ନୂଆଦିଲ୍ଲୀ : କରୋନା ର ସବୁଠୁ ଅଧିକ ପ୍ରଭାବ ଶ୍ରମିକ ମାନଙ୍କ ଉପରେ ପଡ଼ିଛି । ବର୍ତ୍ତମାନ୍ ଉଦ୍ୟୋଗ ଜଗତ ଧୀରେ ଧୀରେ କାର୍ଯ୍ୟ କ୍ଷମ ହେଉଥିଲେ ମଧ୍ୟ କିଛି ଲୋକ ଏପରି ରହିଛନ୍ତି ଯେଉଁମାନେ ନିଜ ପରିବାର ର ଭରଣ ପୋଷଣ କରିବାକୁ ଅକ୍ଷମ ଅଛନ୍ତି । ସେମାନଙ୍କ ସଂସ୍ଥା ବର୍ତ୍ତମାନ୍ ଆରମ୍ଭ ମଧ୍ୟ ହୋଇନାହିଁ ।
ସରକାର ଦେଉଛନ୍ତି ୧୦ ହଜାର ଲେଖାଏଁ ଟଙ୍କା –
ଏପରି ସ୍ଥିତି ରେ ଯଦି ଆପଣଙ୍କ ମଧ୍ୟରୁ କେହି ପୁଞ୍ଜି ନିବେଶ କରିବାକୁ ଅସମର୍ଥ ଅଛନ୍ତି ତେବେ ସେମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ୍ ଆପଣ ପିଏମ୍ ସ୍ୱନିଧି ଯୋଜନା ଅନୁସାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ । ସେଥିପାଇଁ ଆପଣ ନିକଟସ୍ଥ ବ୍ୟାଙ୍କ୍ ରେ ଆପଣ ଲୋନ ବିଷୟରେ କଥା ହୋଇ ନିଜର କାର୍ଯ୍ୟ ଆରମ୍ଭ କରି ପାରିବେ ।
ଯୋଜନା ପାଇଁ ସବୁଠୁ ମହତ୍ତ୍ବପୂର୍ଣ୍ଣ କଥା –
– ଋଣ ନେଉଥିବା ବ୍ୟକ୍ତି ଙ୍କ ର ଫୋନ୍ ନମ୍ୱର୍ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ ।
– ଋଣ ସେହି ମାନଙ୍କୁ ମିଳିବ ଯେଉଁମାନେ ୨୪ ମାର୍ଚ୍ଚ ୨୦୨୦ କିମ୍ବା ଏହା ପୂର୍ବରୁ ଏହି ପ୍ରକାର କାର୍ଯ୍ୟରେ ସଂଶ୍ଳିଷ୍ଟ ଅଛନ୍ତି ।
– ଏହି ଋଣ ନେବାର ଅବଧି ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ।
– ଏହି ଋଣ ଷ୍ଟ୍ରିଟ ଭେଣ୍ଡର ସହର କିମ୍ବା ଗ୍ରାମୀଣ ହୁଅନ୍ତୁ, ସମସ୍ତଙ୍କୁ ମିଳିବ ।
– ଏହି ଋଣ ରେ ସବ୍ସିଡି ମିଳିବ । ତ୍ରୟ ମାସିକ ବେଳକୁ ବ୍ୟାଙ୍କ୍ ଖାତାକୁ ଯିବ ।
– ଏହି ଋଣ ପାଇଁ କୌଣସି ପ୍ରକାରର ଗ୍ୟାରେଣ୍ଟି ଆବଶ୍ୟକ ନାହିଁ ।
– ଋଣ ପାଇଁ ଆପଣ କିସ୍ତି ରେ ପଇସା ଦେଇ ପାରିବେ ।
