Odisha news

ବୟସ ପୂର୍ବରୁ ହାଡ ଦୁର୍ବଳତା ର ଶିକାର ହେଉଛନ୍ତି କି ? ଏହି ୫ଟି ସହଜ ଉପାୟକୁ ଆପଣାଇ ହାଡ କୁ କରନ୍ତୁ ମଜବୁତ୍

ଆଜିକାଲି ହାଡ ଗୋଡ ସମସ୍ୟା ପ୍ରାୟ ସମସ୍ତ ବର୍ଗରେ ଦେଖିବାକୁ ମିଳୁଛି । ଗଣ୍ଠି ଯନ୍ତ୍ରଣା ଭଳି ସାଧାରଣ ସମସ୍ୟା ପ୍ରାୟ ସମସ୍ତ ଙ୍କ ନିକଟରେ ଦେଖା ଯାଉଛି । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ ସହିତ ନିଜର କିଛି ଟା ଖରାପ୍ ଅଭ୍ୟାସକୁ ମଧ୍ୟ ପରିବର୍ତ୍ତନ କରିବା ଉଚିତ୍ । ସାଧାରଣତଃ ହାଡ ଦୁର୍ବଳ ହେବା ଦ୍ଵାରା ଆମେ ଅଷ୍ଟ୍ରିୟୋ ପୋରୋଷିସ ର ସମ୍ମୁଖୀନ ହୋଇଥାଉ । ଆସନ୍ତୁ ଆଜି ଜାଣିବା ହାଡ କୁ ମଜବୁତ୍ କରିବା ପାଇଁ କଣ ରହିଛି ଜରୁରୀ ପଦକ୍ଷେପ ।
* କ୍ୟାଲସିୟମ ଯୁକ୍ତ ଆହାର କରନ୍ତୁ ସେବନ – କ୍ୟାଲସିୟମ ଆମ ଶରୀର ପାଇଁ ଖୁବ୍ ଆବଶ୍ୟକ । ଏହା ଆପଣଙ୍କ ହାଡ , ଦାନ୍ତ ଓ ମାଂସପେଶୀ କୁ ଶକ୍ତ କରିଥାଏ । ଯଦି ଆପଣ ପ୍ରତିଦିନ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବେ ତେବେ ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ମିଳିବ , ସେଥିପାଇଁ ଆପଣ ଡାଏରୀ ପ୍ରଡକ୍ଟ ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ ।
* ଭିଟାମିନ ଡି ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ – ଭିଟାମିନ ଡି ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ହାଡ କୁ ମଧ୍ୟ ମଜବୁତ୍ କରିଥାଏ ।।ସକାଳ ର ସୂର୍ଯ୍ୟ କିରଣକୁ ପ୍ରାକୃତିକ ଭିଟାମିନ ଡି କୁହାଯାଏ । ଏହା ବ୍ୟତୀତ ମାଛ , ଅଣ୍ଡା , ଛତୁ ଇତ୍ୟାଦି ନିଜର ଖାଦ୍ୟରେ ସାମିଲ କରନ୍ତୁ ।
* ପ୍ରୋଟିନ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ – ଅଧିକ ପ୍ରୋଟିନ ଖାଇବା ଦ୍ବାରା ଏସିଡିଟି ହୋଇପାରେ ଯାହା ଆମକୁ ବାରମ୍ବାର ପରିସ୍ରା ଲାଗିବା ଦ୍ଵାରା ଶରୀରରୁ କ୍ୟାଲସିୟମ କମି ପାରେ ।
* ମଦ ଓ ଧୁମ୍ରପାନ ଠାରୁ ଦୂରେଇ ରୁହନ୍ତୁ – ଅତ୍ୟଧିକ ନିଶା ସେବନ ହାଡ କୁ ବୟସ ପୁର୍ବରୁ ଦୁର୍ବଳ କରି ଦେଇଥାଏ । ଯେଉଁ କାରଣରୁ ହାଡ ଭାଙ୍ଗିବାର ସମସ୍ୟା ଦେଖା ଦେଇଥାଏ । ତେଣୁ ମଦ ଓ ସିଗାରେଟ୍ ଇତ୍ୟାଦି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ।
* ବ୍ୟାୟାମ ମଧ୍ୟ ଆବଶ୍ୟକ – ହାଡ କୁ ଶକ୍ତ ରଖିବା ପାଇଁ ଖାଦ୍ୟ ଯେତିକି ଜରୁରୀ ବ୍ୟାୟାମ ମଧ୍ୟ ସେତିକି ଜରୁରୀ ଅଟେ । ନିୟମିତ ଭାବରେ ବ୍ୟାୟାମ କରିବା ଦ୍ଵାରା ମଧ୍ୟ ହାଡ ମଜବୁତ୍ ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ନିୟମିତ ବ୍ୟାୟାମ କରି ଥାଆନ୍ତି ସେମାନଙ୍କ ନିକଟରେ ହାଡ ଜନିତ ସମସ୍ୟା ଦେଖା ଦେଇ ନଥାଏ ।
Shares