ଭାରତୀୟ ରେଡକ୍ରସ୍ ସୋସାଇଟି,କଟକ-ଭୁବନେଶ୍ୱର ପୋଲିସ କମିସନରେଟ ଆଞ୍ଚଳିକ ଶାଖା ପକ୍ଷରୁ ବିଶ୍ୱ ରେଡକ୍ରସ୍ ଦିବସ ଇନଫୋସିଟି ଥାନାରେ ପାଳିତ
୦୮-୦୫-୨୦୨୦ : ଭାରତୀୟ ରେଡକ୍ରସ୍ ସୋସାଇଟି,କଟକ-ଭୁବନେଶ୍ୱର ପୋଲିସ କମିସନରେଟ ଆଞ୍ଚଳିକ ଶାଖା ପକ୍ଷରୁ ବିଶ୍ୱ ରେଡକ୍ରସ୍ ଦିବସ ଇନଫୋସିଟି ଥାନାରେ ପାଳିତ ହୋଇ ଯାଇଛି । ଏଥିରେ ପୋଲିସ କମିସନର ତଥା ପୋଲିସ କମିସନରେଟ ରେଡକ୍ରସ୍ର ଅଧକ୍ଷ ଡ. ସୁଧାଶୁଂ ଷଡଙ୍ଗୀ, ଆଇ ପି ଏସ୍ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ରେଡକ୍ରସ୍ର ପ୍ରତିଷ୍ଠାତା ଜାଁ ହେନେରୀ ଦୁନାଁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏକ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥୀ ଭାବେ ଭୁବନେଶ୍ୱର ଡିସିପି ଅନୁପ ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ, ଡିସିପି ହେଡକ୍ୱାଟର ପ୍ରାଣ ବନ୍ଧୁ ମହାପାତ୍ର ଓ ଏସିପି ପ୍ରକାଶ ଚନ୍ଦ୍ର ପାଳ ଯୋଗ ଦେଇଥିବା ବେଳେ ପୋଲିସ୍ କମିସନରେଟ ରେଡ଼୍କ୍ରସର ଯୁଗ୍ମ-ସମ୍ପାଦକ ତଥା ନୋଡାଲ ଅଫିସର ଏସିପି ଲଳିତେନ୍ଦୁ ମହାନ୍ତି, ଇନଫୋସିଟି ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି ଓ ରେଡକ୍ରସ୍ କାର୍ଯ୍ୟନିର୍ବାହୀ ସଦସ୍ୟ ଦିଲ୍ଲୀପ ଦାଶଶର୍ମାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।
ରକ୍ତଦାନ ଶିବିରରେ ମୋଟ ୩୯ ୟୁନିଟ ରକ୍ତ ଦାନ ହୋଇଥିବା ବେଳେ ମହାନଗର ନିଗମ ରକ୍ତଭଣ୍ଡାର ଅଧିକାରୀ ରକ୍ତ ସଂଗ୍ରହ କରିଥିଲେ । ପୋଲିସ କମିସନରେଟ ରେଡକ୍ରସ୍ ପକ୍ଷରୁ କରୋନା ସମୟରେ ୩୫ ଟି ଶିବିରରୁ ୧୫୦୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିବାରୁ ପୋଲିସ କମିସନର ଡ. ଷଡଙ୍ଗୀ ଖୁବ ପ୍ରସଂଶା କରିଥିଲେ ।