ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି କେବଳ ସୁଖୀ ବୈବାହିକ ଜୀବନ ପାଇଁ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ କର ଜୀବନ ପାଇଁ ମଧ୍ୟ ପରାମର୍ଶ ଦେଇଥାଏ l ଆଜିର ଚାଣକ୍ୟ ନୀତିରେ କିଭଳି ଜଣେ ବ୍ୟକ୍ତି ନିଜକୁ ସୁସ୍ଥ ରଖି ପାରିବ ସେହି ବିଷୟରେ କୁହାଯାଇଛି l କାହିଁକି ନା ସ୍ୱାସ୍ଥ୍ୟ ହେଉଛି ମଣିଷ ର ବଡ଼ ସମ୍ପଦ ଅଟେ l ଯେଉଁ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଏହିସବୁ ନୀତିକୁ ଜୀବନ ରେ ମାନି ଚାଲିଥାଏ ସେ କଦାପି ଅସୁସ୍ଥ ହୋଇନଥାଏ l ମନୁଷ୍ୟଙ୍କ ଶରୀର ରୋଗ ର ଘର ଅଟେ ତେଣୁ ଏହାକୁ କିପରି ସୁରକ୍ଷିତ ରଖି ନିଜେ ସୁସ୍ଥ ରହିବା ତାହା ଜାଣି ରଖିବା ଆବଶ୍ୟକ l
– ଚାଣକ୍ୟ ଙ୍କ ନୀତି ଅନୁସାରେ ଭୋଜନ ଯେତେବେଳେ ମଧ୍ୟ କରୁଛନ୍ତି, ସାତ୍ଵିକ ମନରେ ଭୋଜନ କରନ୍ତୁ l ଅର୍ଥାତ ଭୋଜନ ଅଶାନ୍ତ ମନରେ କରନ୍ତୁ ନାହିଁ l ଏହା ମନରେ ସକାରାତ୍ମକ ଭାବନା ଭରିଥାଏ ଓ ଶରୀର କୁ ନିରୋଗୀ ସୁସ୍ଥ ରଖିଥାଏ l
– ଯେବେବି ଭୋଜନ କରୁଛନ୍ତି ଆପଣଙ୍କୁ ଭୋକ ଲାଗିବା ଆବଶ୍ୟକ, ଭୋକ ନଲାଗିଲେ କଦାପି ଭୋଜନ କରନ୍ତୁ ନାହିଁ l ନଚେତ ରୋଗରେ ପୀଡିତ ହୋଇପାରନ୍ତି l
– ସବୁବେଳେ ନିଜର ଓଜନ ଦେଖି ଭୋଜନ କରିବା ଆବଶ୍ୟକ l ମଣିଷ ଯଦି ନିଜ ଓଜନ ଅନୁସାରେ ଭୋଜନ କରେ ନାହିଁ, ତେବେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇଥାଏ l ଅର୍ଥାତ ନିଜ ଶରୀର କେତେ ଖାଦ୍ୟ ଗ୍ରହଣ କରିବା ପାଇଁ ସକ୍ଷମ ତାହା ଜାଣି ରଖିବା ଜରୁରୀ l ଯାହାକି ଓଜନ ବୃଦ୍ଧି ର କାରଣ ହୋଇଥାଏ l
– ଯେଉଁ ବ୍ୟକ୍ତି ଆବଶ୍ୟକତା ଠାରୁ ଭୋଜନ କରେ, ସେ ସର୍ବଦା କୌଣସିନା କୌଣସି ରୋଗରେ ପୀଡିତ ହୋଇଥାଏ l ଏଭଳି ଖାଦ୍ୟ ଖାଉଥିବା ବ୍ୟକ୍ତି କୌଣସି ନା କୌଣସି ରୋଗରେ ପୀଡିତ ହୋଇଥାଏ l
– ଚାଣକ୍ୟଙ୍କ ମତରେ କଦାପି ଭୋଜନ କରିସାରି ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଏହା ଶରୀର ର ହଜମ ପ୍ରଣାଳୀ କୁ କ୍ଷତିଗ୍ରସ୍ତ କରାଇଥାଏ l
