ସମସ୍ତଙ୍କୁ କାର ଚଳେଇ ବାକୁ ଭଲଲାଗେ କିନ୍ତୁ ଏମିତି କେତୋଟି ଜିନିଷ ଅଛି ଯାହା ଆପଣଙ୍କୁ ବହୁତ ଧ୍ୟାନର ସହିତ ଜାଣିବା ଦରକାର l କାର ଚଳାଇବା ସମୟରେ ଏହି ଦଶଟି ଜିନିଷକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ l
- କାର ବିଷୟରେ ଆପଣଙ୍କୁ ସମସ୍ତ ବିଷୟ ଜଣାଥିବା ଦରକାର :
ଯେଉଁ କାର ଆପଣ ଚଳାଉଛନ୍ତି ସେ କାର ବିଷୟରେ ସମସ୍ତ ଜ୍ଞାନ ଥିବା ଦରକାର l କାରର ଗିଅର , କ୍ଲଚ ଓ ବ୍ରେକ ବିଷୟରେ ସମ୍ପୂର୍ଣ ଜ୍ଞାନ ଥିବା ଦରକାର l କାର ସିଖୁ ଥିବାବେଳେ ଆପଣଙ୍କୁ କାରକୁ ଆସ୍ତେ ଚଳାଇବା ଦରକାର ଓ ଆସ୍ତେ ଆସ୍ତେ କ୍ଲସ ଚାପି ଗିଅର ପକାନ୍ତୁ l
- କାରରେ ଠିକ ଭାବରେ ବସନ୍ତୁ :
କାର ଚଳାଇବା ସମୟରେ କାରରେ ବସିବା ପୋଜିସନ ଠିକ ହବା ଦରକାର l ବସିବା ପୋଜିସନ ଏମିତି ହବା ଦରକାର ଯାହାଦ୍ୱାରା ଆପଣଙ୍କ ପିଠି , ଆଣ୍ଠୁ ଓ କାନ୍ଧରେ ବେଶୀ କଷ୍ଟ ନହେବ l କାର ଚଳାଇବା ସମୟରେ ବ୍ରେକ ଉପରେ ବିଶେଷ ଧ୍ୟାନ ଦେବା ଦରକାର l
- ରାସ୍ତାରେ ପୁରା ଧ୍ୟାନର ସହିତ ଗାଡି ଚାଲନ୍ତୁ l
ରାସ୍ତାରେ ଧୀରେ ଗାଡି ଚାଲନ୍ତୁ l ଗାଡି ଚଳାଇବ ସମୟରେ ମିରର ଓ ସାଇଡ ମୀରରକୁ ଠିକ୍ ସେ ଦେଖନ୍ତୁ l ଯେଉଁଠାରେ ବେଶୀ ଭିଡଥିବା ଓ ଟ୍ରାଫିକ ଭିଡଥିବ କାରକୁ ଆସ୍ତେ ଚାଲନ୍ତୁ l
4.ଗାଡି ଚଳାଇବା ସମୟରେ ଷ୍ଟିୟାରିଂକୁ ଭଲଭାବରେ ଧରନ୍ତୁ ଓ ଷ୍ଟିୟାରିଂକୁ ପୁରା ନିଜ ନିୟନ୍ତ୍ରଣରେ ରଖନ୍ତୁ l ଷ୍ଟିୟାରିଂର ପୋଜିସନ ୯ x ୩ ରେ ଷ୍ଟିୟାରିଂର ପୋଜିସନ ସବୁବେଳେ ରହିବ ଦରକାର l ଗିଅର ପକେଇଲା ପରେ ସାଙ୍ଗେ ସାଙ୍ଗେ ଷ୍ଟିୟାରିଂ ଉପରକୁ ହାତ ଆଣନ୍ତୁ l
5.ଗାଡି ଚଳାଇବା ସମୟରେ ଆଗରେ ଯାଉଥିବା ଗାଡ଼ିଠୁ ଦୂରତ୍ୱ ରକ୍ଷା କରନ୍ତୁ l
6.ସବୁବେଳେ ଖାଲିଟାରେ ଗାଡିର ହର୍ନ ବଜନ୍ତୁ ନାହିଁ l ହର୍ନ ବଜେଇଲେ ସାମ୍ନା ଗାଡି ଓ ସାଇଡ ଗାଡି ସତର୍କ ହୋଇଯିବେ ଭାବିବେ ତାଙ୍କୁ ପଛ ଗାଡି କିଛି ସଂକେତ ଦଉଚି l
7 ଗାଡି ଚଳାଇବା ସମୟରେ ଥଣ୍ଡା ମୁଣ୍ଡରେ ଗାଡି ଚାଲନ୍ତୁ ନଚେତ ଆପଣଙ୍କର ଛୋଟ ଭୁଲ ଅନ୍ୟର ଜୀବନ ନେଇପାରେ l