Odisha news

କେଉଁଦିନ ପାଳିତ ହେବ ଚୈତ୍ର ପୂର୍ଣିମା ? ଏବଂ କଣ ରହିଛି ଏହାର ଧାର୍ମିକ ମହତ୍ୱ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ମାସର ପୁର୍ଣିମା ତିଥି ହେଉଛି ସେହି ମାସର ଶେଷ ଦିନ, ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚୈତ୍ର ମାସ ହେଉଛି ବର୍ଷର ପ୍ରଥମ ମାସ ଯାହା ବର୍ତମାନ ଚାଲିଛି l ଚୈତ୍ର ମାସ ଧାର୍ମିକ କାର୍ଯ୍ୟ ପାଇଁ ଖୁବ ମହତ୍ଵପୁର୍ଣ l ଆଗକୁ ଆସୁଛି ଚୈତ୍ର ପୂର୍ଣିମା ତିଥି, ହିନ୍ଦୁ ଧର୍ମରେ ଚୈତ୍ର ପୂର୍ଣିମାର ବିଶେଷ ମହତ୍ୱ ରହିଛି l ସମସ୍ତ ତିଥି ମଧ୍ୟରେ ପୂର୍ଣିମା ତିଥି ସବୁଠୁ ଗୁରୁତ୍ୱପୂର୍ଣ ଅଟେ l ଏହି ତିଥି କୁ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଶ୍ରେଷ୍ଠ ବୋଲି କୁହାଯାଇଛି l ଏହି ଦିନର ପୂଜାର ବିଶେଷ ମହତ୍ୱ ରହିଛି l ଏହିଦିନ ଠାରୁ ଠାକୁରାଣୀଙ୍କ ହିଙ୍ଗୁଳା ଯାତ୍ରା ମଧ୍ୟ ଆରମ୍ଭ ହୋଇଥାଏ ଓ ଏହାର ପରଦିନ ଠାରୁ ବୈଶାଖ ମାସର ଆରମ୍ଭ ଅଟେ l

= ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷର ଚୈତ୍ର ପୁର୍ଣିମା ଅପ୍ରେଲ ୨୩ ତାରିଖରେ ଅନୁଷ୍ଠିତ ହେବ l ଏହିଦିନ ବ୍ରତ ରଖି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚନା କରାଯାଇଥାଏ l ଏହିଦିନ ଭଗବାନ ସତ୍ୟନାରାୟଣ ଙ୍କ ପି[ଉଜ କୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇ ଥାଏ l ଏହିଦିନ ର ପୂଜା ଓ ବ୍ରତ ଖୁବ ଫଳଦାୟୀ ଅଟେ l

= ଏହିଦିନ ତୀର୍ଥ ,ସ୍ନାନ, ଦାନ , ବ୍ରତ ଓ ଭଗବାନ ବିଷ୍ଣୁଙ୍କ ପୂଜାର୍ଚନା କରିବା ଦ୍ୱାରା ଅଜାଣତ ରେ ହୋଇଥିବା ପାପ ରୁ ମୁକ୍ତି ମିଳିଥାଏ l ଏହିଦିନ କରାଯାଇଥିବା ବିଷ୍ଣୁ ପୂଜନ ଦ୍ୱାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏବଂ ମାତା ଲକ୍ଷ୍ମୀଙ୍କ ପୂଜନ ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l

= ଚୈତ୍ର ପୁର୍ଣିମା ଦିନ ରାତିରେ ଉଦିତ ଚନ୍ଦ୍ରଙ୍କ ଅର୍ଘ୍ୟ ଦେଇ ‘ଓଂ ସାଂ ଶ୍ରୀଙ୍ଗ ସୌ ଶଃ ଚନ୍ଦ୍ରମଷେ ନମଃ ‘ମନ୍ତ୍ରକୁ ଜପ କରନ୍ତୁ l ଏହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l

= ଚଳିତ ଥର ଚୈତ୍ର ପୁର୍ଣିମା ମଙ୍ଗଳବାର ଦିନ ପଡୁ ଥିବାରୁ ହନୁମାନ ଙ୍କୁ ପୂଜା କରିବା ଖୁବ ଫଳଦାୟୀ ଅଟେ l ତେଣୁ ଏହିଦିନ ହନୁମାନ ଙ୍କ ନିକଟରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଶତ୍ରୁ ଭୟ ଦୂର ହୋଇଥାଏ l

Nalco
Leave A Reply