ବ୍ୟାସନଗର,୬ା୧୦(ଜିପ୍ର): ମାଉଣ୍ଟ ଲିଟେରା ଜୀ ସ୍କୁଲର ଦୁଇଜଣ ଛାତ୍ର ଚଳିତବର୍ଷର ସର୍ବଭାରତୀୟସ୍ତରର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇଆଇଟି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ଛାତ୍ର ବିରଞ୍ଚି ନାରାୟଣ ଧୀର ଓ ଦେବାଶିଷ ଟୁଡ଼ୁ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନ କରି ଜୀ ସ୍କୁଲ ପାଇଁ ଗର୍ବ ଓ ଗୈାରଆଣି ଦେଇଛନ୍ତି ।
ଅନିଲ କୁମାର ମାତା ସ୍ୱର୍ଣ୍ଣଲତାଙ୍କ ସୁପୁତ୍ର ବିରଞ୍ଚି ଏବଂ ପିତା ସକିଲା ମାତା ବନିତାଙ୍କ ସୁପୁତ୍ର ଦେବାଶିଷଙ୍କ ଏହି ସଫଳତା ପାଇଁ ଆଶାୟୀ ଆଇଆଇଟି ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ଏକ ମହାନପ୍ରେରଣାର ଉସô ହୋଇପାରିଛି । ଛାତ୍ରଦ୍ୱୟଙ୍କ ସଫଳତା ପାଇଁ ସ୍କୁଲ ପରିଚାଳନା କମିଟି, ଅଧ୍ୟକ୍ଷ, ପ୍ରଶାସନୀକ ଅଧିକାରୀ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ମଚାରୀଙ୍କୁ ପିତା-ମାତା ଧନ୍ୟବାଦ ଜଣାଇଛନ୍ତି । ଆଜି ଉଭୟ ଛାତ୍ରଙ୍କୁ ବିଦ୍ୟାଳୟ ପରିସରରେ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା ।
