଆସନ୍ତୁ ଜାଣିବା ଏହିଭଳି ବ୍ୟକ୍ତିତ୍ୱ ଥିବା ବ୍ୟକ୍ତିଙ୍କ ଲକ୍ଷଣ ବିଷୟରେ l

– ଯେଉଁ ଲୋକମାନେ ସ୍ୱାର୍ଥପର ବା ମତଲବୀ ହୋଇ ଥାଆନ୍ତି ସେମାନେ ନିଜର ଧନକୁ ସଂଚୟ କରି ରଖନ୍ତି, ଏବଂ ଅନ୍ୟକୁ ସବୁବେଳେ ଖର୍ଚ୍ଚାନ୍ତ କରାଇବାରେ ଖୁସି ଅନୁଭବ କରନ୍ତି l

– ଯେଉଁ ଲୋକ ମାନେ ସ୍ୱାର୍ଥପର ସ୍ଵଭାଵ ର ସେମାନେ ନିଜ କାର୍ଯ୍ୟ ହାସଲ କରିବା ପାଇଁ ସମସ୍ତ ପ୍ରକାର ଉପାୟ ର ବ୍ୟବହାର କରନ୍ତି, ଏବଂ କାମ ବାହାରିଯିବା ପରେ ଦ୍ଵିତୀୟ ଥର ମୁହଁ କୁ ମଧ୍ୟ ଅନାଇ ନଥାଆନ୍ତି l

– ଯଦି କେହି ନିକଟତର ବ୍ୟକ୍ତି କେବଳ ଦରକାର ସମୟ ରେ ଆମକୁ ଖୋଜିଥାଏ କିମ୍ବା ଆମର ବ୍ୟବହାର କରିଥାଏ, ଏଭଳି ବ୍ୟକ୍ତି ନିକଟରୁ ଖୁବ ଶୀଘ୍ର ଦୁରେଇ ଯିବା ଆବଶ୍ୟକ l ଏଭଳି ବ୍ୟକ୍ତି କଦାପି ଆପଣଙ୍କ ଯୋଗ୍ୟ ର ନୁହେଁ l

– ଯଦି ଜୀବନ ରେ ଆପଣଙ୍କର କୌଣସି ଖରାପ ସମୟ ଚାଲିଛି ଏବଂ ଆପଣଙ୍କୁ ସାହାଯ୍ୟ କରିବା ପରିବର୍ତେ ଖାଲି ସାନ୍ତ୍ୱନା ଦେଇ ଥାଆନ୍ତି ଏଭଳି ବ୍ୟକ୍ତି ସବୁଠୁ ଭୟଙ୍କର ଅଟେ ଏବଂ ଏଭଳି ବ୍ୟକ୍ତି ନିକଟରୁ ଦୂରେଇ ରହିବା ଜରୁରୀ l

– ପ୍ରତ୍ୟେକ କାର୍ଯ୍ୟରେ ଲାଭ ଓ କ୍ଷତି ଦେଖୁଥିବା ବ୍ୟକ୍ତି ଖୁବ ମତଲବୀ ହୋଇ ଥାଆନ୍ତି, ଏବଂ ନିଜ ବିଷୟରେ ଅଧିକ ଚିନ୍ତା କରନ୍ତି ଏଭଳି ଲୋକ ଠାରୁ ଦୁରେଇ ଯାଆନ୍ତୁ l

Ad2
Leave A Reply