ଭୁବନେଶ୍ୱର, ୦୧ ଜୁଲାଇ – ଓଡିଶାରେ ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା ୨ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓଏସି ଡିଲକ୍ସ ବସ୍ ଭଡା ୪ ପଇସା ଲେଖାଏଁ ବଢିଛି । ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।
ଭଡା ବୃଦ୍ଧି ପରେ ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୫ ପଇସାକୁ ବଢ଼ିଛି । ଡିଲକ୍ସ ବସ୍ ଭଡ଼ା ପୂର୍ବରୁ ୧ଟଙ୍କା ୧ ପଇସା ଥିବା ବେଳେ ଏବେ ୧ ଟଙ୍କା ୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ୧ ଟଙ୍କା ୨୩ ପଇସା ଥିବା ବେଳେ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି ।
ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ବୁଧବାର ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତିି । ବର୍ତମାନ ରାଜ୍ୟରେ ଡିଜେଲ ଦର ଲିଟର ପ୍ରତି ୭୮.୬୭ ଟଙ୍କା ରହିଛି । ରାଜ୍ୟରେ ଶେଷ ଥର ପାଇଁ ଗତ ଜୁନ୍ ୧୬ ତାରିଖରେ ବସ୍ ଭଡା ବୃଦ୍ଧି କରାଯାଇଥିଲା ।
Prev Post
