Odisha news

CBSE ର ଦଶମ ଓ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ରଦ୍ଧ କରିବା ପାଇଁ ଯାଚିକା ସୁପ୍ରିମ କୋର୍ଟରେ ଖାରଜ

0

ନୂଆଦିଲ୍ଲୀ : CBSE କମ୍ପାର୍ଟମେଣ୍ଟ ପରୀକ୍ଷାର ସୂଚନା ଅନୁସାରେ ସୁପ୍ରିମ କୋର୍ଟ CBSE ବୋର୍ଡ଼ର କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୦ ରଦ୍ଧ କରିବା ପାଇଁ ଦାବି କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମୂହ ଭାବରେ ନ୍ୟାୟ ଯାଚିକାକୁ ଖାରଜ କରିଦିଅ ଯାଇଛି l CBSE ବୋର୍ଡ଼ ସେପ୍ଟେମ୍ବର ମାସରେ ଦଶମ ଓ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଆୟୋଜିତ କରିବ l ପରୀକ୍ଷା ପାଇଁ କୌଣସି ତାରିଖ ଘୋଷଣା କରାଯାଇନାହିଁ ,କିନ୍ତୁ ସେପ୍ଟେମ୍ବର ମାସରେ ପରୀକ୍ଷା ହେବ l

ବୋର୍ଡର ଏହି ଫଇସଲାକୁ ଛାତ୍ରଛାତ୍ରୀ ମାନେ ବିରୋଧ କରୁଛନ୍ତି l ଛାତ୍ରଛାତ୍ରୀ ମାନଙ୍କର କହିବାର ଉଦେଶ୍ୟ ହେଲା ବର୍ତ୍ତମାନର ପରିସ୍ଥିତିରେ ପରୀକ୍ଷା କରିବା ଆଦୌ ଉଚିତ ନୁହେଁ ,କିନ୍ତୁ ବୋର୍ଡ଼ ଆରମ୍ଭରୁ ସିଧା ସଳଖ ସୂଚନା ଦେଇସାରିଛି ଯେ ସେପ୍ଟମ୍ବର ମାସରେ ପରୀକ୍ଷା କରାଯିବ l ସେଣ୍ଟ୍ରାଲ ବୋର୍ଡ ଆରମ୍ଭରୁ ମତ ଦେଇଛି ଯେ ଏହି କମ୍ପାର୍ଟମେଣ୍ଟ ପରୀକ୍ଷାକୁ ରଦ୍ଧ କରାଯାଇ ପାରିବ ନାହିଁ କାରଣ ଏହାର କୌଣସି ବିକଳ୍ପ ନାହିଁ l CBSE ବୋର୍ଡର ୮୦୯ ଜଣ ଛାତ୍ରଛାତ୍ରୀ ସମୂହ ଭାବରେ ଗୋଟିଏ ଯାଚିକା ସୁପ୍ରିମ କୋର୍ଟରେ ଦାୟର କରିଥିଲେ ଯେ ସେପ୍ଟେମ୍ବର ମାସର ପରୀକ୍ଷାକୁ ରଦ୍ଧ କରାଯାଉ l

ଏହି ଫଇସଲାକୁ ନେଇ ଚିଫ ଜଷ୍ଟିସ ଓ ଅନ୍ୟ ଜଜ ମାନେ ମିଳିତ ଭାବରେ ଶୁଣାଣି କରି ଏହି ଯାଚିକାକୁ ଖାରଜ କଲେ l ଛାତ୍ରଛାତ୍ରୀ ମାନଙ୍କର ଦାବି ଥିଲା ଯେ କମ୍ପାର୍ଟମେଣ୍ଟ ପରୀକ୍ଷାକୁ ଖାରଜ କରାଯାଇ ସେମାନଙ୍କୁ ଉତୀର୍ଣ୍ଣ କରାଯାଉ l ସର୍ବ ଭାରତୀୟ ଛାତ୍ର ସଂଘ ମଧ୍ୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ପତ୍ର ଲେଖି CBSE ବୋର୍ଡ଼ର ଚଳିତ ବର୍ଷ କମ୍ପାର୍ଟମେଣ୍ଟ ପରୀକ୍ଷାକୁ ରଦ୍ଧ କରିବା ପାଇଁ ଦାବି କରିଥିଲା l ଛାତ୍ର ସଂଗଠନର କହିବାର ଉଦେଶ୍ୟ ହେଲା ଛାତ୍ରଛାତ୍ରୀ ମାନେ ଏହି କରୋନା ସମୟରେ ଶାରୀରିକ ଓ ମାନସିକ ଦୃଷ୍ଟି କୋଣରୁ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ନୁହନ୍ତି l ପାଖାପାଖି ୨.୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାର ଅଛି l

Leave A Reply