ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ରେ କୁହାଯାଇଛି ଯେ ମନୁଷ୍ୟ ଏକାକୀ ଜନ୍ମ ନେଇଥାଏ , ଏକାକୀ ମୃତ୍ୟୁ ବରଣ କରିଥାଏ l ଅର୍ଥାତ ପ୍ରତ୍ୟେକ ମଣିଷ ଜନ୍ମ ଓ ମୃତ୍ୟୁ ର ଚକ୍ରରେ ଏକାକୀ ଫସି ଥାଆନ୍ତି ଓ ଏକାକୀ ପାପ ପୁଣ୍ୟ ର ଫଳ ଭୋଗ କରିଥାଏ l କାହିଁକି ନା ପିତା ମାତା ଭାଇ ବନ୍ଧୁ ସନ୍ତାନ କେହି ମଧ୍ୟ ତାର ଦୁଃଖ କିମ୍ବା ପାପରେ ଭାଗୀ ହୋଇ ନଥାଆନ୍ତି l
ବେଦ ଓ ପୂରଣ ରେ କୁହାଯାଇଛି ଯେ ଧର୍ମ ହେଉଛି ପୁଣ୍ୟ ଓ ଅଧର୍ମ ହେଉଛି ପାପ l ପାପ ଓ ପୁଣ୍ୟ କାର୍ଯ୍ୟ କରିବା ପାଇଁ କୌଣସି ସମୟ ସୀମା ନଥାଏ , ଏହା ସାରା ଜୀବନ କାଳରେ ଗୋଟିଏ ମୁହୂର୍ତ୍ତ ରେ ହିଁ ପାପ ପୁଣ୍ୟ ର ହିସାବ ହୋଇଥାଏ l
ପାପ ପୁଣ୍ୟ ର ସାକ୍ଷୀ କିଏ -:
ଆମେ ସମସ୍ତେ ଏକାକୀ ଆସିଛୁ ଦୁନିଆକୁ ଏକାକୀ ଯିବେ ଦୁନିଆରୁ l ତାର ଘର ପରିବାର ସବୁକିଛି ମୃତ୍ୟୁ ପରେ ନିଜ ସ୍ଥାନରେ ରହି ଯାଆନ୍ତି l ଶରୀର ଅଗ୍ନି ଦ୍ୱାରା ଦାହ ହୋଇଯାଏ , କିନ୍ତୁ ସିଏ କରିଥିବା ପାପ ପୁଣ୍ୟ ତା ସହିତ ଯାଇଥାଏ l କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ମଣିଷ ନିଜ ପାପକୁ ଲୁଚାଉଛି ଓ ଲୁଚି କି ପାପ କରୁଛି ତେବେ ତାର ପାପ ପୁଣ୍ୟ ର ସାକ୍ଷୀ କିଏ ରହିଥାଏ ‘
ଚାଣକ୍ୟ ଙ୍କ ନୀତିରେ ମଣିଷ ର ପାପ ପୁଣ୍ୟ ର ୧୪ ଜଣ ସାକ୍ଷୀ ରହି ଥାଆନ୍ତି -:
– ମଣିଷ ଶରୀର ପଞ୍ଚତତ୍ୱ ରେ ସୃଷ୍ଟି l ଜଳ , ବାୟୁ , ଅଗ୍ନି , ଆକାଶ , ପୃଥିବୀ l ମୃତ୍ୟୁ ପରେ ଆମେ ସମସ୍ତେ ଏହି ପଞ୍ଚଭୁତ ରେ ଲିନ ହୋଇଯିବା l କିନ୍ତୁ ଆମର କର୍ମ ଫଳ ଆମ ସହିତ ଯିବ l
– ଯେଉଁ ଭଳି ଭାବରେ ସୂର୍ଯ୍ୟ ରାତିରେ ରୁହନ୍ତି ନାହିଁ , ଓ ଚନ୍ଦ୍ରମା ଦିନରେ ରୁହନ୍ତି ନାହିଁ l ସେହି ଭଳି କିଛି ଅଦୃଶ୍ୟ ଶକ୍ତି ଏଭଳି କିଛି ରହିଛି ଯିଏ କି ମଣିଷ ର କର୍ମ ଉପରେ ନଜର ରଖିଛି l
– ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବତା ଙ୍କୁ ଧର୍ମର ଦେବତା କୁହାଯାଏ l ଯିଏ କି ଆମ ଠିକ ଭୁଲ ର ହିସାବ ରଖି ଥାଆନ୍ତି l ସୂର୍ଯ୍ୟ ଙ୍କ ଆଲୋକ ରେ ଦିନ ହୋଇଥାଏ ମହତ କାର୍ଯ୍ୟ କରିବା ପାଇଁ l
– ଯେତେବେଳେ ମଣିଷ ମାନେ ସାଧାରଣ ଭାବରେ ଭୁଲ କାର୍ଯ୍ୟ କରି ଥାଆନ୍ତି , ସେତେବେଳେ ତାଙ୍କର ଠିକ ଭୁଲ ର ହିସାବ ଧର୍ମ ରାଜ ରଖନ୍ତି l
– ଦିନ ସମୟ ହୋଇଥାଏ ମହତ କାର୍ଯ୍ୟ କରିବା ପାଇଁ ଓ ରାତ୍ରୀ ସମୟ ହୋଇଥାଏ ଶାନ୍ତି ମନରେ ବଂଚିବା ପାଇଁ l କିନ୍ତୁ ମଣିଷ ଭାବି ବସେ ଯେ ରାତ୍ରୀ ସମୟ ରହିଛି ପାପ କାର୍ଯ୍ୟ କରିବା ପାଇଁ l ତେଣୁ ସେ ପାପ କରି ଚାଲିଥାଏ l କିନ୍ତୁ ଚନ୍ଦ୍ରମା ମଧ୍ୟ ଏହି ଠିକ ଭୁଲ ର ହିସାବ ରଖନ୍ତି l
– ମଣିଷ ର କର୍ମ ର ୧୪ ଟି ସାକ୍ଷୀ କିଏ ?
ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ମଣିଷର ଭଲ ଓ ଖରାପ କର୍ମ ର ୧୪ ଟି ସାକ୍ଷୀ ରହିଛନ୍ତି l ସେମାନେ ହେଲେ ସୂର୍ଯ୍ୟ , ଚନ୍ଦ୍ରମା , ଦିନ , ରାତି , ସନ୍ଧ୍ୟା , ଜଳ , ପୃଥିବୀ , ଅଗ୍ନି , ଆକାଶ , ବାୟୁ , ଇନ୍ଦ୍ରିୟ , କାଳ, ଦିଗ ଓ ଧର୍ମ l ଏହି ୧୪ ଜଣ ମୁକ ସାକ୍ଷୀ ଅଟନ୍ତି l