ବାଲିଚନ୍ଦ୍ରପୁର ୨୬ା୫ ସାରା ବିଶ୍ୱ ମହାମାରୀ କରୋନା ପାଇଁ ଏକ ଘଡ଼ି ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଥିବା ବେଳେ ଆମ ଦେଶ ଭାରତ ଏବଂ ଓଡ଼ିଶା ପ୍ରଦେଶ ବି ବାଦ ପଡ଼ି ନାହିଁ । ମାତ୍ର ଏହି ମହାମାରୀ ସାଙ୍ଗକୁ ଓଡ଼ିଶାରେ ଅମ୍ଫାନ ବାତ୍ୟା ଜନସାଧାରଣଙ୍କ ଦୁଃଖକୁ ଦୁଇ ଗୁଣିତ କରିଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ କଳାଶ୍ରୀ ଗୋପାଳପୁ ଗ୍ରାମର ଯୁବ ଇଂ ଅଶୁତୋଷ ସାମଲ ସୁଦୂର କାନାଡ଼ା ଦେଶରେ ଥାଇ ମଧ୍ୟ ନିଜ ଅଞ୍ଚଳର ପ୍ରାୟ ୪୦୦ ରୁ ଉଦ୍ଧ୍ୱର୍ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି ।
ଗ୍ରାମରୁ କିଛି ଯୁବକଙ୍କ ସହିତ ଯୋଗା ଯୋଗ କରି ଏହି ଅସହାୟ ପରିବାରମାନଙ୍କୁ ସୁଖିଲା ଖାଦ୍ୟ ସହ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଇଥିଲେ । ଶ୍ରୀ ସାମଲ ହେଉଛନ୍ତି ପୂର୍ବତନ ବିଧାୟକ ମାନଗୋବିନ୍ଦ ସାମଲଙ୍କ ନାତି । ସେ ତାଙ୍କ ବାପା ପ୍ରଶନ୍ନ କୁମାର ସାମଲ (ଟୁକୁନା ବାବୁ) ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ସହାୟତା ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଗ୍ରାମର ଯୁବବନ୍ଧୁମାନଙ୍କୁ ଆଶୁତୋଷ ସାଧୁବାଦ ଦେଇଥିଲାବେଳେ ଗ୍ରାମର ସବୁ ବର୍ଗର ଲୋକଙ୍କୁ ସାହାଯ୍ୟ ନ କରି ପାରିଥିବାରୁ ମନରେ ଗ୍ରାନି ରହିଗଲା ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।