ବ୍ୟାସନଗର : ପରିବେଶ ସୁରକ୍ଷା ଆମ ସମାଜ ପାଇଁ ବଡ ଆହ୍ୱାନ । ଜଳବାୟୁ ପରିବର୍ତନ ପରିବେଶର ସନ୍ତୁଳନକୁ ନଷ୍ଟ କରୁଛି । ପରିବେଶ ସୁରକ୍ଷାର ସଚେତନତାର ବାର୍ତାର ପ୍ରଚାର ପାଇଁ ଏକ ପରିବେଶ ରଥର ଶୁଭ ଉଦ୍ଘାଟନ କରାଯାଇଛି । ପରିବେଶ ସୁରକ୍ଷା ସଂଗଠନ ଓ ସବୁଜ ସୁନ୍ଦର କୋରେଇର ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଥିବା ଏହି ସଚେତନତା ବାର୍ତା ଓ ରଥ ପରିକ୍ରମାକୁ କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ ତଥା ସବୁଜ ସୁନ୍ଦର କୋରେଇର ଆବାହକ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ପରିବେଶପ୍ରେମୀ, ଜନସାଧାରଣ ଯୋଗଦେଇ ସଚେତନତା ପ୍ରଚାରପତ୍ର ବଂଟନରେ ସହଯୋଗ କରିଥିଲେ । ପ୍ରଚାରପତ୍ର ବଂଟନ ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ରଥ ବ୍ୟାସନଗର ପୌରପରିଷଦର ୨୬ଗୋଟି ୱାର୍ଡ ପରିକ୍ରମା କରି ୧୦ଗୋଟି ବାର୍ତା ସମ୍ବଳିତ ପ୍ରଚାରପତ୍ର ବଂଟନ ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ବାର୍ତା ପ୍ରଚାର କରାଯିବାର ବ୍ୟବସ୍ଥା କରାଯାଇଥିଲା । ପଲିଥିନର ବ୍ୟବହାର ନିଷେଦ୍ଧ, କପଡା ବ୍ୟାଗ ବ୍ୟବହାର, ବୃକ୍ଷରୋପଣ, ବିଦ୍ୟୁତ୍ ଯାନ ବ୍ୟବହାର, ବିଜୁଳି ଶକ୍ତି ସଂଚୟ, ଜୈବିକ ଖତର ବ୍ୟବହାର, ଜଳ ସଂରକ୍ଷଣ, ତାଳଗଛ ରୋପଣ, ଅଳିଆ ପାଇଁ ଡଷ୍ଟବିନ୍ ବ୍ୟବହାର ଇତ୍ୟାଦି ବାର୍ତା ବଂଟାଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ମନ୍ମଥ କୁମାର ଜେନା, ସଂପାଦକ ରାଜେନ୍ଦ୍ର କୁମାର ନାୟକ, ବୈକୁଣ୍ଠ ମହାପାତ୍ର, ବିଜୟ ବେହେରା, ବିରଂଚି ନାରାୟଣ ପଣ୍ଡା, ମାନସ ଜେନା, ରାକେଶ ଜେନା, ସନ୍ତୋଷ କୁମାର ସ୍ୱାଇଁ, ଜିଙ୍ଗି ସଏ, ଚମ୍ପା ହନହୋଗା, ଶ୍ରୀମତୀ ମାରାଣ୍ଡି, ପ୍ରମୋଦ ବଳ, ଅଶୋକ ବାରିକ, ଚନ୍ଦନ ପରିଡା, କୁଳମଣି ଦାସ ପ୍ରମୁଖ ଅଂଶଗ୍ରହଣ କରି ସଚେତନତାର ବାର୍ତା ବାଂଟିଥିଲେ ।