କ୍ୟାନ୍ସର ଗୋଟିଏ ଗମ୍ଭୀର ରୋଗ ବୋଲି ଆମେ ସମସ୍ତେ ଜାଣିଚୁ, ଏହି ରୋଗରେ ଶରୀରର କୋଷିକା ଗୁଡିକ ଅନିୟନ୍ତ୍ରିତ ଭାବରେ ବଢିବାକୁ ଲାଗିଥାଏ, ଏବଂ ଏହା ଟିୟୁମର ହୋଇ କ୍ୟାନ୍ସର ହୋଇଯାଇଥାଏ l ଏବଂ ଏହା ନିକଟର ସମସ୍ତ ଗ୍ରନ୍ଥି କୁ ଧୀରେ ଧୀରେ ନଷ୍ଟ କରିଦେଇଥାଏ l କିନ୍ତୁ ଆମେ ବିଶେଷ ଭାବରେ କ୍ୟାନ୍ସର ର କାରଣ ମଦ୍ୟପାନ ଓ ଧୁମ୍ରପାନ କୁ ଭାବିଥାଉ, କିନ୍ତୁ କ୍ୟାନ୍ସର ଭଳି ଗମ୍ଭୀର ରୋଗର କାରଣ ଅନେକ ରହିଥାଏ ଯାହା ଆମେ ଜାଣି ରଖିବା ଜରୁରୀ l
– କିଛି ପରିବାର ରେ କ୍ୟାନ୍ସର ର ବିପଦ ଏଭଳି ରହିଥାଏ ଯେ ଯାହାକୁ ବଂଶାନୁକ୍ରମିକ ବୋଲି କୁହାଯାଇଥାଏ l ଯାହାକୁ ଆମେ ଜେନେଟିକ ବୋଲି କହିଥାଉ, ଏବଂ ଯାହାକି ମାତାପିତା ଙ୍କ ନିକଟରୁ ସନ୍ତାନ କୁ ଯାଇଥାଏ l
– ଭାରତୀୟ ଙ୍କ ନିକଟରେ କ୍ୟାନ୍ସର ର କାରଣ ପ୍ରଦୂଷଣ କୁ ଦର୍ଶା ଯାଇଛି, ଯାହାକି ହାନିକାରକ କେମିକାଲ ଓ ରେଡ଼ିଏସନ ରୁ ଆସିଥାଏ, ଏହାଛଡା ରୋଷେଇ ଧୂଆଁ ମଧ୍ୟ ଏଥିପାଇଁ ଦାୟୀ ଅଟେ l ଏବଂ ଏହା ମଧ୍ୟ କ୍ୟାନ୍ସର ର କାରଣ ଅଟେ l
– ମଦ୍ୟପାନ ଓ ଧୁମ୍ରପାନ , ଖରାପ ଖାଦ୍ୟ ପ୍ରଣାଳୀ , ଏବଂ ଶାରୀରିକ ନିଷ୍କ୍ରିୟତା ମଧ୍ୟ କ୍ୟାନ୍ସର କାରଣ ହୋଇଥାଏ l ଏବଂ କ୍ୟାନ୍ସର ରେ ପୀଡିତ କରିବାର ମୁଖ୍ୟ କାରଣ ହୋଇଥାଏ l
– କିଛି ଭାଇରଲ ସଂକ୍ରମଣ ଯଦି ଲଗାତାର ହୋଇଥାଏ ଯେପରିକି ହେପାଟାଇଟିସ ଓ ଏଚପିବି ମଧ୍ୟ ମଧ୍ୟ କ୍ୟାନ୍ସର ର କାରଣ ହୋଇଥାଏ, ସୂର୍ଯ୍ୟ ଙ୍କ ନିକଟରୁ ବାହାରୁଥିବା ୟୁଭି କିରଣ ର ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କ ରେ ରହିବା ଦ୍ୱାରା ତ୍ୱଚା ରେ କ୍ୟାନ୍ସର ହେବାରେ ଅଧିକ ସମ୍ଭାବନା ରହିଥାଏ l
– ହର୍ମୋନଲ ପରିବର୍ତ୍ତନ , ବୃଦ୍ଧାବସ୍ଥା, ଓ କିଛି ଚିକିତ୍ସିତ ଉପଚାର ମଧ୍ୟ କ୍ୟାନ୍ସର ର ବିପଦ କୁ ବଢ଼ାଇ ଦେଇଥାଏ l