Odisha news

ବ୍ୟାସନଗର : ହୋଇପାରିବନି ରାସ୍ତାକଡ଼ରେ ମାଂସ କଟା ; ମଟନ୬୨୦, ଚିକେନ୧୮୦ଟଙ୍କା, ଦେଶୀ କୁକୁଡ଼ା ୪୩୦ ଟଙ୍କା ଧାର୍ଯ୍ୟ

0

ବ୍ୟାସନଗର : ମଟନ କିଲୋ ୬୨୦ରେ ବିକ୍ରି ହେବ ।  ସେହିପରି ଚିକେନ ୧୮୦ ଏବଂ ଦେଶୀ କୁକୁଡ଼ା ୪୩୦ ଟଙ୍କାରେ ବିକ୍ରି ହେବ । ଏଭଳି ମୂଲ୍ୟଧାର୍ଯ୍ୟ କରିଛି ବ୍ୟାସନଗର ପୈାର ପ୍ରଶାସନ । ପୈାର କାର୍ଯ୍ୟାଳୟ ସଭାଗୃହରେ ମାଂସ ବିକ୍ରୀ ମୂଲ୍ୟ ଏବଂ କଟକଣା ନିମିତ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି । ଗ୍ରାହକଙ୍କୁ ଠକିଲେ ଜରୀମାନା ଆଦାୟ ସହ ଦଣ୍ଡିତ କରାଯିବ ।

ଛେଳି ଓ କୁକୁଡ଼ା ମାଂସ ବିକ୍ରୟ କରୁଥିବା ବେପାରୀଙ୍କ ପାଇଁ ନିୟମ ଲାଗୁ କରିବା ନିମିତ ବୈଠକରେ ପୈାର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ ପୈାର ପ୍ରଶାସକ ଶ୍ରୀ ମିଶ୍ର ସହରର ସମସ୍ତ ମାଂସ ଓ କୁକୁଡ଼ା ଦୋକାନୀଙ୍କ ନିମନ୍ତେ କରାଯାଇଥିବା ନିୟମ ଜଣାଇଦେଇଥିଲେ । ସହରରେ ମାଂସ ଓ ଚିକେନ ଦୋକାନ ଖୋଲିବାକୁ ହେଲେ ଅନୁମତି ନେବାକୁ ପଡ଼ିବ ।

ବିନା ଅନୁମତି ନନେଇ ସହରରେ କୈାଣସି ମାଂସ ଓ ଚିକେନ ଦୋକାନ ଖୋଲିପାରିବନି । ସମସ୍ତ ମାଂସ ବ୍ୟବସାୟୀ ମାନେ କେଉଁଜାଗାରେ ଦୋକାନ କରିଛନ୍ତି ତାହାର ବିବରଣୀ ପ୍ରଦାନ କରିବେ । ଚଳିତ ମାସ ଶେଷ ସୁଦ୍ଧା ମାସିକ ଲାଇସେନ୍ସ ପଇଠ କରି ନାମ ପଞ୍ଜିକରଣ କରାଇବେ । ପ୍ରତ୍ୟେକ ମାସଂ ଓ ଚିକେନ ଦୋକାନୀ ୨୦ଟଙ୍କା ଲେଖାଏ କର ଦେବେ । କୈାଣସି ମାଂସ ଓ ଚିକେନ ଦୋକାନୀ ଅପମିଶ୍ରଣ କରିପାରିବେନି । ଯଦି ଅପମିଶ୍ରଣ କରୁଥିବାର ଅଭିଯୋଗ ଆସେ, ତେବେ ଜୋରିମାନା ସହ ପୈାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ଼ଷ୍ଟବିନ ରଖି ବ୍ୟବହାର କରିବେ ।

ରାସ୍ତାକଡ଼ କିମ୍ବା ଶିକ୍ଷାନୁଷ୍ଟାନ କି ଜନବସତୀ, ଆଦି ସ୍ଥାନ ମାନଙ୍କରେ ବର୍ଯ୍ୟବସ୍ତୁ ପକାଇ ପାରିବେନି । ନାମ ପଞ୍ଜିକରଣ କରିବା ପରେ ପୈାର ପରିଷଦ ପକ୍ଷରୁ ପରିଚୟ ପତ୍ର ଏବଂ ଲାଇସେନ୍ସ ପ୍ରଦାନ କରାଯିବ । ପରରିଚୟ ପତ୍ର ପାଇଁ ୩ଦିନ ମଧ୍ୟରେ ନିଜର ଫଟୋ ଦେବାକୁ କୁହାଯାଇଛି । ସମସ୍ତଙ୍କ ଫଟୋ ମିଳିବା ପରେ ସମସ୍ତଙ୍କର ଡ଼ାଟାବେସ କରାଯିବ । ନିଜ ଦୋକାନ ଆଗରେ ଗ୍ରାହକ ମାନଙ୍କ ପାଇଁ ଧାର୍ଯ୍ୟଦର ଉଲ୍ଲେଖ କରିବେ । ଚିକେନ ବ୍ୟବସାୟୀଙ୍କ ପାଇଁ ଧବଳଗିରି, ଚୋରଦା, ନହକା ଓ ନିୟୁ ମାର୍କେଟ ପ୍ରଭୂତି ୪ଟି ସ୍ଥାନରେ ବସିବେ । କିଏ କେଉଁ ସ୍ଥାନରେ ବସିବେ ତାହା ପୈାର ପ୍ରଶାସନ ସ୍ଥିର କରିବ । ବର୍ଷରେ ଦୁଇଥର ଜୁନ ୩୦ ଏବଂ ଡ଼ିସେମ୍ବର ୩୧ତାରିଖରେ ମାଂସ ଦାମ ପୈାରପାଳିକା ନିର୍ଣ୍ଣୟ କରିବ ।

ପ୍ରତ୍ୟେକ ସପ୍ତାହରେ ଥରେ କୁକୁଡ଼ା ମାଂସ ବିକ୍ରୟ ଦରକୁ ନିର୍ଣ୍ଣୟ କରାଯିବ । ଗ୍ରାହକ ମାନଙ୍କ ଠାରୁ ଯେର୍ଜୁଲମ କରି ଚଢା ରେଟରେ ମାଂସ ବିକ୍ରୟ କରାଗଲେ ଜୋରୀମାନା ଆଦାୟ କରାଯିବା ସହିତ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୈାରପରିଷଦ ପକ୍ଷର  ମାଂସ କିଲୋ ୬୨୦, ଚିକେନ କିଲୋ ୧୮୦ଟଙ୍କା, ଗୋଟା କୁକୁଡ଼ା କିଲୋ ପ୍ରତି ୧୩୦ଟଙ୍କା ଦେଶୀ କୁକୁଡ଼ା କିଲୋ ପ୍ରତି ୪୩୦ଟଙ୍କା ଧାର୍ଯ୍ୟ କରାଯାଇଛି । ବ୍ୟବସାୟୀ ମାନଙ୍କ ପାଇଁ ଦୁଇଗୋଟି କମିଟି ଗଠନ କରାଯାଇଛି । ଆବଶ୍ୟକ ସ୍ଥଳେ ପ୍ରତ୍ୟେକ କମିଟିର ୫ଜଣ ଲେଖାଏ ସଭ୍ୟ ପୈାର କାଯଁ୍ୟାଳୟ ସହ ଯୋଗାଯୋଗ କରିବେ । କମିଟି ଗଠନ କରାଯାଇ ଜୁନ ୩୦ତାରିଖ ସୁଦ୍ଧା ପୈାର କାର୍ଯ୍ୟାଳୟରେ ଦାଖଲ କରିବେ ବୋଲି ସ୍ଥିରକୃତ କରାଯାଇଛି ।

Leave A Reply