Odisha news

ବାଇକ କୁ ଧକ୍କା ଦେଲା କାର, ବାଇକ ଚାଳକ ଗୁରୁତର

0

ବେତନଟୀ  : ଗାଁ କୁ ଗାଁ ବୁଲି ବୁଲି ଫେରି କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଆଜି ଅପରାହ୍ନରେ ନିଜ କାମ ସାରି ନିଜ ଟିଭିଏସ ମୋପେଡ ବାଇକ ଧରି ବେତନଟୀ ପଟରୁ ନିଜ ଘର ଗୋବିନ୍ଦରାୟପୁରକୁ ଫେରୁଥିଲେ l ହେଲେ ଅଜାଡ଼ିହ ଛକ ନିକଟରେ OD01AO-9895ନଂ ବିଶିଷ୍ଟ ଏକ ଦ୍ରୁତଗାମୀ କାର ହଟାତ ତାଙ୍କ ପଛପଟୁ ଶକ୍ତ ଧକ୍କା ଦେଇଥିଲା l ସେକ ନିଜାମ୍ମୁଦ୍ଦିନଙ୍କ ନିଜ ଗାଡ଼ିରୁ ଛିଟିକି ପଡି ରାସ୍ତା ଉପରେ ପଡ଼ିଥିଲେ ଓ ତାଙ୍କ ମଥାରେ ଶକ୍ତ ଧକ୍କା ଲାଗିଥିଲା l ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ବୈଶିଙ୍ଗା ଥାନା ଏସଆଇ ଲକ୍ଷ୍ମଣ ମୁର୍ମୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ବାଇକ ଓ କାରକୁ ଜବତ କରିବା ସହିତ କାର ଚାଳକ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଅରପ୍ରକାଶ ପଣ୍ଡାଙ୍କୁ ଅଟକ ରଖିଛି l ପରେ ଏନେଇ ସେକ ନେଜିମ୍ମୁଦ୍ଦିନଙ୍କ ପତ୍ନୀ ଜାରେମୁନ ବିବିଙ୍କ ଲିଖିତ ଅଭିଯୋଗ ପରେ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି l

Leave A Reply