Odisha news

ଗବେଷଣା କହୁଚି ଶରୀର ପାଇଁ ପାୱାର ହାଉସ୍ ଅଟେ ଗାଜର , ନିୟମିତ କରନ୍ତୁ ସେବନ

0
ଆଜିକାଲି ଆମେ ସବୁ ଋତୁରେ ପ୍ରାୟ ବଜାରରେ ଗାଜର ପ୍ରଚୁର ପରିମାଣରେ ଦେଖିବାକୁ ପାଇଥାଉ । ଯେଉଁଥିରେ ରହିଛି ଅନେକ ପୋଷାକ ତତ୍ତ୍ଵ , ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁକରି ଗବେଷକ ଙ୍କ ମତରେ ଏହି ପରିବା ଟି କୁ ଆମେ ସବୁ ଋତୁରେ ସେବନ କରି ନିଜକୁ ସୁରକ୍ଷିତ ରଖି ପାରିବା ।
* ଇମ୍ୟୁନିଟି ବୁଷ୍ଟର୍ – ଗାଜର ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ବିଭିନ୍ନ ସଂକ୍ରମଣ ଜନିତ ରୋଗ ଠାରୁ ଦୂରେଇ ରଖିଥାଏ । ଯଦି ଆପଣ ପ୍ରତିଦିନ ଗୋଟିଏ ଗ୍ଲାସ୍ ଲେଖାଏଁ ଗାଜର ରସ ପିଇବା ଦ୍ଵାରା ଶରୀର ଥଣ୍ଡା ଜନିତ ସମସ୍ୟା ଠାରୁ ଦୂରେଇ ରହିଥାଏ । ଗାଜର ରେ ଭିଟାମିନ ବି 6 ରହିଥାଏ ।
* ତ୍ୱଚା କୁ ରଖିଥାଏ ସୁନ୍ଦର୍ – ଗଜରରେ ଅନେକ ଭିଟାମିନ ଓ କମ୍ପାଉଣ୍ଡ ରହିଥାଏ । ଗାଜର ରେ ମିଳିଥିବା ଭିଟାମିନ ସି ଆପଣଙ୍କ ତ୍ଵଚା କୋଲାଜନ୍ ପ୍ରଡକ୍ସନ କୁ ବଢାଇ ଥାଏ, ଯେଉଁ କାରଣରୁ ଆପଣଙ୍କ ଷ୍କିନ ହେଲ୍ଡି ଓ ଗ୍ଲୋଇଂ ହୋଇଥାଏ । ଏହା ବ୍ୟତୀତ ଗାଜର ରେ ଥିବା କେରଟିନ ଆପଣଙ୍କ ସ୍କିନ କୁ ବିପଦ ଦାୟକ ୟୁଭି ରୁ ରକ୍ଷା କରିଥାଏ ।
* ଗାଜର ଲିଭର କୁ ମଜବୁତ୍ କରିଥାଏ – ଗାଜର ଖାଇବା ଦ୍ବାରା ଲିଭାର ସୁସ୍ଥ ରହିଥାଏ । କାରଣ ବିଶେଷଜ୍ଞ ଙ୍କ ମତରେ ବିଶେଷ ଭାବରେ ଆଜିକାଲି ସମୟ ରେ ଆମ ଶରୀର ଖରା ସଂସ୍ପର୍ଶରେ ଖୁବ୍ କମ୍ ରହିଥାଏ । ଯାହାଦ୍ଵାରା ପାଚନ ସମସ୍ୟା ଦେଖା ଦେଇଥାଏ । ତେଣୁ ଗାଜର ସେବନ କରିବା ଉଚିତ୍ । ତା ଛଡା ଫ୍ୟାଟି ଲିଭର ରୋଗୀ ମାନେ ନିୟମିତ ଗାଜର ସେବନ କରିବା ଉଚିତ୍ ।
* କ୍ୟାନ୍ସର ପ୍ରତିରୋଧକ – ଗାଜର ରେ ଥିବା ତତ୍ତ୍ଵ କ୍ୟାନ୍ସର ପ୍ରତିରୋଧକ ଅଟେ । ଗୋଟିଏ ଗବେଷଣା ଅନୁସାରେ ଗାଜର ରେ ଥିବା କମ୍ପାଉଣ୍ଡ ଆପଣଙ୍କୁ କ୍ୟାନ୍ସର ଠାରୁ ରକ୍ଷା କରିଥାଏ ।
Nalco
Leave A Reply