ଚମ୍ପୁଆ : ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଛଚାଷର ପ୍ରଭୁତ କ୍ଷୟକ୍ଷତି ହୋଇଥିବା ଦେଖରବାକୁ ମିଳିଛି । ହଜାର ହଜାର ଟଙ୍କାର ମାଛ ଯାଆଁଳ ଛାଡିଥିଲେ ମଧ୍ୟ ବର୍ଷା ଫଳରେ ବନ୍ଧ ପୋଖରି ପୁରି ଯିବାରୁ ଚାଷି ନାଛ ଅମଳର ଆଶା ଛାଡି ଦେଇଛି । ଚଳିତବର୍ଷ ଏହି ବର୍ଷା ଧାନଚାଷ ପାଇଁ ବରଦାନ ସାଜିଥିବା ବେଳେ ମାଛ ଚାଷିଙ୍କ ଅ•ା ଭାଙ୍ଗି ଦେଇଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ରଜିଆ ପଂଚାୟତର ମାଛଚାଷି ଅନାମ ଦାସଙ୍କ କ୍ଷେତ୍ରରେ । ୨୦୧୮ ମସିହାରେ ଗ୍ରମରେ ଥିବା ବିରାଟ ଖଣ୍ଡାଧୂଆ ବନ୍ଧକୁ ପଂଚାୟତ ପକ୍ଷରୁ ୮୬ ହଜାର ଟଙ୍କାରେ ୩ ବର୍ଷପାଇଁ ନିଲାମ ନେଇ ମାଛଚାଷ ଆରମ୍ଭ କରିଥିଲେ ।
ପ୍ରଥମ ବର୍ଷ ଉକ୍ତ ବନ୍ଧରେ ୧କ୍ୱଣ୍ଡାଲ ମାଛ ଯାଆଁଳ ଛାଡ ବେଶ ଦୁଇପଇସା ଲାଭ କରିବା ପରେ ୨ ବର୍ଷରେ ୧କ୍ୱିଣ୍ଡାଲ ୧୫ କିଗ୍ରା ଛାଡିଥିଲେ ମଧ୍ୟ ଅମଳ ସମୟରେ କୋରନା କଟକଣା ଲାଗିବାରୁ ଅମଳ କରାଯାଇ ପାରିନଥିଲା । ମାତ୍ର ଚଳିତ ବର୍ଷ ଯାଆଁଳ ଛାଡିବା ସମୟ ଆସିବାରୁ ଅନାମ ନିକଟସ୍ଥ ସିଆଲଯୋଡା ଗ୍ରାମରୁ କିଗ୍ରା ପ୍ରତି ୬୦୦ଟଙ୍କା ଦରରେ ୧କ୍ୱି•ାଲ ୩୫ କିଗ୍ରା ଯାଆଁଳ ଛାଡିଥିଲେ । ଚଳିତ ମାସ ଏହି ଲଘୁଚାପ ଦ୍ୱାରା ୨ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଏକ ପ୍ରକାର ବନ୍ୟା ପରିସ୍ଥିତି ଦେଖାଦେଇଥିଲା ।
ବନ୍ଧରେ ବର୍ଷାଜଳ ଭର୍ତି ହୋଇ ଉଛୁଳି ଉଠିବା ଫଲରେ ପ୍ରାୟ ବହୁ ସଂଖ୍ୟାରେ ଯାଆଁଳ ସହିତ ବଡ ବଡ ମାଛ ବାହାରି ଯାଇଥିଲେ । ବନ୍ଧକୁ ଲାଗି ରହିଥିବା ବିଲ ଖମାରରେ ସ୍ଥାନିୟ ଲୋକ ବହୁପରିମାଣରେ ମାଛ ଧରି ନିକଟ ବଜାରରେ ବିକ୍ରି କରୁଥିବା ଦେଖାଯାଇଥିଲା । ଏକପଟେ ନିଲାମ ଅର୍ଥ ପଇଠ ଚିନ୍ତା ସାଙ୍ଗକୁ ମୂଳଧନ ବି ହରାଇ ଥିବା ଅନାମ ପ୍ରକାଶ କରିଛନ୍ତି । ଏନେଇ ଅନାମ ସରପଂଚଙ୍କୁ ଅବଗତ କରିଥିବା ବେଳେ ସହାୟତା ଆଶା କରିଥିବା ସୂଚନା ଦେଇଛନ୍ତି ।