Odisha news

ଗୁମ୍ଫା ମଧ୍ୟରେ ପହଞ୍ଚିବା ମାତ୍ରକେ ବୈଜ୍ଞାନିକ ମାନେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ ଦେଖିଥିଲେ ଅଦ୍ଭୁତ ଦୃଶ୍ୟ

0

ବୈଜ୍ଞାନିକ ମାନେ ଜୀବନ ସାରା କେବଳ ରିସର୍ଚ୍ଚ କରିବାରେ ବିତି ଯାଇଥାଏ l ବର୍ତମାନର ରିସର୍ଚ୍ଚ ରେ କିଛି ଏଭଳି ତଥ୍ୟ ମିଳିଥିଲା ଯାହାକୁ ଦେଖିକି ବୈଜ୍ଞାନିକ ମାନେ ନିଜେ ଭୟଭୀତ ହୋଇଯାଇ ଥିଲେ l ଏହି ଭଳି ଗୋଟିଏ ମାମଲା ଫ୍ରାନ୍ସ ରୁ ସାମ୍ନାକୁ ଆସିଛି l ଏଠାରେ ବୈଜ୍ଞାନିକ ମାନଙ୍କର ଗୋଟିଏ ଦଳ ବର୍ଷ ବର୍ଷରୁ ସେଣ୍ଟ ମାର୍ଶାଲ ଗୁମ୍ଫା କୁ ଯିବା ପାଇଁ ଚେଷ୍ଟା କରି ଆସୁଥିଲେ l ଆଧୁନିକ ଯାନ୍ତ୍ରିକ ଉପକରଣ ର ସାହାଯ୍ୟ ଦ୍ୱାରା ବର୍ତମାନ ଭୂମିଗତ ଗୁମ୍ଫା ରେ ଗୋଟିଏ ଦୁର୍ଗମ ବିନ୍ଦୁ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ ଏବଂ ସେଠାରେ ଯାହା ଦେଖିଥିଲେ ସେମାନଙ୍କ ଆଶ୍ଚର୍ଯ୍ୟ ର ସୀମା ରହି ନଥିଲା l ବୈଜ୍ଞାନିକ ମାନେ ଯେତେବେଳେ ଗୁମ୍ଫା ଭିତରର ଦୃଶ୍ୟ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ l

ଗବେଷଣାରୁ ଜଣା ପଡିଛି ଯେ ହଜାର ହଜାର ବର୍ଷ ପୂର୍ବରୁ ଲୋକେ ଏଠାରେ ପହଂଚି ସାରିଛନ୍ତି l ବରଂ ଏଠାରେ କିଛି ନିର୍ମାଣ ମଧ୍ୟ କରି ଯାଇଛନ୍ତି ଯାହାକୁ ଭାବିବା ମଧ୍ୟ ଆମ ପକ୍ଷରେ କଷ୍ଟକର ଓ ବିଶ୍ୱାସ ଯୋଗ୍ୟ ମଧ୍ୟ ନୁହେଁ l ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ ଯେ ପୂର୍ବରୁ ଏଠାକୁ ମଣିଷ ମାନେ ୪୦ ମାଇଲ ବିଶିଷ୍ଟ ଏହି ସୁଦୀର୍ଘ ଭୂମିଗତ ଗୁମ୍ଫା କୁ ୮୦୦ ବର୍ଷ ପୂର୍ବରୁ ଉଦ୍ଭାବନ କରିସାରିଛନ୍ତି, ଯେଉଁଠାକୁ ଯିବା ପାଇଁ ବୈଜ୍ଞାନିକ ମାନଙ୍କୁ ବର୍ଷ ବର୍ଷ ଲାଗି ଯାଇଥିଲା  l ଫ୍ରେଞ୍ଚ ନେସନାଲ ସେଣ୍ଟର ଫର ସାଇଣ୍ଟିଫିକ ରିସର୍ଚ୍ଚ ର ଭୁ -ଆକୃତି ବିଜ୍ଞାନୀ ର ଗବେଷକ ମାନେ ଏହି ଗୁମ୍ଫା କୁ ଉଦ୍ଭାବନ କରିଛନ୍ତି l ବୈଜ୍ଞାନିକ ମାନଙ୍କର ବର୍ତମାନ ଚିନ୍ତା ରହିଛି ଯେ ଲୋକମାନେ କିପରି ସେଠାକୁ ଗଲେ ଏବଂ କିପରି ବାହାରକୁ ଆସିଲେ ? ଯେଉଁ ସ୍ଥାନକୁ ଯିବା ପାଇଁ ସେମାନଙ୍କୁ ବର୍ଷ ବର୍ଷ ଲାଗି ଯାଇଥିଲା l

Ad2
Leave A Reply