Odisha news

ଚାଣକ୍ୟ ନୀତି : ଯେଉଁ ପୁରୁଷ ମାନଙ୍କ ନିକଟରେ ରହିଥାଏ କୁକୁର ର ଏହି ସବୁ ପ୍ରକୃତି ସେମାନଙ୍କ ପତ୍ନୀ ମାନେ ସର୍ବଦା ରୁହନ୍ତି ସନ୍ତୁଷ୍ଟ 

0
ଚାଣକ୍ୟ ଙ୍କ ନୀତି ଜୀବନ ର ଗତି ପଥକୁ ଗୋଟିଏ ନୂଆ ଦିଗ ଦେଖାଇଥାଏ । ଆମ ଭାରତୀୟ ତଥା ବିଶ୍ୱରେ ମଧ୍ୟ ଶାସ୍ତ୍ରଜ୍ଞ ମାନଙ୍କ ମଧ୍ୟରେ ଚାଣକ୍ୟ ଙ୍କ ର ଗୋଟିଏ ବିଶେଷ ସ୍ଥାନ ରହିଛି । ଚାଣକ୍ୟ ଙ୍କ ନୀତି ଅନୁସାରେ ଗୋଟିଏ ବିବାହିତ ପୁରୁଷ ନିକଟରେ କୁକୁର ର କିଛିଟା ଗୁଣ ରହିବା ନିହାତି ଜରୁରୀ । ଯାହାକି ତାର ବୈବାହିକ ଜୀବନ କୁ ସୁଖମୟ କରିଥାଏ । ତେଣୁ ଆଜି ଆସନ୍ତୁ ଜାଣିବା କୁକୁର ର କେଉଁ ସବୁ ଗୁଣ ପୁରୁଷ ନିକଟରେ ରହିବା ଜରୁରୀ ।
* ସଚ୍ଚୋଟ :
ଆମେ ସମସ୍ତେ ଜାଣିଛୁ କୁକୁର ଗୋଟିଏ ସଚ୍ଚୋଟ ଜୀବ ଭାବରେ ଜଣାଶୁଣା । ଠିକ୍ ସେହିଭଳି ସ୍ବାମୀ ବା ପୁରୁଷ ମାନେ ହେବା ଆବଶ୍ୟକ । କୁକୁର ଯେଭଳି ସଚ୍ଚୋଟ ଭାବରେ ନିଜର ଜୀବନ ବିତାଇ ଥାଏ ସେହିଭଳି ପୁରୁଷ ମାନେ ହେବା ଆବଶ୍ୟକ । କାହିଁକି ନା ଯିଏ ସଚ୍ଚୋଟ ପୁରୁଷ ସେ କଦାପି ପର ନାରୀ ଆଡ଼କୁ ଆଖି ଟେକି ମଧ୍ୟ ଅନାଇ ନଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ପାର୍ଟନର କୁ ଖୁସି ରଖିବା ପାଇଁ ସଚ୍ଚୋଟ ହେବା ଜରୁରୀ । ଏହା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍ କରିଥାଏ ।
* ସତର୍କ ରହିବା ଜରୁରୀ :
ଯେଭଳି କୁକୁର ଯେତେ ଗଭୀର ନିଦ୍ରାରେ ଶୋଇ ଥିଲେ ମଧ୍ୟ ସବୁବେଳେ ସତର୍କ ରହିଥାଏ । ସେହିଭଳି ପୁରୁଷ ମାନେ ମଧ୍ୟ ନିଜ କର୍ତ୍ତବ୍ୟ ସ୍ତ୍ରୀ ଛୁଆ ଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ । ଗୋଟିଏ ପରିବାର କୁ ଶତ୍ରୁ ନିକଟରୁ ରକ୍ଷା କରିବା ପାଇଁ ପୁରୁଷ ଟିଏ ସର୍ବଦା ସତର୍କ ରହିବା ଉଚିତ୍ । ଏଭଳି ପୁରୁଷ ମାନଙ୍କ ପ୍ରତି ମହିଳା ମାନେ ସର୍ବଦା ସନ୍ତୁଷ୍ଟ ହୋଇ ଥାଆନ୍ତି ।
* ବୀରତା :
ଆମେ ସମସ୍ତେ ଜାଣିଛୁ ଯେ କୁକୁର ଗୋଟିଏ ବୀର ଜୀବ। ଯିଏ କି ଯାହାବି ବିପଦ ଆସୁ ଅନ୍ୟ ର ରକ୍ଷା କରିବା ପାଇଁ ସବୁବେଳେ ଆଗେଇ ଆସିଥାଏ । ସେହିଭଳି ପୁରୁଷ ମାନେ ହେବା ଉଚିତ୍ । କାହିଁକି ନା ଭୟାଳୁ ଓ କାପୁରୁଷ ବ୍ୟକ୍ତି କୁ କୌଣସି ମହିଳା ପସନ୍ଦ କରନ୍ତି ନାହିଁ । ଏଭଳି ପୁରୁଷ ମାନଙ୍କୁ ମଧ୍ୟ ଅନେକ ତିରସ୍କାର ସହିବାକୁ ପଡ଼ିଥାଏ ।

Leave A Reply