ଚମ୍ପୁଆ- ଚମ୍ପୁଆ ଥାନା ଅନ୍ତର୍ଗତ ଟୁଣଟୁଣା ଅରଡେଇ ପୋଲ ଉପରୁ ଏକ ବାଲି ବୋଝେଇ ହାଇୱା ଖସି ପଡ଼ିବାରୁ ଗାଡ଼ି ର ହେଲପର ଘଟଣା ସ୍ଥଳରେ ଗାଡିର ହେଲପର ମୃତ୍ୟୁ ବରଣ କରିଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଡ୍ରାଇଭର ର କୌଣସି ଖୋଜ ଖବର ମିଳିନଥିବା ଜଣାପଡିଛି l ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ଜ୍ୟୋତିପୁର ବାଲି ଖଣି ରୁ ବାଲି ବୋଝେଇ କରି ଯୋଡା ଆଡ଼କୁ ଦୃତ ଗତିରେ ଯାଉଥିବା ଏକ ବାଲି ବୋଝେଇ ହାଇୱା( ଓଡ଼ି୧୪ ସି ୩୩୭୯) ଟୁଣଟୁଣା ଗ୍ରାମ ନିକଟରେ ଅରଡେଇ ପୋଲ ଉପରୁ ତଳକୁ ଖସି ପଡିବାରୁ ଗାଡ଼ିର ହେଲ୍ପର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ହେଲପର ଜଣକ ଚମ୍ପୁଆ ଥାନା ଅନ୍ତର୍ଗତ ଦୋଳିତା ଗ୍ରାମର ଗୁରୁଚରଣ ନାଏକ ବୋଲି ଜଣା ପଡ଼ିଛି। ତେବେ ହାଇୱା ଡ୍ରାଇଭର ର କୌଣସି ପତ୍ତା ମିଳିନାହିଁ। ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି l
