Odisha news

ହିନ୍ଦୁ ମାନ୍ୟତା ଅନୁସାରେ ଘରେ ବିଲେଇ ରଖିବା କେତେ ଶୁଭ , ଆସନ୍ତୁ କଣ କହୁଛି ଶାସ୍ତ୍ର

0
ଆମ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଆମେ ନିଜର ରିଷ୍ଟ ଖଣ୍ଡନ ପାଇଁ ଜୀବଜନ୍ତୁ ପାଳିବା ଓ ଜୀବଜନ୍ତୁଙ୍କ ସେବା କରିବା କରିବାର ମାନ୍ୟତା ରହିଛି l କିନ୍ତୁ ସବୁ ଜୀବଜନ୍ତୁ ଙ୍କୁ ଗୃହ ପାଳିତ ପଶୁ ଭାବରେ ପାଳନ କରିବା ମଧ୍ୟ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଠିକ ନୁହେଁ l ବିଶେଷ ଭାବରେ ଗାଈ ପାଳିବାର ସାମଞ୍ଜସ୍ୟ ରହିଛି ଯେ ଗୋ ମାତା ର ସେବା କରିବା ଦ୍ୱାରା ଜୀବନରେ ସୁଖଶାନ୍ତି ମିଳିଥାଏ l ଏହାଛଡା ଗୋ ମାତା ଙ୍କ ସେବା କରିବା ଦ୍ୱାରା ୭ଜନ୍ମ ର ପାପ ଦୂର ହୋଇଥାଏ l
କିନ୍ତୁ ହିନ୍ଦୁ ଧର୍ମରେ ବିଲେଇ ପାଳିବା ହେଉଛି ଗୋଟିଏ ସଙ୍କଟ କୁ ନିମନ୍ତ୍ରଣ କରିବା ସହିତ ସମାନ ଅଟେ l ପୂର୍ବ କାଳରେ କୁହାଯାଉଥିଲା ଯେ ଯେଉଁଠି ବିଲେଇ ରହିଥାଏ ସେଠାରେ ସର୍ପ ବାସ କରିଥାଏ l ତେଣୁ ବିଲେଇକୁ ଗୋଟିଏ ଗୃହ ପାଳିତ ଜୀବ ଭାବରେ ଗ୍ରହଣ କରାଯାଇ ପାରେନା l ଏହାକୁ ନେଇ କିଛିଟା ଜ୍ୟୋତିଷ ଶାସ୍ତ୍ରରେ ମତ ରହିଛି l
* ଜ୍ୟୋତିଷ ଶାସ୍ତ୍ରରେ ବିଲେଇ ଘରେ ପାଳିବା ଦ୍ୱାରା ରୋଗ ବୈରାଗର ପ୍ରଭାବ ଅଧିକ ଗୃହରେ ବଢି ଯାଇଥାଏ l ସର୍ବଦା ଗୃହ ରେ କିଛିନା କିଛି ବିଘ୍ନ ଦେଖା ଦେଇଥାଏ l
* ଯେମିତି ବିଲେଇ ଯଦି ଘରେ କାନ୍ଦନ୍ତି କିମ୍ବା କଳି କରନ୍ତି ତେବେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ l ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ବିଲେଇ ରଖିବା ହିନ୍ଦୁ ଧର୍ମରେ ଠିକ ନୁହେଁ l
* ଯଦି ଆପଣ କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରି ଯାଉଛନ୍ତି ଓ ଏହି ସମୟ ରେ ବିଲେଇ ଘର ଭିତରେ ଆପଣଙ୍କ ସାମ୍ନା କୁ ଆସୁଛି ତେବେ କାର୍ଯ୍ୟରେ ବିଫଳତା ଦେଖାଦିଏ l
* ବିଲେଇ ଘରକୁ ଆସିବା ହେଉଛି ସଙ୍କଟର କାରଣ ଅଟେ l ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥାଏ l ଘରେ ସବୁବେଳେ କଳହ ଓ ଚିନ୍ତା ଦେଖା ଦେଇଥାଏ l
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ କ୍ଷୀର ଚନ୍ଦ୍ରଙ୍କ ସହିତ ସମାନ ଅଟନ୍ତି l ଘରେ ଯଦି କ୍ଷୀର ନଷ୍ଟ ହୁଏ ତେବେ ଚନ୍ଦ୍ରଙ୍କ ଉପରେ ରାହୁଙ୍କ ଦୁଃସପ୍ରଭାବ ଅଟେ l ସେହିଭଳି ଆପଣଙ୍କ ଘରେ ଥିବା ଦୁଗ୍ଧ କୁ ଯଦି ବିଲେଇ ପିଇ ଦେଇଥାଏ ତେବେ ଏହା ଅଶୁଭ ଅଟେ l ଏହାଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ l
* ବିଲେଇ ମାନେ ଘରେ ଚୋବାଇବା ଦ୍ୱାରା ଧନହାନୀ ର ସୂଚନା ଅଟେ l ତେଣୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ l
ବୈଜ୍ଞାନିକ କାରଣ –
– ବିଲେଇ ମାନେ ଘରେ ବାସ କରିବା ଦ୍ୱାରା ସେମାନଙ୍କ ଶରୀରରୁ ନିଷ୍କ୍ରିୟ ଦୁର୍ଗନ୍ଧ ଦ୍ୱାରା ଘରେ ରୋଗ ବୈରାଗ ଦେଖା ଯାଇଥାଏ l
– ବିଲେଇ ମାନଙ୍କ ଯୋଗୁଁ ଥଣ୍ଡା ଜନିତ ସମସ୍ୟା ଅଧିକ ଦେଖାଦିଏ l
– ଯେଉଁ ଘରେ ବିଲେଇ ରହୁଛନ୍ତି ସେଠାରେ ଶ୍ୱାସରୋଗୀ ରହିବା ଉଚିତ ନୁହେଁ l ଏହାଦ୍ୱାରା ଶ୍ୱାସ ସମସ୍ୟା ଅଧିକ ଦେଖାଦିଏ l
– ବିଲେଇ ଥିବା ଘରେ ପ୍ରାୟତଃ ଚର୍ମ ଜନିତ ବିଭିନ୍ନ ଇନଫେକ୍ସନ ଦେଖାଦିଏ l
Leave A Reply