Odisha news

ଜିଲାପାଳଙ୍କ ସମୀକ୍ଷା ବୈଠକ; ଶ୍ରମ ଭିତିକ କାର୍ଯ୍ୟରେ ନିୟୋଜିତ ହେବେ ଫେରନ୍ତ ଶ୍ରମିକ

0

ବ୍ୟାସନଗର : ପୈାର କାର୍ଯ୍ୟାଳୟ ସଭାଗୃହରେ ଜିଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ହୋଇଯାଇଛି । ବୈଠକରେ ଉନ୍ନୟନ ମୂଳକ କାର୍ଯ୍ୟ ସହ ହୋଲଡ଼ିଂ ଓ ବ୍ୟବସାୟ ଟିକସ ଆଦାୟ ଓ ଶ୍ରମ ଭିତିିକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ବୈଠକରେ ବିଶେଷକରି ଶ୍ରମ ଭିତିକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । କରୋନା ସମୟରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଶ୍ରମ ଭିତିକ କାର୍ଯ୍ୟରେ ନିୟୋଜିତ କରାଯାଇ କାର୍ଯ୍ୟ ସଂପର୍ଣ୍ଣ କରାଯିବା ଉପରେ ଆଲୋଚନା ହୋଇଥିଲା ।

ଏତତବ୍ୟତିତ ଏହିଯୋଜନା ମାଧ୍ୟମରେ ବ୍ୟାସ ସରୋବର ଠାରେ ଥିବା ହ୍ରଦ ପୂନ୍ନରୁଦ୍ଧାର ସହ ସହରର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ, କାନ୍ଥୁ ଚିତ୍ର ଭଳି କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯିବ । ପୈାରାଞ୍ଚଳ ଅନ୍ତର୍ଗତ ୪୭ଟି ଅଙ୍ଗନୱାର୍ଡ଼ି କେନ୍ଦ୍ର ସଂପର୍କରେ ଉପସ୍ଥିତ ମହିଳା ଓ ଶିଶୁ ବିଭାଗ ଅଧିକାରୀଣି ଏବଂ ସୁପରଭାଇଜରଙ୍କୁ ପଚାରି ବୁଝିଥିଲେ । ୪୭ଟି କେନ୍ଦ୍ର ଗୁଡ଼ିକ ମଧ୍ୟରୁ କେତୋଟି ଆରମ୍ଭ ହୋଇଛି, କେତୋଟି ହୋଇନି ପଚାରି ବୁଝିଥିଲେ ।

ଜମି ସମସ୍ୟା ଥିବା କହିବାରୁ ତୁରନ୍ତ ବ୍ୟାସନଗର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ରଶ୍ମିତା ସ୍ୱାଇଁଙ୍କୁ ତୁରନ୍ତ ଜମି ସମସ୍ୟାର ସମାଧାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଚୋରଦା ଠାରେ ନିର୍ମାଣ ହେବାକୁ ଥିବା ଭେଣ୍ଡି ଯୋନ୍ର କାର୍ଯ୍ୟ ହୋଇପାରିନଥିବା ଜାଣିବା ପରେ ଜିଲାପାଳ ନିଯୁକ୍ତ ଠିକାଦାରଙ୍କ କାର୍ଯ୍ୟାଦେଶକୁ ବାତିଲ କରି ଟେଣ୍ଡର କରି ନୂତନ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ କରାଇବାକୁ ନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସହରମଧ୍ୟରେ ଜାଗା ଚହ୍ନଟ କରି କଲ୍ୟାଣ ମଣ୍ଡପ ପାଇଁ ଆସିଥିବା ଅର୍ଥକୁ ବିନିଯୋଗ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।

ସଂସ୍କୃତି ଭବନ କାର୍ଯ୍ୟକୁ ତୁରନ୍ତ ଶେଷ କରି ଲୋକାର୍ପଣ କରିବାକୁ ପୂର୍ତ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବ୍ୟସ ସରୋବର ଉନ୍ନତି କରଣ କାର୍ଯ୍ୟ ପାଇଁ ମଞ୍ଜୁରୀ ଅର୍ଥକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହାବ୍ୟତିକ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ପାଇଁ ପୈାରପାଳିକାକୁ ଆସିଥିବା ବହୁ ଅନୁଦାନ ଅର୍ଥ କାର୍ଯ୍ୟ ନହୋଇ ପଡ଼ି ରହିଥିବାରୁ ଜିଲାପାଳ କ୍ଷୋଭ ପ୍ରକାଶ କରିବା ସହ ପଡ଼ି ରହିଥିବା ଅର୍ଥକୁ ନୂତନ ପ୍ରସ୍ତାବ ଜରୀଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଅଧିକାରୀଙ୍କୁ ତାଗିଦ କରିଥିଲେ । ପୈାର ପାଳିକାର ବିଭିନ୍ନ ଟିକସ ଓ ଲଇସେନ୍ସ ଫି ପ୍ରଭୂତି ଟିକସ ଆଦାୟ ଉପରେ ଆଲୋଚନା କରିଥିଲେ । ପୈାରପରିଷଦର ନିଜସ୍ୱ ଅର୍ଥ ବୃଦ୍ଧି ପାଇଁ ଗୁରୁତ୍ୱ ଦେବାକୁ କର୍ମର୍ଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ପୈାରପ୍ରଶାସକ ତଥା ଅତିରିକ୍ତ ଜିଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ପ୍ରଶାସନୀକ ଅଧିକାରୀ ସଚିନ ପାୱାର, ନିବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ସହ ପୈାରପରିଷଦର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply