ଭୁବନେଶ୍ୱର, ୧୫ ଜୁନ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ବିଶ୍ୱ ବୟସ୍କ ଦୁର୍ବ୍ୟବହାର ପ୍ରତିରୋଧ ସଚେତନତା ଦିବସ’ (ୱାର୍ଲ୍ଡ ଏଲ୍ଡର ଆବ୍ୟୁଜ୍ ଆୱାରନେସ୍ ଡେ) ଅବସରରେ ବାର୍ତାରେ କହିଛନ୍ତି ଯେ କୋଭିଡ୍-୧୯ର ଅସାଧାରଣ ପରିସ୍ଥିତି ଆମର ବୟସ୍କ ନାଗରିକମାନଙ୍କୁ ଏବେ ସର୍ବାଧିକ ସ୍ପର୍ଶକାତର ବା ସମ୍ବେଦନଶୀଳ କରିଛି । ଆମେ ସମସ୍ତେ କୋଭିଡ୍ ମହାମାରୀର କବଳରେ ପଡ଼ିଥିବାବେଳେ ବୟସ୍କମାନଙ୍କର ପ୍ରତି ଅତିରିକ୍ତ ଯତ୍ନ ନେବା ସହିତ ସେମାନଙ୍କୁ ଯଥାଯୋଗ୍ୟ ସଂପ୍ରୀତି ଓ ସମ୍ମାନ ଜଣାଇବାନିମନ୍ତେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।