Odisha news

ଚାଣକ୍ୟ ନୀତି : ଏଭଳି ସନ୍ତାନଙ୍କ ପିତା ହୋଇ ଥାଆନ୍ତି ଭାଗ୍ୟଶାଳୀ

0

ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ମଣିଷ ଜୀବନ କୁ ସଠିକ ମାର୍ଗ ଦେଖାଇ ଥାଏ l ତାଙ୍କର ନୀତି କୁ ଆପଣାଇ ଆମେ ଜୀବନ ରେ ଆଗକୁ ବଢିବା ପାଇଁ ସମର୍ଥ ହୋଇଥାଉ l ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଅନୁସାରେ ଯଦି ସନ୍ତାନ ଗୁଣବାନ ହୋଇଥାଏ ତେବେ ପରିବାର ରେ ସର୍ବଦା ସୁଖ ସମୃଦ୍ଧି ର ବାସ ହୋଇଥାଏ ଓ ଏଭଳି ସନ୍ତାନ ଙ୍କ ମାତାପିତା ଖୁବ ଭାଗ୍ୟାଶାଳୀ ହୋଇ ଥାଆନ୍ତି l ଆସନ୍ତୁ ଜାଣିବା ଗୋଟିଏ ଭଲ ସନ୍ତାନ ମଧ୍ୟରେ କେଉଁସବୁ ଗୁଣ ରହିବା ଜରୁରୀ l

* ପ୍ରତ୍ୟେକ ମାତାପିତା ଚାହିଁ ଥାଆନ୍ତି ଆଜ୍ଞାକାରୀ ସନ୍ତାନ , ଯଦି ସନ୍ତାନ ଆଜ୍ଞାକାରୀ ଓ ସଂସ୍କାରୀ ହୋଇଥାଏ ତେବେ ସେହି ମାତାପିତା ଖୁବ ଭାଗ୍ୟାଶାଳୀ ହୋଇ ଥାଆନ୍ତି l

* ପ୍ରତ୍ୟେକ ମାତାପିତା ଚାହିଁ ଥାଆନ୍ତି ତାଙ୍କ ସନ୍ତାନ ସଂସ୍କାରୀ ହେଉ l ଯେଉଁ ସନ୍ତାନ ମାନେ ସଂସ୍କାରୀ ହୋଇ ଥାଆନ୍ତି ସେମାନେ ସମ୍ପୂର୍ଣ୍ଣ କୁଳ ଓ ବଂଶ ର ନାମ ଉଜ୍ଜଳ କରନ୍ତି * ଗୋଟିଏ ଗୁଣବାନ ସନ୍ତାନ ମଧ୍ୟରେ ଭଲ ଓ ଖରାପ ମଧ୍ୟରେ ଫରକ ଜାଣିବାର ସାମର୍ଥ୍ୟ ରହିବା ଜରୁରୀ l କାହିଁକି ନା ଯେଉଁ ସନ୍ତାନ ଖରାପ ଓ ଭଲ ମଧ୍ୟରେ ଫରକ ଜାଣିପାରେ ସେ କଦାପି ଅବାଟ କୁ ଯାଇ ନଥାଏ l ଯେଉଁ କାରଣରୁ ମାତାପିତା ଭାଗ୍ୟବାନ ହୋଇ ଥାଆନ୍ତି l

* ଶିକ୍ଷା କୁ ଯେଉଁ ସନ୍ତାନ ଗୁରୁତ୍ୱ ଦେଇଥାଏ , ସେ ଜିବନ ରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲଭ କରି ତାର ପିତାମାତା ଙ୍କ ନାମ ଉଜ୍ଜଳ କରିଥାଏ l

* ଯେଉଁ ପିଲାମନେ ନିଜ ପିତାମାତା ଙ୍କ ସମ୍ମାନ କୁ ଗୁରୁତ୍ୱ ଦେଇ ଥାଆନ୍ତି ଓ ପିତା ମାତା ଙ୍କ ଆଦର ସମ୍ମାନ କରନ୍ତି ସେଭଳି ସନ୍ତାନ ଙ୍କ ପିତାମାତା ଖୁବ ଭାଗ୍ୟଶାଳୀ ଅଟନ୍ତି l

Leave A Reply