ଚାଣକ୍ୟ ଙ୍କ ନୀତି ବାଣୀ ମଣିଷ ଜୀବନ କୁ ସୁଖମୟ କରିଥାଏ , ଏହାଛଡା ଜୀବନ କୁ ଗୋଟିଏ ନୂତନ ଦିଗ ଦେଖାଇ ଥାଏ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ଆଧାରରେ ଜୀବନ ରେ କଠିନ ସମୟ କୁ କିପରି ସମ୍ମୁଖୀନ କରିବେ ଓ ଆଗକୁ ବଢ଼ିବେ ସେହି ବିଷୟରେ ଦର୍ଶାଇ ଥାଆନ୍ତି । ଆଜିର ଚାଣକ୍ୟ ନୀତି ରେ ସେ ଦର୍ଶାଇ ଛନ୍ତି କେଉଁ ସବୁ ସ୍ଥାନ କୁ ସ୍ଵୟଂ ମା ଲକ୍ଷ୍ମୀ ଆଗମନ କରି ଥାଆନ୍ତି । ଯଦି ଆପଣ ଚାଣକ୍ୟ ଙ୍କ ନୀତି କୁ ଅନୁସରଣ କରିବେ ତେବେ ଜାଣି ପାରିବେ ଯେ କେଉଁ ସବୁ ସ୍ଥାନ ରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।
* ଲକ୍ଷ୍ମୀ ହେଉଛନ୍ତି ସ୍ଵଭାବ ରେ ଚଞ୍ଚଳା, ସେ କୌଣସି କାର୍ଯ୍ୟରେ ସାମାନ୍ୟ ବିଘ୍ନ ଦେଖିଲେ ତୁରନ୍ତ ସେଠାରୁ ଚାଲି ଯାଇ ଥାଆନ୍ତି । ତେଣୁ ଯେଉଁ ବ୍ୟକ୍ତି ଆଳସ୍ୟ ତ୍ୟାଗ କରି ସଂପୂର୍ଣ୍ଣ ନିଷ୍ଠା ର ସହିତ କାର୍ଯ୍ୟ କରିଥାଏ ତା ନିକଟରେ ସର୍ବଦା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ପରିଶ୍ରମୀ ହୋଇଥାଏ ତା ନିକଟକୁ ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।
* ଯଦି ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ କଦାପି ଗୃହ ରେ କ୍ଳେଶ କରନ୍ତୁ ନାହିଁ । ସର୍ବଦା ଶାନ୍ତି ବଜାୟ ରଖନ୍ତୁ । କାରଣ ଯେଉଁ ଘରେ ସର୍ବଦା ଅଶାନ୍ତି ଓ ଗଣ୍ଡଗୋଳ ଦେଖା ଦେଇଥାଏ ସେଠାରେ ଲକ୍ଷ୍ମୀ ଙ୍କ ବାସ ହୋଇ ନଥାଏ, ସେଠାରୁ ଲକ୍ଷ୍ମୀ ଚାଲି ଯାଇ ଥାଆନ୍ତି । ଆଉ ଯେଉଁ ପରିବାର ରେ ଶାନ୍ତି ରହିଥାଏ ସେଠାକୁ ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।
* ଯେଉଁ ଘରେ ଧନ ର ଅଯଥା ଖର୍ଚ୍ଚ ହୋଇ ନଥାଏ ଏବଂ ଅନ୍ନ ର ଧ୍ଵଂସ ହୋଇ ନଥାଏ ସେଠାକୁ ଆପେ ଆପେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଅର୍ଥାତ୍ ଅନ୍ନ ର ନଷ୍ଟ ହେଉ ନଥିବା ଘରେ ଓ ଖାଦ୍ୟ କୁ ସମ୍ମାନ ଦେଉ ଥିବା ବ୍ୟକ୍ତି ନିକଟକୁ ହୋଇଥାଏ ଲକ୍ଷ୍ମୀ ଙ୍କ ଆଗମନ ।
ତେଣୁ ସବୁବେଳେ ଜୀବନ ରେ ଏହିସବୁ କଥାକୁ ଧ୍ୟାନ ଦେବେ ଓ ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବେ ।
