ଭୁବନେଶ୍ୱର, ୧୬ ଜୁନ୍ : ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଛି । ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡା କିମି ପ୍ରତି ୩ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିମି ପ୍ରତି ୬ ପଇସା ଲେଖାଏଁ ବୃଦ୍ଧି ପାଇଛି । ଏନେଇ ମଙ୍ଗଳବାର ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଯାଇଥିବା ସଂଘ ପକ୍ଷରୁ କୁଯାହାଇଛନ୍ତି । ବସ୍ ଭଡା ବୃଦ୍ଧି ପରେ ଏବେ ଅର୍ଡିନାରି ବସ୍ ଭଡ଼ା ୬୭ରୁ ୭୦ ପଇସାକୁ ବୃଦ୍ଧି ପାଇଛି, ସେହିପରି ସାଧାରଣ ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସା ହୋଇଛି । ସେହିପରି ଡିଲକ୍ସ ବସ୍ ଭଡ଼ା ୯୫ ପଇସାରୁ ୧ ଟଙ୍କା ୧ପଇସାକୁ ବଢ଼ିଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଥିବା ନେଇ ବସ୍ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ଶେଷଥର ପାଇଁ ମାର୍ଚ୍ଚ ୨୧ରେ ବସ୍ ଭଡ଼ା ବୃଦ୍ଧି ପାଇଥିଲା ।