Odisha news

ଭାରସାମ୍ୟ ହରାଇ ପଲଟିଲା କାର :୨ ଗୁରୁତ୍ତର

ବୋଲଗଡ଼: ବୋଲଗଡ ସଦର ମହକୁମା ଠାରୁ ରାଜସୁନାଖଳା ମଧ୍ୟରେ ଯାଇଥିବା ୫୭ନଂ ଜାତୀୟ ରାଜପଥ ଉପରେ ରବିବାର ଅପରାହ୍ନ ୪ଟାବେଳେ ଏକ ଘରୋଇ ମାରୁତି ବ୍ରିଜା କାର ଯାହାର ନଂ ଓଡି ୩୩ ଏସି ୯୬୯୬ ଭାରସାମ୍ୟ ହରାଇ ରାସ୍ତା କଡର ବିଲ ଭିତରକୁ ପଶିଯାଇଥିଲା । ସୂଚନା ଯୋଗ୍ୟ ବୋଲଗଡ ତୃତୀୟାପଡା ଗ୍ରାମର ନାରାୟଣ ସାହୁଙ୍କ ପୁଅ ସୁକାନ୍ତ କୁମାର ସାହୁ(୨୧) କୈାଣସି କାର୍ଯ୍ୟରେ ସଂପୃକ୍ତ ଗାଡିଟି ଚଳାଇ ରାଜସୁନାଖଳା ଅଭିମୁଖେ ଯାଉଥିଲେ ।

ରାଜସୁନାଖଳା ପୂର୍ବରୁ ଶୀବାନି ରାଇସ ମିଲ ସମ୍ମୁଖରେ ଚାଳକ ଭାରସାମ୍ୟ ହରାଇ ପାଶ୍ୱର୍ରେ ଥିବା ବିଲ ମଧ୍ୟରେ ଏକ ଘରକୁ ଜୋରରେ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଗାଡିଟି ଭାଙ୍ଗିରୁଜି ଚୁରମାର ହୋଇଥିବାବେଳେ ଚାଳକ ସୁକାନ୍ତ ଗୁରୁତ୍ତର ହୋଇ ପ୍ରଥମେ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାର ନାକରୁ ପ୍ରଚୁର ରକ୍ତସ୍ରାବ ହୋଇଥିବାରେ ପ୍ରାଥମିକ ଚିକିସôାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଅଧିକ ଚିକିସôାପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

IEC 2 years

Comments are closed.