ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଅଚଂଳର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ତଳଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩ ବଖରା ଘର ଛପର ଉଡି ଯାଇଥିବା ବେଳେ ପୋକତୁଙ୍ଗା ଅଚଂଳରେ ବ୍ୟାପକ ପରିମାଣର କଦଳୀ ଗଛ ଭାଙ୍ଗି ଚାଷୀ ମୁଣ୍ଡରେ ଦୁଃଖର ଭାର ବଢ଼ିଯାଇଛି । ତେବେ କରୋନା ପ୍ରଭାବ ରେ ପରିବା ଚାଷୀ ଅଭାବି ବିକ୍ରି ହେଉଥିବା ବେଳେ କାଳ ବୈଶାଖୀ ଦୁଃଖକୁ ଦ୍ୱିଗୁଣିତ କରି ପକାଇଛି ।