Odisha news

ବ୍ୟାସନଗର : ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦୋକାନ ଖୋଲିବା କାଳ ହେଲା

0

ବ୍ୟାସନଗର : ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦୋକାନ ଖୋଲିବା କାଳ ହେଲା । ଜିଲା ପ୍ରଶାସନ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଦେ୍ର୍ଦଶନାମା ଜାରୀ କରିଥିବା ବେଳେ ଦୋକାନୀ ଏହାକୁ ଖୁଲମଖୁଲା ଉ୍ଲ୍ଲଘନ କରି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲି ବେପାର କରୁଥିଲେ । ଖବର ପାଇ ଯାଜପୁର ରୋଡ଼ ପୁଲିସ ଓ ପୈାର ପ୍ରଶାସକ ଘଟଣା ସ୍ଥଳରେ ପହଁଚି ଦୋକାନକୁ ସିଲ କରିଛନ୍ତି ।

ସାହୁ ଭେରାଇଟ୍ ଷ୍ଟୋର ସମୟ ନିର୍ଘଣ୍ଟ ପରେ ସନ୍ଧ୍ୟା ସମୟରେ ଖୋଲିଥିବାର ଏସପି ଚରଣ ସିଂ ମିନା ଖବର ପାଇବା ପରେ ଯାଜପୁର ରୋଡ଼ ପୁଲିସକୁ ଖବର କରିଥିଲେ । ଯାଜପୁର ରୋଡ଼ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ଅମିତ ପୁରୋହିତ, ଉଦୟ ବାରିକ, କାହ୍ନୁ ବାରିକ୍ ପ୍ରମୂଖ ପୈାର କର୍ମଚାରୀ ପହଁଚି ସଂପୃକ୍ତ ଦୋକାନକୁ ସିଲ କରିଥିଲେ ।

ପୁଲିସ ନିୟମ ଉଲ୍ଲଘନ ଅଭିଯୋଗରେ ମାଲିକ ସଦାନନ୍ଦ ସାହୁଙ୍କ ପୁଅ ସର୍ବେଶ୍ୱର ସାହୁଙ୍କ ନାମରେ ମାମଲା ରୁଜୁ କରିଛି । ସେହିପରି ଯାଜପୁର ରୋଡ଼ ପୁଲସ କଟକଣାକୁ ଉଲ୍ଲଘନ କରି ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୫୫୦୦ ଟଙ୍କା ଜରୀମାନା ଆଦାୟ କରିଥିବା ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.