Odisha news

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ବାତିଲ

0

ନୂଆଦିଲ୍ଲୀ,୨୫ା୬: ଜୁଲାଇ ୧ରୁ ୧୫ ମଧ୍ୟରେ ଥିବା ସିବିଏସ୍‌ଇର ସମସ୍ତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସିବିଏସ୍‌ଇ ଏହି ପଦକ୍ଷେପ ନେଇଥିବା ସଲିସେଟର ଜେନେରାଲ ତୁଷାର ମେହେଟ୍ଟ ସୁପ୍ରିମ୍‌କୋର୍ଟରେ ଏହା କହିଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଆଦି ରାଜ୍ୟରେ ପରୀକ୍ଷା କରାଯିବା ସମ୍ଭବ ନୁହେଁ ବୋଲି କହିବା ପରେ ସିବିଏସ୍‌ଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ମେହେଟ୍ଟା କୋର୍ଟଙ୍କୁ ଦର୍ଶାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଗତ ପରୀକ୍ଷାର ପ୍ରଦର୍ଶନକୁ ଆଧାର କରାଯାଇ ନମ୍ବର ଦିଆଯାଇ ଫଳ ଘୋଷଣା କରାଯିବ । ତେବେ ଛାତ୍ର ଛାତ୍ରୀମାନଙ୍କୁ ଏହି କ୍ଷେତ୍ରରେ ସ୍ୱାଧୀନତା ଦିଆଯାଇଛି । ସେମାନେ ଫଳାଫଳ ଆଧାରରେ ଯିବେ ନା ପରବର୍ତ୍ତୀ ସମୟରେ ପରୀକ୍ଷା ହେଲେ ପରୀକ୍ଷା ଦେବେ ଏସମ୍ପର୍କରେ ନିଷ୍ପତ୍ତି ନେବେ ।

Leave A Reply