Odisha news

କାର ଦୁର୍ଘଟଣାରେ ମହିଳାଙ୍କ ସମେତ ଦୁଇ ଶିଶୁ ପଂଚ ଭୂତରେଲୀନ

0

ତାଳଚେର ତା ୨୯/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମରେ ଗତକାଲି ଏକ କାର ଦୁର୍ଘଟଣାରେ ଜଣେ ହମିଳାଙ୍କ ସମେତ ଦୁଇଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ଦୁଃଖଦ ଘଟଣା ସେହି ଅଂଚଳରେ ଏକ ଶୋକର ଛାୟା ଖେଳାଇ ଦେଇଛି । ସେହି ଗ୍ରାମର ଦାଣ୍ଡରେ କିଛି ଶିଶୁ ଖେଳୁଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସି ଦୁଇଜଣ ଶିଶୁ ଓ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରମିଳା ପ୍ରଧାନଙ୍କର ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଦୁଇ ନାତୀ ପୁନମ ପ୍ରଧାନ ଓ ବୁବୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲ ଏବଂ  ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ତିନିଜଣଙ୍କର ଆଜି ଗୋବରା ଗ୍ରାମ ଶ୍ମଶାନଘାଟରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପର୍ଣ୍ଣ କରାଯାଇଥିବା ଦୁଃଖ ଘଟଣା ଗୋବରା ଗ୍ରାମରେ ଶୋକରଛାୟା ଖେଳାଇ ଦେବା ସହ ଅନ୍ତ୍ୟେଷ୍ଟିକ୍ରିୟାରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Govt
Leave A Reply