Odisha news

କାର୍‌ କାଚ ଭାଙ୍ଗି ପଶିଆସିଲା କଇଁଛ

0

କଇଁଛ କ’ଣ ଉଡ଼ିପାରେ ? ସୋସାଲ ମିଡିଆରେ ଏଭଳି ଏକ କଇଁଛର ଭିଡିଓ ଭାଇରାଲ ହେଉଛି । ଜର୍ଜିୟାରେ ଏହି କଇଁଛ କାର୍‌ କାଚ ଭାଙ୍ଗି ଭିତରକୁ ପଶିଥିବା ଦେଖିବାକୁ ମିଳିଛି । ଲଟୋନିୟା ଲାର୍କ ନାମକ ଜଣେ ମହିଳା ଫେସବୁକ୍‌ରେ ଏହି ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି, ମୁଁ ଓ ମୋ ଭାଇ ସୱାନାରୁ ଟୁମେନ ପାର୍କ ଆଡ଼କୁ ଯାଉଥିବାବେଳେ ହଠାତ୍‌ କଇଁଛ କାଚ ଭାଙ୍ଗି ଭିତରକୁ ପଶିଆସିଲା । ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଲା । ହେଲେ ମୁଁ ବିଶ୍ୱାସ କରିପାରୁନି ଯେ କଇଁଛ କିପରି ଉଡ଼ିପାରେ । ୱାଇଲïଲାଇଫ୍‌ ରିଜର୍ଭ କର୍ତ୍ତୃପକ୍ଷ କଇଁଛଟିକୁ ନେଇଯାଇଛନ୍ତି ।

Leave A Reply

Your email address will not be published.