Odisha news

ବାଇ-ଲ ତାତି

ଡାଃ ସୁରେନ୍ଦ୍ର ନାଥ ଦାଶ : ୧୭୮୪ ମସିହାରେ ସାର ଉଇଲିଅମ ଜୋନଓ ନାମରେ ଜଣେ ଉଦାର ତଥା ଜ୍ଞାନୀ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର କର୍ମଚାରୀଙ୍କର ଭାରତ ଆଗମନ ଭାରତ ପାଇଁ ଏକ ନବଯୁଗ ର ଆରମ୍ଭ କଲା । ଆଗରୁ ବିଦେଶୀ ମାନେ ଆମ ସଭ୍ୟତା ସଂସ୍କୃତି କୁ ହେୟ, କୁସଂସ୍କରାଛନ୍ନ ବୋଲି ଉପହାସ କରୁଥିଲେ । ଆମ ମାନଙ୍କୁ ଅଜ୍ଞାନୀ,ବର୍ବର ବୋଲି ଆଖ୍ୟା ଦେଇଥିଲେ । ସାର ଉଇଲିଅମ ଜୋନସ କଲିକତାରେ ଏସିଆଟିକ ସୋସାଇଟି ନାମକ ଏକ ଗବେଷଣା ସଂସ୍ଥା ଗଠନ କରି ଆମ ସମ୍ବନ୍ଧରେ ଗବେଷଣା କଲେ ଓ ନିଜେ ନଦିଆ ଯାଇ ହିନ୍ଦୁୁ ପଣ୍ଡିତଙ୍କ ପାଖରେ ସଂସ୍କୃତ, ବେଦ, ଉପନିଷେଦ ଶିକ୍ଷା ଲାଭ କଲେ । ଆମ ମାନଙ୍କର ମହାନ ଗ୍ରନ୍ଥରେ ଥିବା ଅତୁଳ ଜ୍ଞାନରାଶି ତାଙ୍କୁ ଆଶ୍ଚର୍ଯ୍ୟ କଲା ଓ ଅଜ୍ଞତା ହିଁ ଇଂରେଜ ମାନଙ୍କର ଭାରତକୁ ହେୟ ଭାବିବାର ମୁଖ୍ୟ କାରଣ ବୋଲି ସେ ହୃଦୟଙ୍ଗମ କଲେ । ।

ସେଓ ଉଇଲକିନ ଭଗବତ ଗୀତାର ଇଂରାଜୀ ଅନୁବାଦ କଲେ । ସଂସ୍କୃତ ଭାଷାରେ ଲେଖାଥିବା ବେଦ, ଉପନିଷଦ ପାଶ୍ଚାତ୍ୟ ପଣ୍ଡିତ ମାନଙ୍କ ନଜରକୁ ଆସିଲା ।ବ୍ରାହ୍ମି ଲିପି କୁ ଭାଷାନ୍ତର କରିବାରେ ସଫଳ ହେଲେ । ଯେଉଁଥି ପାଇଁ ଗଭର୍ଣର ଜେନେରାଲ ୱାରେନ ହେଷ୍ଟିଙ୍ଗସ କହôଥିଲେ, ଅନେକ ଦିନ ପରେ ଭାରତରେ ଯେତେବେଳେ ଆମେ ଇଂରେଜ ମାନେ ନଥିବୁ, କିନ୍ତୁ ବେଦ, ଭଗବତ ଗିତା, ଏ ଦେଶରେ ଅମର ହୋଇ ରହିଥିବ । ଆମର ବିଶାଳ କିର୍ତ୍ତୀିରାଜି ମଧ୍ୟ ସେମାନ ଙ୍କର ନଜର କୁ ଆସିଲା । ଆଲେକଜାଣ୍ଡର କନିଙ୍ଗହାମ, ସାର ଜେମସ ପ୍ରିନସିପଙ୍କ ଭଳି ମନିଷି ମାନଙ୍କ ପ୍ରଚେଷ୍ଟାରେ ଭାରତର ପ୍ରାଚୀନ କିର୍ତ୍ତୀ ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ପ୍ରତ୍ନତତ୍ୱ ବିଭାଗ ଗଠିତ ହେଲା (୧୮୬୧ ମସିହା) । ଏହାର ଅଧିନରେ ରାଜ୍ୟ ମାନଙ୍କରେ ଶାଖା ମାନ ଗଠିତ ହୋଇ କିର୍ତ୍ତୀ ରାଜି ମାନ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇଛନ୍ତି । ସମୁଦାୟ ପ୍ରାୟ ଚାରି ହଜାର କିର୍ତ୍ତୀ କେନ୍ଦ୍ରୀୟ ସଂରକ୍ଷଣ ତାଲିକାରେ ରହିଛନ୍ତି ।

୩୮ ଟି (ତାଜମହଲ, ଲାଲ କିଲ୍ଲା, ଆଗ୍ରା ଫୋର୍ଟ ଫତେପୁର ସିକ୍ରୀ, ହାମ୍ପୀ, ବିଜାପୁର ଗୋଲ ଗମ୍ବୁଜ,ଚାର ମିନାର, କୁତବ ମିନାର, କୋଣାର୍କ ୟୁନେସ୍କା, ୱାର୍ଲଡ ହେରିଟେଜ ତାଲିକାରେ ରହିଛନ୍ତି । ଓଡିଶାରୁ ଗୋଟିଏ କୋଣାର୍କ ସୂର୍ଯ୍ୟ ମନ୍ଦିର ସେହି ମାନ୍ୟତା ପାଇଛି । ସେଗୁଡିକର ରକ୍ଷଣା ବେକ୍ଷଣ ମରାମତି ବେଳେ ଯଥା ସମ୍ଭବ ମୌଳିକତା ଓ ପୁରୁଣା କୌଶଳ ରକ୍ଷାର ଗୁରୁତ୍ୱ ଦେବା ପାଇଁ ଲକ୍ଷ୍ୟ ରଖା ଯାଇଛି ।
ଏହାର ପ୍ରଚେଷ୍ଟାରେ ମହେଞ୍ଜଦାରୋ, ହରପପା, ହାମ୍ପୀ, ହିମାୟୁନଙ୍କ ସମାଧି,କୋଣାର୍କ ମନ୍ଦିର ଭଳି କିର୍ତ୍ତୀ ମାନ ଙ୍କର ପୁନରୁଦ୍ଧାର କରାଯାଇଛି । ପୁରୀ ମନ୍ଦିର, ଯାହା କି ଏଗାର ଶହ ବର୍ଷର ପୁରୁଣା ତାର ପୁରାଣା ଚୁନ ପ୍ରଲେପ ଛଡାଇବା, ଲୁଣି ପବନ ନିରୋଧକ ପ୍ରଲେପ ମାନ ଦିଆ ଯାଇଛି, ଫାଟ ମାନ ମରାମତି ହେଉଛି ।

ସେହିଭଳି କୋଣାର୍କ ମନ୍ଦିରର ମଧ୍ୟ ମରାମତି ଚାଲିଛି । ଯେଉଁ ବାଇ-ଲ(୨୦୨୧) ନେଇ ବିବାଦ ସୃଷ୍ଟି ହୋଇଛ,ି ତାହା ଶିର ନାସ୍ତି ଶିର ପିଡା ଭଳି, ମୂଲରୁ ମାଇପ ନାହିଁ ,ପୂଅ ନାଁ ଗୋପାଳ । କରୋନା ରୋଗ କମୁ କମୁ ରାଜନେତା ଙ୍କର ପୁରୁଣା ରୋଗ ଆରମ୍ଭ ହେଲାଣି । ଏହି ବାଇ-ଲ ଟି ଏକ ପ୍ରସ୍ତାବ ମାତ୍ର । ୧୯୫୮ ପ୍ରାଚୀନ କିର୍ତ୍ତୀରାଜି ସଂରକ୍ଷଣ ଆଇନର ନୁତନ ବାଇ-ଲ ଯୋଡିବା ପାଇଁ ପ୍ରସ୍ତାବ, ଯାହା ଭବିଷ୍ୟତରେ ଆଇନ ହୋଇପାରେ । ସେଥିପାଇଁ ସଂସ୍କୃତି ବିଭାଗ ଲୋକମାନଙ୍କ ଠାରୁ ମତାମତ ଓ ଉପଦେଶ ଆହ୍ୱାନ କରିଛନ୍ତି । ମାତ୍ର ଆମ ରାଜ୍ୟ ସରକାର ବିନା ମେଘେ ସୃଷ୍ଟି ପାରଇ କୁଳିଷ,ଭଳି ନିଜର ରାଜନୈତିକ ଲାଭ ପାଇଁ ସାଙ୍ଗେ ସାଙ୍ଗେ ରାସ୍ତାକୁ ପ୍ରତିବାଦ କରିବା ପାଇଁ ବାହାରି ପଡିଲେ । ଏ ପ୍ରସ୍ତାବିତ ଆଇନରେ ପ୍ରାଚୀନ କିର୍ତ୍ତୀର ପ୍ରାଚୀର ଠାରୁ ଶହେ ମିଟରକୁ ନିଷିଦ୍ଧା­ଳ ବୋଲି ପ୍ରସ୍ତାବ ଦିଆଯାଇଛି । ଏହା ମଧ୍ୟରେ କୌଣସି ନୂତନ ନିର୍ମାଣ କରାଯାଇ ପାରିବ ନାହିଁ । ଶହେ ମିଟରରୁ ତିନିଶହ ମିଟର ମଧ୍ୟରେ ଅନୁମତି ନେଇ ନିର୍ମାଣ ହୋଇପାରିବ । ଏ ସବୁ ଧାରା ଆଗରୁ ମଧ୍ୟ ଅଛି, କାମରେ ନଲାଗି କଳଙ୍କି ଲାଗିଥିଲା ।

ବାସ୍, ଏତିକିରେ ରାଜ୍ୟରେ ନିଆଁ ଲାଗିଲା । ଜଗନ୍ନାଥଙ୍କୁ ଟାଣି ଓଟାରି ନିଜର ସ୍ୱାର୍ଥ ପାଇଁ ଲଗାଗଲା । କେନ୍ଦ୍ର ସରକାର ପୂରୀକୁ ଅପମାନ କରୁଛନ୍ତି । ଅନ୍ୟ କିର୍ତ୍ତୀ ମାନଙ୍କ ଠାରୁ ଜଗନ୍ନାଥ ସ୍ୱତନ୍ତ୍ର । ଓଡିଆଙ୍କ ସ୍ୱାଭିମାନ ସହିତ ଜଗନ୍ନାଥ ଧାମ ଜଡିତ । ଏ.ଏସ.ଆଇ, ମନ୍ଦିର କର୍ତୃପକ୍ଷ, ସେବାୟତ ମାନଙ୍କ ସହ ଆଲୋଚନା ନକରି ଏଭଳି ଏକ ଆଇନର ପ୍ରସ୍ତାବ କାହିଁକି ଆଣିଲେ? ୧୦୦ ମିଟର ମଧ୍ୟରେ ଅନେକ ପୁରୁଣା ସାହି ଅଛି । ସେଠାରେ ଥିବା ସେବାୟତଙ୍କ ଆଖଡା ମାନ ପୁରୀ ମନ୍ଦିରକୁ ମୁସଲମାନଙ୍କ ଆକ୍ରମଣରୁ ସୁରକ୍ଷା ଦେଉଥିଲେ । ବିଭିନ୍ନ ସେବା କାର୍ଯ୍ୟରେ ସେମାନଙ୍କର ଅବଦାନ ରହିଛି । ସେମାନେ ଜଗନ୍ନାଥଙ୍କର ପରିବାର ଭଳି । ନୂଆ ଆଇନ ବଳରେ ସେବକ ମାନେ କ୍ଷତିଗ୍ରସ୍ତ ହେବେ ବୋଲି ମନେ କରନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫ ମିଟର ଜମି ଅଧିଗ୍ରହଣ ହୋଇ ପୁରୁଣା ଘର ମାନ ଭଙ୍ଗା ଯାଇ ନୂତନ ଭାବେ ନିର୍ମାଣ କରା ଯାଉଛି । ଯାତ୍ରୀ ମାନଙ୍କ ପାଇଁ ଶୌଚାଳୟ, ଯୋତା ଷ୍ଟାଣ୍ଡ,ବିଶ୍ରାମ ସ୍ଥଳୀ, ପାର୍କ ଆଦି ନିର୍ମାଣ ଚାଲିଛି ।

ରାଜ୍ୟ ସରକାର ଭାବୁଛନ୍ତି ତାଙ୍କର କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଏହା କେନ୍ଦ୍ରର ଚକ୍ରାନ୍ତ । ଭୂବନେଶ୍ୱର ଲିଙ୍ଗରାଜ ମନ୍ଦିର ର ମଧ୍ୟ ସେହି ଅବସ୍ଥା । ସେଠାରେ ମଧ୍ୟ ଚାରିପାଖରେ ଉଛେଦ କାମ ସରି ନୂଆ ନିର୍ମାଣ ମାନ ଚାଲିଛି, ୧୦୦ ମିଟର ମଧ୍ୟରେ ଅନେକ ସେବାୟତଙ୍କ ଘର ରହୁଛି । ଏହା ଯେ ଏକ ପ୍ରସ୍ତାବ, ଲୋକମାନେ ସଂଶୋଧନ ପ୍ରସ୍ତାବ ଦିଅନ୍ତୁ ବୋଲି ଯେତେ କହିଲେ ମଧ୍ୟ ରାଜନୈତିକ ଫାଇଦା ପାଇଁ ତଥା ବିଭିନ୍ନ ଜ୍ୱଳନ୍ତ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ଫେରାଇବା ପାଇଁ ରାଜ୍ୟ ବିଜେଡି ଦଳ ପୂରା ଦମରେ ଲାଗି ପଡିଛି, ବାଇ-ଲ ର ବିରୋଧ କରି ଫାଇଦା ଗୋଟାଇବା ପାଇଁ । କୃଷି ବିଲ ଭଳି ଏହାକୁ ମଧ୍ୟ ଅତି ତରତରିଆ ଭାବେ ବ୍ୟବସ୍ଥାକୁ ଆଣି କେନ୍ଦ୍ର ସରକାର ନିଜ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ବିରୁଡି ବସା ରେ ହାତ ମାରିଲା ଭଳି । କୃଷି ଆଇନ ଭଳି ମଧ୍ୟ ବାଇ-ଲ ର ପ୍ରସ୍ତାବ ଗୁଡିକ ଆଗରୁ ରହିଛି । ତାହାକୁ ଖାଲି କାର୍ଯ୍ୟକାରୀ କରିବା ପାଇଁ ପଦେକ୍ଷପ ନିଆ ଯାଇଥିଲା ।
ଲୋକମାନଙ୍କର ମତିଗତି ଦେଖି ରାଜ୍ୟ ବିଜେପି ଦଳ ମଧ୍ୟ ଏହାକୁ ସ୍ଥଗିତ ରଖିବାକୁ ଦାବି କଲାଣି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ପଟେଲ ଏହା ସ୍ଥଗିତ ରହିଲା ବୋଲି ଘୋଷଣା କରିସାରିଲେଣି ।

ମାଇପ ପଛେ ରାଣ୍ଡ ହେଉ ଘଇତା ମରୁ ଭଳି, ରାଜନୈତିକ ଦଳ ମାନେ ନିଜର ଫାଇଦାକୁ ହିଁ ଅଗ୍ରାଧିକାର ଦେଉଛନ୍ତି । ଲୋକ ବା ଦେଶ ବାସୀଙ୍କର ମଙ୍ଗଳ କଥା କେବେ ବି ଭାବନ୍ତି ନାହିଁ । କୃଷି ବିଲକୁ ସ୍ଥଗିତ ରଖିଲେ ମଧ୍ୟ ଦେଶରେ ବିଶୃଙ୍ଖଳା ସୃଷ୍ଟି ପାଇଁ ସେମାନେ ଆନେ୍ଦାଳନ ଚଳାଇଛନ୍ତି । ସେହିଭଳି ସେ ବାଇ -ଲରେ କଣ ଅଛି ନବୁଝି ଏମାନେ ଲୋକମାନଙ୍କୁ ବିଭ୍ରାନ୍ତ କରାଇ ସାରିଲେଣି । ନାଗରିକ ଆଇନ ବେଳେ ମଧ୍ୟ ତୁଛାକୁ ଆନେ୍ଦାଳନ କରି ଅନେକ ଧନ ଜୀବନ ହାନୀ କଲେ ।

ଶେଷକୁ ଜଗନ୍ନାଥ ଙ୍କୁ ମଧ୍ୟ ନିଜ ସ୍ୱାର୍ଥ ପାଇଁ ଏମାନେ ପଶା ପାଲିରେ ରଖି ନିଜର ସ୍ୱାର୍ଥ ସାଧନରେ ଲାଗି ଗଲେଣି । ସିଂହଦ୍ୱାର ସମ୍ମୁଖରେ ଦିପ ଦାନ ପ୍ରହସନ କରାଗଲାଣି, ତେଣେ କୋଟିଆରେ ଆନ୍ଧ୍ର ପଶି ଗଲାଣି, ମହାନଦୀକୁ ଛତିଶଗଡ ମାଡି ବସିଲାଣି, ସେଆଡ଼କୁ କାହାରି ନିଘା ନାହିଁ ।

Comments are closed.